କୁକୁର ମୁହଁରେ ଶିଶୁକନ୍ୟା
ଭାପୁର, ୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମ ତେଲି ସାହିରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ ବୁଲୁଥିବା ଏକ କୁକୁର ଶିଶୁକନ୍ୟାର ମୁଣ୍ଡ ନ ଥିବା ମୃତଦେହକୁ ଦାନ୍ତରେ କାମୁଡ଼ି ଧରିଥିଲା।…
ହାତୀ ରହୁଥିବା ଜଙ୍ଗଲରେ ନିଆଁ
ଯୋଡ଼ା,୬।୩: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଯୋଡ଼ା ଫରେଷ୍ଟ ସେକ୍ସନର ବୈତରଣୀ ସଂରକ୍ଷିତ ଝରଣ ଜଙ୍ଗଲରେ ନିଆଁ ଲାଗି ବନାଞ୍ଚଳ ନଷ୍ଟ ହୋଇଯାଇଛି। ଯୋଡ଼ା ସହରର ଦକ୍ଷିଣ-ପୂର୍ବ ଦିଗରେ ଥିବା ମନମରା-ଝରଣ ଜଙ୍ଗଲରେ ଶନିବାର ଧୂଆଁ ଉଠୁଥିବାର ଦେଖି ସ୍ଥାନୀୟ…
ନକଲି ପୋଲିସ ପୋଷାକ ପିନ୍ଧି କରୁଥିଲେ ଡକାୟତି ଯୋଜନା, ଧରିଲା ଅସଲି ପୋଲିସ
ବାଲିଗୁଡ଼ା,୬।୩(ଡି.ଏନ୍.ଏ): ବାଲିଗୁଡ଼ା ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛ। ଘଟଣାରେ ଦୁଇଜଣ ନକଲି ପୋଲିସ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲିଗୁଡ଼ା ପୋଲିସ ରାତ୍ରିକାଳୀନ…
କେନ୍ଦୁପତ୍ର ଗୋଛା କାଟିବା ବେଳେ ମାଡ଼ି ଆସିିଲା ମୃତ୍ୟୁ
ନାକଟିଦେଉଳ, ୬ା୩: ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନର ବସାଲୋଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍ ବାଦୀ (୫୮)। ସୂଚନା ଅନୁସାରେ ବିରଞ୍ଚତ୍ ଶୁକ୍ରବାର ଘରଠାରୁ ପ୍ରାୟ ୧ କି.ମି.…
ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ
ଦିଗପହଣ୍ଡି,୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଅଭିଯୁକ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର…
ଟେଷ୍ଟ ଚାମ୍ପିୟଶିପ୍: ଲଡର୍ସରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ
ନୂଆଦିଲ୍ଲୀ,୬।୩: ଇଂଲଣ୍ଡକୁ ୩-୧ରେ ଟେଷ୍ଟ ସିରିଜରେ ପରାସ୍ତ କରିବା ସହ ଭାରତ ଶନିବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍ର ଲିଗ୍ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ସହ ଫାଇନାଲରେ ପ୍ରବେଶ କରିଛି। ଭାରତ ମୋଟ ଉପରେ…
ଏପ୍ରିଲ ୯ରୁ ଆଇପିଏଲ୍
ନୂଆଦିଲ୍ଲୀ, ୬ା୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ ଶେଷ ହେବାର ୧୨ ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୧ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ପକ୍ଷରୁ ସୂଚନା…
ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା
ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ ଫଟୋଷ୍ଟେଟ ଦୋକାନରେ କରୋନାର ନକଲି ରିପୋର୍ଟ ତିଆରି ହେଉଥିଲା। ଏହି ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗ…
ଶିମିଳିପାଳରେ ଅଣାୟତ୍ତ ହେଲା ନିଆଁ, ଚିନ୍ତାରେ ପରିବେଶବିତ୍
ବାରିପଦା ଅଫିସ,୬।୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହୋଇଥିବା ବେଳେ ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି। ନାସା ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ଶିମିଳିପାଳ କୋର୍ ଓ ବୋଫର ଅଞ୍ଚଳରେ ପ୍ରାୟ ୧୧୨ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଜଳୁଥିବା…
ପିତାଙ୍କ ସାମ୍ନାରେ ପୁଅକୁ ଗିଳିଲା କୁମ୍ଭୀର, ପେଟ ଚିରି ବାହାର କରାଗଲା ମୃତଦେହ
ଜାକର୍ତ୍ତା,୬।୩: ଇଣ୍ଡୋନେସିଆରେ ଏକ କୁମ୍ଭୀର ୮ ବର୍ଷର ଶିଶୁକୁ ଗିଳି ଦେଇଥିଲା। ଘଟଣା ପରେ ୨୬ ଫୁଟ ଲମ୍ବର ଏହି କୁମ୍ଭୀରକୁ ଧରାଯାଇ ତା’ ପେଟ ଚିରି ଶିଶୁର ମୃତଦେହ ବାହାର କରାଯାଇଥିଲା। ମୃତ ଶିଶୁର ନାମ ଦିମସ ମୁଲକାନ। ସେ…
ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବିଏସ୍ଏଫ୍ ଯବାନ
କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାର ଜଲାପୁଟସ୍ଥିତ ବିଏସ୍ଏଫ୍ ୧୫ ବାଟାଲିଅନରେ କାର୍ଯ୍ୟରତ ଯବାନ ଶନିବାର ନିଜ ସର୍ଭିସ ବନ୍ଧୁକରୁ ଗୁଳିଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯବାନଙ୍କ ନାମ ହେଲା ଇନ୍ଦ୍ର ସିଂହ। ତାଙ୍କ ଘର ରାଜସ୍ଥାନ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାରୁ…
ଭାଜପା ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି, ୨ ମୃତ
ଭୋପାଲ,୬।୩: ଭାଜପା ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲା ବନୱର ଗ୍ରାମରେ ଏହି ଘଟଣା ଘଟିଛି। ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାଠ ଫାଳିଆରେ…
Archives


