Posted inଖେଳ

ବିବାହ ମୁଦି ହାତରେ ନୁହେଁ, ଏଠାରେ ପିନ୍ଧିଥାନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୩ ବର୍ଷ ପୂରିଛି। ଏହି ଅବସରରେ ଉଭୟଙ୍କୁ ଚାରିଆଡ୍‌ୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ବିରାଟ ଏବେ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ଭାରତରେ ଅଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ଖୁସିଖବର ମିଳିବ। କାରଣ ଆଗାମୀ ମାସ ଜାନୁୟାରୀରେ ପ୍ରଥମଥର ପାଇଁ ଉଭୟ ମାତାପିତା ହେବାକୁ ଯାଉଛନ୍ତି। କିନ୍ତୁ ଜାଣିଛନ୍ତି କି କୋହଲି ନିଜ ବିବାହ ମୁଦିକୁ ହାତରେ ନୁହେଁ ବେକରେ ପିନ୍ଧିଥାନ୍ତି। ଖରେ ଅଭ୍ୟାସ ସମୟରେ ବିରାଟ ତାଙ୍କ ଟି-ସାର୍ଟ ବଦଳାଇଥିଲେ ସେତେବେଳେ ଦେଖିବାକୁ ମିଳିଥିଲା ଯେ ବିବାହର ମୁଦିକୁ ସେ ତାଙ୍କ ବେକରେ ପିନ୍ଧିଛନ୍ତି। ଅନୁଷ୍କା ଶର୍ମାଙ୍କୁ ବିରାଟ ୨୦୧୭, ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ ବିରାଟ। କୋହଲିଙ୍କ ବିବାହ ୨୦୧୭ର ସବୁଠୁ ଚର୍ଚ୍ଚିତ ଖବର ଥିଲା। ବିବାହ ପରେ ବିରାଟଙ୍କ ଏନଗେଜ୍‌ମେଣ୍ଟ ମୁଦିକୁ ନେଇ ଚର୍ଚ୍ଚା ଦେଖାଦେଇଥିଲା। ମ୍ୟାଚ ଖେଳିବା ବେଳେ ଆଙ୍ଗୁଳିରେ ମୁଦି ଥିଲେ ବ୍ୟାଟିଂ କଲାବେଳେ ବଲ ବାଜି ଏହା ଭାଙ୍ଗିଯିବାର ଡର ଥିବାରୁ ବିରାଟ ଏହାକୁ ନିଜ ବେକରେ ଏକ ଚେନ ମାଧ୍ୟମରେ ପିନ୍ଧୁଛନ୍ତି। ବିରାଟ ଯେତେବେଳେ ମ୍ୟାଚ ଖେଳିଥାନ୍ତି କିମ୍ବା ଅଭ୍ୟାସ ପାଇଁ ପଡିଆକୁ ଯାଇଥାନ୍ତି ସେତେବେଳେ ସେ ଏହି ମୁଦିକୁ ନିଜ ବେକରେ ଚେନ ଦ୍ୱାର ପିନ୍ଧିଥାନ୍ତି ଏବଂ ଅନ୍ୟ ସମୟରେ ବିରଟା ନିଜ ମୁଦିକୁ ଆଙ୍ଗୁଳିରେ ପିନ୍ଧିଥାନ୍ତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୦/୧୯

ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଟସ ଜିତିବା ପ୍ରଥମେ ବ୍ୟାଟିଂ...

ମହିଳା ଭାରତୀୟ ଦଳର ବିଜୟ ଅଭିଯାନ

ଡାମ୍ବୁଲା,୨୩।୬: ଡାମ୍ବୁଲାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୩୪ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହି ବିଜୟ ସହ ହରମନପ୍ରୀତ କୌରଙ୍କ...

ଗଲ୍ଫ ଟୁର ଚାମ୍ପିୟନଶନିପ୍‌: ବଜ୍ରପାତରେ ୬ ପ୍ରଶଂସକ ଆହତ

ଆଟଲାଣ୍ଟା, ୨୫।୮: ଏଠାରେ ଚାଲିଥିବା ଗଲ୍ଫ ଟୁର ଚାମ୍ପିୟନଶିପ୍‌ ଅବସରରେ ଏକ ଅଘଟଣ ଘଟିଛି। ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡ ଖେଳ ଅବସରରେ ହଠାତ୍‌ ଗଲ୍ଫ କୋର୍ସରେ...

ଆଇପିଏଲ ଭେନ୍ୟୁ ଉପରେ ଆପତ୍ତି ଉଠାଇଲେ ହାଇଦ୍ରାବାଦ, ରାଜସ୍ଥାନ, ପଞ୍ଜାବ

ମୁମ୍ବାଇ,୧।୩ : ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚୂଡ଼ାନ୍ତ କରିଥିବା ୬ଟି ଭେନ୍ୟୁ ଉପରେ ଆପତ୍ତି ଉଠାଇଛନ୍ତି ରାଜସ୍ଥାନ ରୟାଲ୍ସ,...

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ...

ଚେନ୍ନାଇକୁ ହରାଇ ରାଜସ୍ଥାନ ଶୀର୍ଷରେ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ ତମ ହାଇସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ୩୨ ରନ୍‌ରେ...

‘ଇଂଲଣ୍ଡ ଗସ୍ତ ପାଇଁ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବାଧ୍ୟ କରାଯିବନି’

ଲଣ୍ଡନ,୧୪।୫(ଏଏଫ୍‌ପି): ଇଂଲଣ୍ଡ ଗସ୍ତ କରିବାକୁ ଯଦି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ କୁଣ୍ଠିତ ହୁଅନ୍ତି, ତା’ହେଲେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ...

ଛେତ୍ରୀଙ୍କ ସ୍ଥାନ ପୁରଣ କରିବେ ସାହାଲ

କୋଲକାତା, ୩୧ା୫ (ପି.ଟି.)-ଅଧିନାୟକ ସୁନୀଲ ଛେତ୍ରୀଙ୍କ ଅବସର ପରେ କେରଳ ବ୍ଳାଷ୍ଟର୍ସର ଯୁବ ଖେଳାଳି ସାହାଲ ଅବ୍‌ଦୁଲ ସମାଦ ତାଙ୍କ ସ୍ଥାନ ପୁରଣ କରିବେ ବୋଲି...

Advertisement
Archives

Model This Week