କ୍ରଶର ଭଙ୍ଗାରେ ଟାଳଟୁଳ ନୀତି

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପ୍ରାୟ ୪୦୦ ଷ୍ଟୋନ୍‌ କ୍ରଶର ଚାଲିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ମେଗା କ୍ରଶର ଚାଲିଥିବାବେଳେ ଅନ୍ୟସବୁ ଛୋଟବଡ଼ କ୍ରଶର ରହିଛି। ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ର ଗଳାବାଟ ଦେଇ ଅଧିକାଂଶ ମେଗା କ୍ରଶର ଅନୁମତିଠାରୁ ଢେର ଅଧିକ ଉତ୍ପାଦନ କରୁଛନ୍ତି। ଏହାସହ ବେଆଇନ ପଥର ଖାଦାନରୁ କମ୍‌ ମୂଲ୍ୟରେ କଳାପଥର କିଣି ମେଗା କ୍ରଶର ମାଲିକମାନେ ବଜାରରେ ଅଧିକ ଦରରେ ଚିପ୍ସ, ବଜୁରି ଆଦି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଗତ ୩ ତାରିଖରୁ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମତପ୍ରକାଶ ପାଇଛି।
ଜିଲାର ଡଙ୍କାରୀ, ରାହାଡ଼ପୁର, କୁସୁମପୁର, ବିଛାଖଣ୍ଡି ଆଦି ପାହାଡ଼ ପାଦଦେଶରେ ଚାଲିଥିବା କ୍ରଶରରୁ ଦୈନିକ ବିପୁଳ ପରିମାଣର ଚିପ୍ସ ଓ ବଜୁରି ଉତ୍ପାଦନ ହେଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଷ୍ଟୋନ କ୍ରଶରଗୁଡିକ ଅନାୟାସରେ ଚାଲିଛି। ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ତହସିଲ ଓ ପରିବେଶ ନିୟନ୍ତ୍ରଣ ସଂସ୍ଥା ମାଲିକଙ୍କ ହାତବାରିସି ସାଜି ଏଭଳି ବେଆଇନ କ୍ରଶରଗୁଡିକୁ ଚାରିଖୁଣ୍ଟ ମାଫ୍‌ କରିଛନ୍ତି। ଏହିକ୍ରମରେ ଦର୍ପଣ, ଧର୍ମଶାଳା ଓ ଦାନଗଦି ତହସିଲ ଅଞ୍ଚଳରେ ବେଆଇନ କ୍ରଶରଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୫ ଜୁନ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇକୋର୍ଟ ମାମଲା ନମ୍ବର ଡବ୍ଲ୍ୟୁପିସି ୯୧୦୧/୨୦୦୯ ଏବଂ ରାଷ୍ଟ୍ରୀୟ ମାନବାଧିକାର ଆୟୁକ୍ତଙ୍କ କେସ୍‌ ନମ୍ବର ୧୩୪-୧୮ା୫ା୦୭୦୮/ଓସି ଆଦେଶନାମା ଅନୁଯାୟୀ ବେଆଇନ କ୍ରଶରଗୁଡ଼ିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିର୍ଦ୍ଦେଶ ବଳରେ ଛୋଟ ଛୋଟ କ୍ରଶରଗୁଡିକ ଉପରେ ୨୦୧୫ ଜୁଲାଇ ୨ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରାୟ ୧୪୭ କ୍ରଶରକୁ ସିଲ୍‌ କରାଯାଇଥିଲା। ଏହାସହ କ୍ଲଷ୍ଟର ୟୁନିଟ୍‌ ସ୍ଥାପନ କରି ଆଇନ ଅନୁସାରେ କ୍ରଶର କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ କ୍ଲଷ୍ଟର ୟୁନିଟ୍‌ ସ୍ଥାପନ ହୋଇ ନ ପାରିବାରୁ କ୍ରଶର ମାଲିକମାନେ ସିଲ୍‌ ଭାଙ୍ଗି ପୁଣି କ୍ରଶର ଚଳାଇଥିଲେ। ୪ ବର୍ଷ ପରେ ପ୍ରଶାସନର ପୁଣି ଚେତା ପଶିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୩ ତାରିଖରୁ ପଦକ୍ଷେପ ଗ୍ରହଣ ପୂର୍ବକ ପରିବେଶଗତ ଅନୁମତି ପାଇଁ ଆବେଦନ କରିଥିବା କ୍ରସରଗୁଡିକ ପ୍ରତି କୋହଳ ମନୋଭାବ ପୋଷଣ କରାଯାଇ କେବଳ ସିଲ୍‌ କରାଯାଉଛି। କୌଣସି କାଗଜପତ୍ର ନ ଥିବା କ୍ରଶରଗୁଡିକୁ ଭଙ୍ଗା ନାମରେ ଜେସିବି ମେଶିନରେ କେବଳ ଚାଞ୍ଛି ଦିଆଯାଉଛି। ଏହି ମାମଲା ଶାନ୍ତ ପଡିବା ପରେ କ୍ରଶର ମାଲିକ ପୁଣି ଯେପରି କ୍ରଶର ଚଳାଇପାରିବ ସେ ନେଇ ପ୍ରଶାସନର ଏହା ଦୂରଦୃଷ୍ଟି ବୋଲିି ଚର୍ଚ୍ଚା ହେଉଛି। ଗତ ୫ ବର୍ଷ ମଧ୍ୟରେ କ୍ରଶର ଭଙ୍ଗା ନାଟକର ଏହା ଦ୍ୱିତୀୟ ପାଳି ବୋଲି ମଧ୍ୟ ଅଭିହିତ କରାଯାଇଛି।
ଅନ୍ୟପକ୍ଷେ ମେଗା କ୍ରଶରଗୁଡ଼ିକ ଆଇନ ଅନୁସାରେ ପରିବେଶ ସୁରକ୍ଷା ଦିଗରେ କୌଣସି କାମ କରୁନାହାନ୍ତି। ପାଣି ସିଞ୍ଚନ, ସବୁଜିମା ସୃଷ୍ଟି, ପ୍ରଭାବିତ ଗ୍ରାମର ଉନ୍ନତୀକରଣ ଆଦି କାର୍ଯ୍ୟକ୍ରମକୁ ଏହି ମେଗା କ୍ରଶର ମାଲିକମାନେ ଭୁଲି ଯାଇଛନ୍ତି। କେତେକ ମେଗା କ୍ରଶର ଜଙ୍ଗଲ ଜମିରେ ମଧ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ଭାବେ କ୍ରଶର ଭଙ୍ଗା ଏବଂ ମେଗା କ୍ରଶର ପରିଚାଳନାରେ ସଂପୃକ୍ତ କେତେଜଣ ପ୍ରଶାସନିକ ଅଧିକାରୀ ଏଥିରୁ ଫାଇଦା ନେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ…

ସ୍କୁଲ କମିଟି ଅଧ୍ୟକ୍ଷ ଚୟନକୁ ନେଇ ବିବାଦ: ପହଞ୍ଚିଲା ପୋଲିସ, ତଦନ୍ତ କରିବେ ଅତିରିକ୍ତ ଶିକ୍ଷାଧିକାରୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri