ପରୀ ପ୍ରସଙ୍ଗ: ଆନ୍ଦୋଳନ ଜିଦ୍‌ରେ ଭାଜପା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ନୟାଗଡ଼ ଜିଲାର ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଲଢ଼େଇ ଥମିବାର ନଁା ଧରୁନାହିଁ। କିନ୍ତୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମଧ୍ୟରେ ମତଭେଦ ଦେଖିବାକୁ ମିଳିଲାଣି। ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନେଇ ଘୋଷଣା କରିବା ପରେ କଂଗ୍ରେସ ଏହା ନିଜର ସଫଳତା କହି ଭାଜପାଠାରୁ ମତ ଦୂରେଇଛି। ହେଲେ ଭାଜପା ଏହି ପ୍ରସଙ୍ଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଦାବି କରିବା ସାଙ୍ଗକୁ ଶାସକ ଦଳ ସହ କଂଗ୍ରେସ ସଲସୁତୁରା କରିଥିବା ଅଭିଯୋଗ ଆଣିଛି। ଏପରି କି ଭାଜପା ରାସ୍ତାକୁ ଓହ୍ଲାଇବା ସାଙ୍ଗକୁ ଜୋର୍‌ଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଖବରଦାତା ସମ୍ମିଳନୀ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ପରୀକୁ ନ୍ୟାୟ ପାଇଁ ହେଉଥିବା ରାଜ୍ୟବାସୀଙ୍କ ଲଢେଇକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବା ଲାଗି ଭାଜପା ବଦ୍ଧପରିକର। କଂଗ୍ରେସ ଶାସକ ଦଳର ସୁରକ୍ଷା କବଚ ସାଜି ପରୀ ପାଇଁ ହେଉଥିବା ନ୍ୟାୟ ଲଢେଇକୁ ଧୋକା ଦେଇଛି। ଆଖିକୁ ଧର୍ମଠାର ଭଳି ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌ରେ ଥିବା ସମସ୍ତ ୫ ସଦସ୍ୟ ରାଜ୍ୟ ସରକାରୀ କର୍ମଚାରୀ। ଏହାଦ୍ୱାରା ନିରପେକ୍ଷ ତଦନ୍ତ ଆଦୌ ସମ୍ଭବ ନୁହେଁ। କେବଳ ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ଭାଜପା କେବେହେଲେ ଏସ୍‌ଆଇଟି ତଦନ୍ତ ଦାବି କରିନାହିଁ। କଂଗ୍ରେସକୁ ସାଥି କରି ଶାସକ ବିଜେଡି ଘଟଣାକୁ ଚାପି ଦେବାର ଅପପ୍ରୟାସ କରୁଛି ବୋଲି ପ୍ରଦୀପ୍ତ ଅଭିଯୋଗ କରିଛନ୍ତି। ପରୀ ଭଳି ରାଜ୍ୟର ୫୩୨୩ ଶିଶୁ ନିଖୋଜ ଅଛନ୍ତି। ଏନେଇ ରାଜ୍ୟ ସରକାର ସାମାନ୍ୟ ଟେର୍‌ ପାଉନାହାନ୍ତି। ଏଭଳି ଗମ୍ଭୀର ଘଟଣାଗୁଡିକ ପାଇଁ ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି ବୋଲି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ା
ଅନ୍ୟପକ୍ଷରେ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଭାଜପା ସଦସ୍ୟମାନେ ରବିବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ସେମାନେ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢ଼ିବା ସହ ଶନିବାର ଭଳି ପୁଣିଥରେ ମାଇକ୍‌ ଟଣାଓଟରା କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ବାଚସ୍ପତି ୧୦ଟା ୫୩ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଏହାପରେ ଭାଜପା ସଦସ୍ୟମାନେ କଳା ଗାମୁଛା ପକାଇ ବିଧାନସଭା ପରିସରସ୍ଥ ଗାନ୍ଧିମୂର୍ତ୍ତି ତଳେ ସରକାରଙ୍କ ବିରୋଧରେ ଧାରଣା ଦେଇ ପ୍ରତିବାଦ କରିଥିଲେ। ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ପରୀକୁ ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜିଛି ବୋଲି ଅଭିଯୋଗ କରି ସେମାନେ ନାରାବାଜି କରିଥିଲେ। ଅପରାହ୍ନ ଅଧିବେଶନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଜଣେ ଅଟୋଚାଳକଙ୍କ ଝିଅର ଜୀବନ ମୂଲ୍ୟ କ’ଣ କିଛି ନାହିଁ ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ଏସ୍‌ଆଇଟି ତଦନ୍ତରେ ଆମେ ବିଶ୍ୱାସ କରୁନୁ। ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ପଦପଦବୀରେ ରହିଲେ ସତ୍ୟାସତ୍ୟ ଆସିପାରିବନି। ବାବୁଲି ନାୟକ ଅଙ୍ଗ ତସ୍କରୀରେ ଅଛି କି ନାହିଁ, ଭୁବନେଶ୍ୱରର କେଉଁ ହସ୍ପିଟାଲ୍‌ରେ ଏଭଳି କାର୍ଯ୍ୟ କରାଯାଉଛି, କାହାକୁ ଅଙ୍ଗ ପ୍ରଦାନ କରାଯାଉଛି, ତାହା ପ୍ରଘଟ ହେବା ଦରକାର ବୋଲି ନାଏକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri