Posted inଖେଳ

ଏହି ୩ଟି ମ୍ୟାଚ୍‌କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି। ତେବେ ଏହା ମଧ୍ୟରୁ କେଉଁଟା ସର୍ବୋତ୍ତମ ଇନିଂସ ପ୍ରଶ୍ନରେ ସଚିନ କହିଛନ୍ତି ଯେ ତାଙ୍କ କ୍ୟାରିୟରରେ ତିନୋଟି ଇନିଂସ ଅଛି, ଯାହାକୁ ସେ ହାଇଲାଇଟ ଦେଖିବାକୁ ପସନ୍ଦ କରନ୍ତି। ସେ କହିଛନ୍ତି ଯେ ୧୯୯୨ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ୧୧୪ ରନ ଇନିଂସ ତାଙ୍କୁ ଆତ୍ମବିଶ୍ୱାସ ଦେଇଥିଲା। ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୦୮ ରନ ଇନିଂସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ମୁମ୍ବାଇ ଆକ୍ରମଣ ପରେ ଖେଳାଯାଇଥିଲା। ୧୯୯୯ ବିଶ୍ୱକପରେ ମୋ ବାପାଙ୍କ ଦେହାନ୍ତ ହୋଇଥିବାରୁ କେନିଆ ବିପକ୍ଷରେ ୧୪୦ ରନର ପାଳି ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହା ମୋ କ୍ୟାରିୟରର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଥିଲା। ପ୍ରସିଦ୍ଧ ଶାରଜା ଗ୍ରାଉଣ୍ଡରେ ୧୯୯୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଶତକ, ୨୦୦୩ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୯୮ ରନ ମୋ କ୍ୟାରିୟରର ମୁଖ୍ୟ ଆକର୍ଷଣ ଅଟେ। ପାକିସ୍ତାନ ବିପକ୍ଷରେ ତାଙ୍କର ପ୍ରଥମ ଗସ୍ତକୁ ମନେ ପକାଇ ତେନ୍ଦୁଲକର କହିଛନ୍ତି ଯେ ସେତେବେଳେ ମୋର ବୟସ ମାତ୍ର ୧୬ ଥିଲା। ନଭେମ୍ବର-ଡିସେମ୍ବରରେ ପାକିସ୍ତାନର କିଛି ଅଞ୍ଚଳରେ ଭଲ ଥଣ୍ଡା ହୋଇଥିଲା। କିଛି ଗରମ ଜିନିଷ କିଣି ଆମେ ବହୁତ ଖାଇଲୁ। ମୁଁ ସେତେବେଳେ ଶିଖୁଥିଲି। ମୁଁ ଘରକୁ ଫେରି ଆସିବା ପରେ ମୋ ପରିବାର ମୋ ପ୍ରଦର୍ଶନରେ ଖୁସି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷିତ: ଭାରତ- ଅଷ୍ଟ୍ରେଲିଆ ଉଦ୍‌ଘାଟନୀ ମ୍ୟାଚ୍‌

ଦୁବାଇ,୯।୯- ଥାଇଲାଣ୍ଡ ଓ ବାଂଲାଦେଶ ଦମ୍‌ଦାର ପ୍ରଦର୍ଶନ କରି ଯୋଗ୍ୟତା ହାସଲ କରିବା ପରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଆଗାମୀ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ...

କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କଲେ ମୟଙ୍କ ଅଗ୍ରଓ୍ବାଲ

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଭାରତର ଦୁଇ ଓପନର୍‌ ଶତକ ହାସଲ କରିଛନ୍ତି। ପ୍ରଥମ ଦିନରେ ରୋହିତ୍‌ ଶର୍ମା ଶତକ ଅର୍ଜନ କରିଥିବାବେଳେ...

ଏକ ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ଲାହୋର, ୧୪।୧୧ (ପି.ଟି.)- ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିଛି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଡିସେମ୍ବରରେ ପାକିସ୍ତାନ ଗସ୍ତରେ...

ସାକ୍ଷୀଙ୍କ ଭିଡିଓ ଶେୟାର ପରେ ପ୍ରତିକ୍ରିୟା ରଖିଲେ ନୀରଜ

ନୂଆଦିଲ୍ଲୀ,୨୮ା୫: ନୂତନ ସଂସଦ ଭବନ ଉଦ୍‌ଘାଟନ ଅବସରରେ ଦେଶର ପ୍ରମୁଖ ରେସ୍‌ଲରଙ୍କୁ ଦିଲ୍ଲୀ ପୋଲସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ସ୍ବର୍ଣ୍ଣିମ ସଫଳତା

ଭୁବନେଶ୍ୱର, ୧୫ା୧ (କ୍ରୀଡ଼ା ପ୍ରତିନିଧି)- ସୋମବାର ରୌପ୍ୟ ପଦକ, ମଙ୍ଗଳବାର ସ୍ବର୍ଣ୍ଣ। ଏମିତି ସଫଳତା ସାଉଁଟିଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ ସ୍ବସ୍ତି ସିଂ। ଆସାମର ଗୁଆହାଟୀଠାରେ...

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌: ନାଡାଲ ପୁଣି ଚାମ୍ପିୟନ

ପ୍ୟାରିସ,୫।୬: ସ୍ପେନର ରାଫେଲ ନାଡାଲ ପୁଣି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ ହୋଇଛନ୍ତି। ରବିବାର ଖେଳାଯାଇଥିବା ଏକପାଖିଆ ଫାଇନାଲ ମ୍ୟାଚରେ ୩୬ ବର୍ଷୀୟ ନାଡାଲ ନରୱେର...

ମୀରାବାଈ ଚାନୁଙ୍କ ବିଶ୍ୱ ରେକର୍ଡ

ତାସ୍‌କେଣ୍ଟ, ୧୮ା୪ (ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ ମୀରାବାଈ ଚାନୁ ଭାରୋତ୍ତୋଳନକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ରେ ସେ କ୍ଲିନ ଆଣ୍ଡ୍‌...

ଆଜିର ଦିନରେ ଅସୁସ୍ଥ ଯୁବି ଖେଳିଥିଲେ ବିଶ୍ୱକପ୍‌ ବିଜୟୀ ଶତକୀୟ ଇନିଂସ

ନୂଆଦିଲ୍ଲୀ, ୨୦।୩- ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଠିକ୍‌ ୯ ବର୍ଷ ତଳେ ୨୦୧୧ ବିଶ୍ୱକପ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ସେତେବେଳେ କର୍କଟରେ ପୀଡ଼ିତ...

Advertisement
Archives

Model This Week