ବର୍ଷାଙ୍କ ପରେ ଅନୁଭବଙ୍କ ମୁହଁରେ ହସ ଫୁଟାଇଲେ ଏହି ଯୁବତୀ

ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ସେ ତାଙ୍କର ବାନ୍ଧବୀ ତଥା ରାଜ୍ୟସଭା ଟିଭିର ଉପସ୍ଥାପିକା ଜାଗୃତି ଶୁକ୍ଳାଙ୍କ ସହ ନଜର ଆସିଛନ୍ତି। ଏବେ ଏହି ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଖାଲି ଜାଗୃତି ନୁହଁ ଏହି ଫଟୋରେ ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କ କେସ୍‌ ଲଢୁଥିବା ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ମଧ୍ୟ ଅଛନ୍ତି।

ଫଟୋ ଶେୟାର କରି ଅନୁଭବ ଅଶ୍ୱିନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅଶ୍ୱିନୀ, ଜାଗୃତି ଏବଂ ଅନୁଭବ ଏକାଠି ହୋଇ କେକ୍‌ କାଟୁଥିବା ଦେଖିବାକୁ ମିଳିଛି। ଅନୁଭବ ଏହି ସମୟର ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୋ’ ବାନ୍ଧବୀ ଜାଗୃତିଙ୍କୁ ଧନ୍ୟବାଦ। ଯେ କି ମୋ’ ଦୁଃଖ ସମୟରେ ମୋ’ ଓଠରେ ହସ ଫୁଟାଇଛନ୍ତି। ପୂର୍ବରୁ ମଧ୍ୟ ଅନୁଭବ-ଜାଗୃତିଙ୍କୁ ନେଇ ନାନା ଚର୍ଚ୍ଚା ହେଉଥିଲା।

ଅନ୍ୟପକ୍ଷରେ ବର୍ଷା-ଅନୁଭବଙ୍କ ମଧ୍ୟରେ ବୈବାହିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଗୁରୁବାର ୬ଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେଙ୍କ କହିବା ଅନୁଯାୟୀ, ଆଇନଜୀବୀ ପୂଜା ଆନନ୍ଦ ଆଲୋଚନା ବେଳେ ମଧ୍ୟସ୍ଥତା କରିଥିଲେ। ଆପୋସ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ଲାଗି ସମ୍ଭାବ୍ୟ ପନ୍ଥା ବାହାର କରିବାକୁ ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ଉଭୟ ବର୍ଷା ଓ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲା ଅନ୍ୟ କୋର୍ଟକୁ ସ୍ଥାନାନ୍ତର ଲାଗି ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଉଭୟଙ୍କୁ ସୁପ୍ରିମକୋର୍ଟ ମଧ୍ୟସ୍ଥ କେନ୍ଦ୍ରରେ ହାଜର ହେବାକୁ କହିଥିଲେ। ଜୁଲାଇ ୭ରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଛାଡ଼ପତ୍ର ପିଟିଶନ ଦାଏର କରିଥିବାବେଳେ ଏହାକୁ କଟକର ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ବର୍ଷା ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ବାହା ହେବାକୁ ମନା କରିଥିଲେ ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍‌ ରିୟଲ...

ଥିଏଟରରେ ବାଣ ଫୁଟାଉଥିବା ଫ୍ୟାନ୍ସଙ୍କ ପାଇଁ ଏମିତି କହିଲେ ଭାଇଜାନ

ନୂଆଦିଲ୍ଲୀ,୨୮।୧୧: ନିକଟରେ ରିଲିଜ ହୋଇଛି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’। ଏହି ଫିଲ୍ମର ସ୍କ୍ରିନିଂ ବେଳେ ଥିଏଟରରେ ବାଣ...

‘ବିଦେଶରେ ଥାଇ ମୁମ୍ବାଇକୁ ଖୁବ୍‌ ମିସ୍‌ କରୁଥିଲି’

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ଭାରତ ଫେରିଛନ୍ତି। ନିକ୍‌ ଜୋନାସଙ୍କୁ ବିବାହ କରିବା ପରେ ଲସ୍‌ ଏଞ୍ଜେଲସରେ ରହୁଥିବା ପ୍ରିୟଙ୍କା ୩ ବର୍ଷ...

ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ!

ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର...

ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆତ୍ମହତ୍ୟାର ଧମକ ଦେଲେ ଏହି ଅଭିନେତ୍ରୀ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି।...

ପୁଅ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି ସୋନମ

ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ମାତୃତ୍ୱର ସୁନ୍ଦର ଯାତ୍ରା ଉପଭୋଗ କରୁଛନ୍ତି। ନିକଟରେ ସେ ତାଙ୍କ ପୁଅ ବାୟୁକୁ ଦୁନିଆକୁ ସ୍ବାଗତ କରିଥିଲେ। ଚଳିତବର୍ଷ...

ନିଜର ସୁରକ୍ଷାକର୍ମୀଙ୍କୁ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତଥା ମଡେଲ ପାମେଲା ଏଣ୍ଡରସନ ପୁଣିଥରେ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୫୩ ବର୍ଷୀୟା ପାମେଲା ନିଜର ବଡିଗାର୍ଡ ଡାନ୍‌ ହେହଷ୍ଟଙ୍କୁ...

କେଜିଏଫ୍ ୩ରେ ନଜର ଆହିବେ ହ୍ରିତିକ!

ମୁମ୍ବାଇ: ଏବେ ସିନେମା ହଲରେ କେଜିଏଫ ୨ ଭଲ ବ୍ୟବସାୟ କରୁଛି । ଦର୍ଶକଙ୍କୁ ଏହି ମୁଭି ବେଶ ପସନ୍ଦ ଆସିଥିବା ବେଳେ ଏହାର ତୃତୀୟ...

Advertisement
Archives

Model This Week