ପାଚିଲା ଧାନ ଖାଉଛି ପୋକ

ମହାକାଳପଡା,୧୧।୧୨(ଡି.ଏନ.ଏ.): କୃଷି କୃଷକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନା ତୃଣମୂଳ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଜଳବାୟୁ, ବୃଷ୍ଟିପାତ ଅତ୍ୟଧିକ ତାପମାତ୍ରା, ଅନିୟମିତତା ଯୋଗୁ ଧାନ କ୍ଷେତରେ ଅଜଣା ରୋଗ ପୋକ ଦାଉ ସାଧୁଛି। ଅପରପକ୍ଷେ କରୋନା ଯୋଗୁ ଚାଷୀମାନେ ଅଧିକ ଅର୍ଥ ବ୍ୟୟ କରି ଧାନ ଅଧିକ ଉତ୍ପାଦନ ଆଶା କରିଥିଲେ। ହେଲେ ପାଚିଲା ଧାନ ପୋକ ଖାଇ ଯାଉଥିବାରୁ ଅମଳ କମିଯିବା ସହ ନଷ୍ଟ ହେବାର ଆଶଙ୍କା ଚାଷୀମାନେ କରିଛନ୍ତି। ବର୍ଷକର ଚାଷୀଙ୍କ ଆହାରକୁ ପୋକ ଛଡେଇ ନେଉଛି। କୃଷି ବିଭାଗର ସଚେତନତା ଗ୍ରାମାଞ୍ଚଳରେ ପହଞ୍ଚି ପାରି ନ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଚାଷୀ ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି।
ବ୍ଲକର ବଉଳକଣି, ପେଟଛେଲା, ବାରଡାଙ୍ଗ, ସୁନିତି, ଜମ୍ବୁ, ନାଞ୍ଜୁରା, ବହଢି, କଂସାର, ବଡଦାଣ୍ଡୁଆ, ବିଜୟନଗର ସମେତ ଅନେକ ପଞ୍ଚାୟତର ଶତାଧିକ ଏକର ପାଚିଲା ଧାନ କ୍ଷେତରେ ଅଜଣା ପୋକ ଆତଙ୍କ ସୃଷ୍ଟି ହୋଇଛି। ଏହି ପୋକ ରାତିବେଳା କିଆରି ପରେ କିଆରି ମାଡି ଚାଲିଛନ୍ତି। ଚାଷୀ ପ୍ରତିକାର ଚିନ୍ତା କରିବା ପୂର୍ବରେ ଗୋଟିଏ ଗୋଟିଏ ରାତିରେ ପାଚିଲା ଧାନ କେଣ୍ଡାକୁ ଖସାଇ ପକାଉଛନ୍ତି। ଫଳରେ ଧାନ କେଣ୍ଡା ଝଡି ପଡି ମାଟିରେ ମିଶି ଯିବା ସହ ଗଛ ଖେଣ୍ଟା ହୋଇ ଯାଉଛି। ବଉଳକଣି ପଞ୍ଚାୟତର ପ୍ରଭାକରପୁର, ତୋଷିଆବେଲାରି, ପନ୍ଦର ମାଇଲି, ଆମ୍ବବେଲାରିର ରାଜେନ୍ଦ୍ର ସେଠୀ, ଝାଡୁ ସିଂ, ବିଜେନ ବାଇନି, ଖୋକନ ବାଇନି, ବାଦଲ ସେଠୀ, ପତି ରାଉତ, ତୋଫାନ ସେଠୀ, ସୁରଭି ମଣ୍ଡଳ ସମେତ ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଚଳିତବର୍ଷ ପାଣିପାଗ ପ୍ରତିକୂଳ ସତ୍ତ୍ୱେ ଚାଷୀ ବହୁ ଖର୍ଚ୍ଚାନ୍ତ ହୋଇ ସଙ୍କର କିସମ ଧାନ ବିହନ ଏସି କଲମା, ସନ୍ତୋଷି, ବି-୨୦, ଧାନ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ବ୍ଲକର ବିଭାଗୀୟ ସହକାରୀ କୃଷି ଅଧିକାରୀ ହରେକ୍‌ୃଷ୍ଣ ପ୍ରଧାନଙ୍କୁ ପଚାରିବାରେ ସାଧାରଣତଃ ପାଚିଲା ଧାନରେ ଔଷଧ ପ୍ରୟୋଗ କରାଯାଏ ନାହିଁ। ଶୀଘ୍ର ଧାନ କାଟିବା ପାଇଁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ମାରାତ୍ମକ ରାଇସ୍‌ କଟ୍‌ ଓ୍ବାର୍ମ କୀଟ ଧାନ ହୋଇଥିବା ଚାଷଜମି ହିଡ ଘାସରେ ଆଶ୍ରୟ ନିଅନ୍ତି। ଏହାର ରାତିରେ ପ୍ରାଦୁର୍ଭାବ ଅଧିକ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri