୯ରୁ ବର୍ଷା, ଝଡ଼ତୋଫାନ: ୧୩ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର, ୭।୮(ବ୍ୟୁରୋ): ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ଏବେ ସକ୍ରିୟ ରହିଥିବାବେଳେ ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମକେନ୍ଦ୍ର ଓ ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ରାଜ୍ୟର ବିଭାନ୍ନ ସ୍ଥାନରେ…
ଲକ୍ଡାଉନରେ ୧୩ ଖଣ୍ଡ ପୁସ୍ତକ ରଚନା କଲେ ରାଜ୍ୟପାଳ
ଆଇଜଲ,୭।୮: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନ ସମୟରେ କିଏ କେମିତି ସମୟ କାଟିଛନ୍ତି ତାହା ହୁଏତ ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଘରେ ରହି ରହି ବିରକ୍ତି ଭାବ ପ୍ରକାଶ…
କବାଡି ଖେଳ ପଡିଲା ମହଙ୍ଗା: ୧୬ ଜଣଙ୍କ ନାଁ ରେ ମାମଲା
ଦିଗପହଣ୍ଡି,୭।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଟାଉନ୍ ରୋଡ ଜନତାଲେନ୍ – ଆଠଗଡ଼ିଆ ସାହି ଛକରେ କୋଭିଡ଼ -୧୯ ନିୟମ ଉଲ୍ଲଂଘନ କରି କବାଡି ଖେଳୁଥିବା ୧୬ ଜଣଙ୍କ ନାଁ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ। ଦିଗପହଣ୍ଡି ତହସିଲଦାର…
ଜମ୍ମୁ-କଶ୍ମୀରକୁ ମିଳିଲା ନୂଆ ଉପରାଜ୍ୟପାଳ
ଶ୍ରୀନଗର,୭।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଶୁକ୍ରବାର ଜମ୍ମୁ-କଶ୍ମୀରର ନୂଆ ଉପରାଜ୍ୟପାଳ ଭାବେ ଶହପଥ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଏଏସ୍ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁଙ୍କ ସ୍ଥାନରେ ଏବେ ୬୧ବର୍ଷୀୟ ସିହ୍ନା ଦାୟିତ୍ୱ ସମ୍ଭାଳିବେ। ପୂର୍ବରୁ ମନୋଜ ସିହ୍ନା ନେତା ଥିବା…
ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…
ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ ଅଧ୍ୟବୀତ ପରିବାର ପରି ଜୀବନ ବିତାଉଥିବାକୁ ନେଇ ବେଶ୍ ଜଣାଶୁଣା। ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ…
ନୂଆଁଖାଇ ଭେଟ୍ଘାଟକୁ ନା
ଝାରସୁଗୁଡ଼ା,୭ା୮: ଆସନ୍ତା ୨୨ ତାରିଖରେ ଗଣେଶ ପୂଜା ଓ ୨୩ରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅଛି। ତେବେ କୋଭିଡ୍ ସମୟରେ କିଭଳି ଏହି ପର୍ବ ସବୁ ପାଳନ କରାଯିବ। ଏଥିପାଇଁ ଲୋକେ ପ୍ରଶାସନର ନିଷ୍ପତ୍ତିକୁ ଅପେକ୍ଷା କରି…
ଟ୍ରେନିଂ ଆରମ୍ଭ କଲେ ସିନ୍ଧୁ, ପ୍ରଣୀଥ, ସିକ୍କି
ନୂଆଦିଲ୍ଲୀ,୭।୮(ପି.ଟି.): କରୋନା ଭାଇରସ ସଂକ୍ରମଣ କାରଣରୁ ଦୀର୍ଘ ୪ ମାସ ପରେ ଟ୍ରେନିଂ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା। ଏହି ବ୍ୟାଡମିଣ୍ଟନ ତାରକାମାନଙ୍କ ମଧ୍ୟରେ ରହିଛ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ, ବି. ସାଇ ପ୍ରଣୀଥ ଓ ଏନ୍ ସିକ୍କି…
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ କରୋନା ଭ୍ୟାକ୍ସିନ
ମସ୍କୋ,୭।୮: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କାମରେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଲାଗି ପଡିଛନ୍ତି। ରୁଷିଆ ଏବେ ଦାବି କରିଛି କି ଅଗଷ୍ଟ ୧୨ ସୁଦ୍ଧା…
୩ ଫୁଟ ଉଚ୍ଚତାକୁ ନେଇ ପରିହାସ କରୁଥିଲେ ଲୋକେ: ଆଇଏଏସ୍ ଅଫିସର ହେବା ପରେ କଲାମ କରିଥିଲେ ପ୍ରଶଂସା
ଦୃଢ଼ ଆତ୍ମବିଶ୍ୱାସ ସଫଳତାର ଚାବିକାଠି। ମନୋବଳ ଥିଲେ ମଣିଷ ଆକାଶ ଛୁଇଁପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇଏଏସ୍ ଅଫିସର ଆରତି ଡୋଗରା। ସେ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଆଜିକାଲି ତାଙ୍କ ଚର୍ଚ୍ଚା ସବୁଆଡେ ହେଉଛି। କାରଣ…
ମୁନ୍ନାରରେ ଭୂସ୍ଖଳନରେ ୧୨ ମୃତ: ଚା’ ବଗିଚାର ୮୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିଖୋଜ
ମୁନ୍ନାର,୭।୮: କେରଳ ମୁନ୍ନାରରେ କିଛି ଦିନ ହେଲା ଲଗାତର ଭାବେ ମୂଷାଳଧାର ବର୍ଷା ହେଉଛି। ଏଥିଯୋଗୁ ଇଡୁକି ଜିଲାର ରାଜମଲାରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାାରେ ୨୦ଟି ପରିବାରର ଘର ଉପରେ ଏକ ବଡ଼ ପାହାଡ଼ ପଡ଼ିଯାଇଛି। ଉକ୍ତ ପରିବାରର…
ବୁଗୁଡ଼ା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ନୂତନ
ବୁଗୁଡ଼ା,୭।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗଡ଼ାରେ ଥିବା ଉପକୋଷାଗାରର ନୂତନ ଅଧିକାରୀ ଭାବେ ଶୁକ୍ରବାର ନୂତନ ମଲ୍ଲିକ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଉପକୋଷାଗାରର ସେ ପ୍ରଥମ ମହିଳା ଅଧିକାରୀ ହୋଇଥିବା ଜଣାପଡିଛି। ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡିଥିଲା…
ରାଜ୍ୟରେ ହେବ ଆଉ ୬ ନୂଆ ଥାନା
ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ଆଉ ୬ଟି ନୂଆ ଥାନା ଏବଂ ୯୦୫ ପଦବୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ। ଖଣ୍ଡଗିରି, ଅନୁଗୋଳ ଟାଉନ…
Archives


