Posted inଜାତୀୟ

ବଢିପାରେ ଲାଲୁଙ୍କ ଅଡୁଆ

ରାଞ୍ଚି,୧୧ ।୧୨: ଚାରା ଘୋଟାଲା ଓ ଅନ୍ୟ କିଛି ମାମଲାରେ ଜେଲ୍ ଯାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟରେ କରାଯିବ । ହେଲେ ଏହା ପୂର୍ବରୁ ସିବିଆଇ ହାଇକୋର୍ଟରେ ଅର୍ଜି ଦାଖଲ କରି ଲାଲୁଙ୍କ ଅଡୁଆକୁ ବଢାଇ ଦେଇଥିବା ଜଣାପଡିଛି । ଲାଲୁଙ୍କ ଉପରେ ଜେଲ୍ ନିୟମ ଉଲ୍ଲଂଘନ ଅଭିଯୋଗ କରି ତାଙ୍କୁ ରାଞ୍ଚିସ୍ଥିତ ସିରମ ହସ୍ପିଟାଲରୁ ଜେଲ ପଠାଇବାକୁ ସିବିଆଇ ଆବେଦନ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ଚାରା ଘୋଟାଲା ମାମାଲା ସହ ଜଡିତ ମାମଲାର ଶୁଣାଣି ହାଇକୋର୍ଟର କରାଯିବ । ଏହା ଦୁମକା ଟ୍ରେଜେରୀରୁ ବେଆଇନ ଭାବେ ୧୩୯ କୋଟି ଟଙ୍କା ହଡପ ମାମଲା ସହ ଜଡିତ । ତେବେ ଶୁକ୍ରବାର ଲାଲୁଙ୍କୁ ଜାମିନ ମିଳିଯିବ ବୋଲି ଆଶା ରଖଛନ୍ତି ଆର୍‌ଜେଡି କର୍ମୀ । ହେଲେ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଏଥର ଯଦି ଲାଲୁଙ୍କୁ ଜାମିନ ମିଳିଗଲା ତେବେ ସେ ବାହାରକୁ ବାହାରି ପାରିବେ । କାରଣ ପର୍ବରୁ ତାଙ୍କୁ ପ୍ରାୟ ୩ଟି ମାମଲାରେ ଜାମିନ ମିଳି ସାରିଛି । କୋର୍ଟରେ ଶୁଣାଣି ପରେ ପୁଣିଥରେ ଲାଲୁଙ୍କୁ ଲାଗିଛି ଝଟକା । ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନର ଶୁଣାଣିକୁ ଆହୁରି ୬ ସପ୍ତାହ ଘୁଞ୍ଚାଇ ଦେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ ଅର୍ଥରେ ମନ୍ଦିର ତୋଳିଲେ ମୁସଲମାନ ବ୍ୟକ୍ତି

ଚାମରାଜନଗର,୧୨।୪: କର୍ନାଟକରେ କିଛି ମାସ ହେଲା ସାମ୍ପ୍ରଦାୟିକ ଉତ୍ତେଜନା ଲାଗି ରହିଥିବାବେଳେ ଚାମରାଜନଗର ଜିଲାରେ ଜଣେ ମୁସଲମାନ ନିଜ ପେନ୍‌ସନ ଅର୍ଥରେ ମନ୍ଦିର ନିର୍ମାଣ କରି...

ପିଏଫ୍‌ଆଇର ମିଶନ ୨୦୪୭ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ପାଟନା,୧୪।୭ : ବିହାରର ରାଜଧାନୀ ପାଟନାରେ ପିଏଫଆଇ ନାମରେ ଏକ ବଡ ଆତଙ୍କବାଦୀ ତାଲିମ କେନ୍ଦ୍ରର ପଦର୍ଦ୍ଦାଫାଶ ହୋଇଛି। ଚଢ଼ାଉ ସମୟରେ ଦୁଇ ଆତଙ୍କବାଦୀଙ୍କୁ ପୋଲିସ...

ସଚିବ ସ୍ତରୀୟ ପଦବୀ ଲାଗି ୭୩ ଆଇଏଏସ୍‌ଙ୍କ ତାଲିକାକୁ ଅନୁମୋଦନ

ନୂଆଦିଲ୍ଲୀ,୧୦ା୧୦(ଆଇଏଏନ୍‌ଏସ୍‌): ସଚିବ ଓ ଅତିରିକ୍ତ ସଚିବସ୍ତରୀୟ ପଦବୀରେ ନିଯୁକ୍ତି ଲାଗି ୭୩ ଜଣିଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନଙ୍କ ତାଲିକାକୁ କେନ୍ଦ୍ର ସରକାର ବୁଧବାର...

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା...

ଉଦ୍ଧବ ସମର୍ଥକଙ୍କୁ ଝଟ୍‌କା, ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ଅସଲି ଶିବସେନା କିଏ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୭।୯ : ଶିବସେନାଙ୍କ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ମିଳିଛି। ଦଳର ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟ ବନ୍ଦ...

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୯ା୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ।...

ସ୍ପାଇସ୍‌ଜେଟ୍‌ ବିମାନରେ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ: କାର୍ଯ୍ୟାନୁଷ୍ଠାନ ନେଲା ଏୟାରଲାଇନ୍ସ

ନୂଆଦିଲ୍ଲୀ,୨୩।୧: ସ୍ପାଇସଜେଟ ବିମାନରେ ଜଣେ ଯାତ୍ରୀ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଯାତ୍ରୀ ଏବଂ ତାଙ୍କ ସହ-ଯାତ୍ରୀଙ୍କୁ ବିମାନରୁ...

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ...

Advertisement
Archives

Model This Week