କ୍ରଶର ଭଙ୍ଗାରେ ଟାଳଟୁଳ ନୀତି

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପ୍ରାୟ ୪୦୦ ଷ୍ଟୋନ୍‌ କ୍ରଶର ଚାଲିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ମେଗା କ୍ରଶର ଚାଲିଥିବାବେଳେ ଅନ୍ୟସବୁ ଛୋଟବଡ଼ କ୍ରଶର ରହିଛି। ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ର ଗଳାବାଟ ଦେଇ ଅଧିକାଂଶ ମେଗା କ୍ରଶର ଅନୁମତିଠାରୁ ଢେର ଅଧିକ ଉତ୍ପାଦନ କରୁଛନ୍ତି। ଏହାସହ ବେଆଇନ ପଥର ଖାଦାନରୁ କମ୍‌ ମୂଲ୍ୟରେ କଳାପଥର କିଣି ମେଗା କ୍ରଶର ମାଲିକମାନେ ବଜାରରେ ଅଧିକ ଦରରେ ଚିପ୍ସ, ବଜୁରି ଆଦି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଗତ ୩ ତାରିଖରୁ ଚାଲିଥିବା ବେଆଇନ କ୍ରଶର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମତପ୍ରକାଶ ପାଇଛି।
ଜିଲାର ଡଙ୍କାରୀ, ରାହାଡ଼ପୁର, କୁସୁମପୁର, ବିଛାଖଣ୍ଡି ଆଦି ପାହାଡ଼ ପାଦଦେଶରେ ଚାଲିଥିବା କ୍ରଶରରୁ ଦୈନିକ ବିପୁଳ ପରିମାଣର ଚିପ୍ସ ଓ ବଜୁରି ଉତ୍ପାଦନ ହେଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଷ୍ଟୋନ କ୍ରଶରଗୁଡିକ ଅନାୟାସରେ ଚାଲିଛି। ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ତହସିଲ ଓ ପରିବେଶ ନିୟନ୍ତ୍ରଣ ସଂସ୍ଥା ମାଲିକଙ୍କ ହାତବାରିସି ସାଜି ଏଭଳି ବେଆଇନ କ୍ରଶରଗୁଡିକୁ ଚାରିଖୁଣ୍ଟ ମାଫ୍‌ କରିଛନ୍ତି। ଏହିକ୍ରମରେ ଦର୍ପଣ, ଧର୍ମଶାଳା ଓ ଦାନଗଦି ତହସିଲ ଅଞ୍ଚଳରେ ବେଆଇନ କ୍ରଶରଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୫ ଜୁନ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇକୋର୍ଟ ମାମଲା ନମ୍ବର ଡବ୍ଲ୍ୟୁପିସି ୯୧୦୧/୨୦୦୯ ଏବଂ ରାଷ୍ଟ୍ରୀୟ ମାନବାଧିକାର ଆୟୁକ୍ତଙ୍କ କେସ୍‌ ନମ୍ବର ୧୩୪-୧୮ା୫ା୦୭୦୮/ଓସି ଆଦେଶନାମା ଅନୁଯାୟୀ ବେଆଇନ କ୍ରଶରଗୁଡ଼ିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିର୍ଦ୍ଦେଶ ବଳରେ ଛୋଟ ଛୋଟ କ୍ରଶରଗୁଡିକ ଉପରେ ୨୦୧୫ ଜୁଲାଇ ୨ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରାୟ ୧୪୭ କ୍ରଶରକୁ ସିଲ୍‌ କରାଯାଇଥିଲା। ଏହାସହ କ୍ଲଷ୍ଟର ୟୁନିଟ୍‌ ସ୍ଥାପନ କରି ଆଇନ ଅନୁସାରେ କ୍ରଶର କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ କ୍ଲଷ୍ଟର ୟୁନିଟ୍‌ ସ୍ଥାପନ ହୋଇ ନ ପାରିବାରୁ କ୍ରଶର ମାଲିକମାନେ ସିଲ୍‌ ଭାଙ୍ଗି ପୁଣି କ୍ରଶର ଚଳାଇଥିଲେ। ୪ ବର୍ଷ ପରେ ପ୍ରଶାସନର ପୁଣି ଚେତା ପଶିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୩ ତାରିଖରୁ ପଦକ୍ଷେପ ଗ୍ରହଣ ପୂର୍ବକ ପରିବେଶଗତ ଅନୁମତି ପାଇଁ ଆବେଦନ କରିଥିବା କ୍ରସରଗୁଡିକ ପ୍ରତି କୋହଳ ମନୋଭାବ ପୋଷଣ କରାଯାଇ କେବଳ ସିଲ୍‌ କରାଯାଉଛି। କୌଣସି କାଗଜପତ୍ର ନ ଥିବା କ୍ରଶରଗୁଡିକୁ ଭଙ୍ଗା ନାମରେ ଜେସିବି ମେଶିନରେ କେବଳ ଚାଞ୍ଛି ଦିଆଯାଉଛି। ଏହି ମାମଲା ଶାନ୍ତ ପଡିବା ପରେ କ୍ରଶର ମାଲିକ ପୁଣି ଯେପରି କ୍ରଶର ଚଳାଇପାରିବ ସେ ନେଇ ପ୍ରଶାସନର ଏହା ଦୂରଦୃଷ୍ଟି ବୋଲିି ଚର୍ଚ୍ଚା ହେଉଛି। ଗତ ୫ ବର୍ଷ ମଧ୍ୟରେ କ୍ରଶର ଭଙ୍ଗା ନାଟକର ଏହା ଦ୍ୱିତୀୟ ପାଳି ବୋଲି ମଧ୍ୟ ଅଭିହିତ କରାଯାଇଛି।
ଅନ୍ୟପକ୍ଷେ ମେଗା କ୍ରଶରଗୁଡ଼ିକ ଆଇନ ଅନୁସାରେ ପରିବେଶ ସୁରକ୍ଷା ଦିଗରେ କୌଣସି କାମ କରୁନାହାନ୍ତି। ପାଣି ସିଞ୍ଚନ, ସବୁଜିମା ସୃଷ୍ଟି, ପ୍ରଭାବିତ ଗ୍ରାମର ଉନ୍ନତୀକରଣ ଆଦି କାର୍ଯ୍ୟକ୍ରମକୁ ଏହି ମେଗା କ୍ରଶର ମାଲିକମାନେ ଭୁଲି ଯାଇଛନ୍ତି। କେତେକ ମେଗା କ୍ରଶର ଜଙ୍ଗଲ ଜମିରେ ମଧ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ଭାବେ କ୍ରଶର ଭଙ୍ଗା ଏବଂ ମେଗା କ୍ରଶର ପରିଚାଳନାରେ ସଂପୃକ୍ତ କେତେଜଣ ପ୍ରଶାସନିକ ଅଧିକାରୀ ଏଥିରୁ ଫାଇଦା ନେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?