Posted inଖେଳ

୯୯ ରନ୍‌ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି

୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୬.୧ ଓଭରରେ ମାତ୍ର ୧୭୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୩୪ ଓଭରରେ ୪ ଉଇକେଟ୍‌ ହରାଇ ୧୬୬ ରନ ସଂଗ୍ରହ କରିଥିଲା। ଜିତିବା ପାଇଁ ଭାରତକୁ ଆଉ ପାଞ୍ଚ ରନ ଆବଶ୍ୟକ ଥିଲା। ୩୫ ତମ ଓଭର ସ୍ପିନର ସୁରଜ ରଣଦୀପ ବଲ୍‌ ଫିଙ୍ଗିବାକୁ ଆସିଥିଲେ। ସେହ୍ବାଗଙ୍କୁ ତାଙ୍କର ପ୍ରଥମ ବଲରେ ଚୌକା ମାରିଥିଲେ। ସ୍କୋର ସମାନ ସ୍ତରକୁ ଆସିଥିଲା ଏବଂ ଏବେ ଜିତିବା ପାଇଁ ଭାରତକୁ ଆଉ ଗୋଟିଏ ରନ ଆବଶ୍ୟକ ଥିଲା। ସେହ୍ବାଗ ୯୯ରେ ଖେଳୁଥିଲେ। ରଣଦୀପଙ୍କ ଓଭରର ପରବର୍ତ୍ତୀ ଦୁଇଟି ବଲରେ ସେହ୍ବାଗ ରନ ସ୍କୋର କରିପାରି ନଥିଲେ। କିନ୍ତୁ ଚତୁର୍ଥ ବଲରେ ସେହ୍ବାଗ କ୍ରିଜକୁ ଅତିକ୍ରମ କରି ଏକ ଶକ୍ତିଶାଳୀ ୍‌ଛକା ମାରିଥିଲେ। ସେ ବିଜୟ ଏବଂ ଶତକ ସେ ବିଜୟ ଏବଂ ଶତକ ଉତ୍ସବ ପାଳନ କରିବା ଆରମ୍ଭ କଲେ। କିନ୍ତୁ ତା’ପରେ ଅମ୍ପାୟାର ବଲକୁ ନୋ-ବଲ ଘୋଷଣା କରିଥିଲେ। ଏହି ମ୍ୟାଚରେ ଭାରତ ଜିତିଥିଲା। କିନ୍ତୁ ନୋ-ବଲ ହେତୁ ସେହ୍ବାଗଙ୍କ ଆକାଉଣ୍ଟରେ କୌଣସି ରନ ଯୋଡି ହୋଇ ନ ଥିଲା ଏବଂ ସେ ଏକ ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ୯୯ ରନରେ ଅପରାଜିତ ଫେରିବାକୁ ପଡିଲା। ଯେତେବେଳେ ଟିଭି ପରଦାରେ ରିପ୍ଲେ ଦେଖାଗଲା, ରଣଦୀପଙ୍କ ଆଗ ଗୋଡ କ୍ରିଜଠାରୁ ବହୁତ ଦୂରରେ ଥିଲା। ସେହ୍ବାଗଙ୍କୁ ବୁଝିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ ରଣଦୀପ ଏକ ଶତକ ସ୍କୋର ନକରିବା ପାଇଁ ଜାଣିଶୁଣି ନୋ-ବଲ ବୋଲିଂ କରିଥିଲେ। ମ୍ୟାଚ ପରେ ସେହ୍ବାଗ ଏହି କାର୍ଯ୍ୟ ପାଇଁ ରଣଦୀପଙ୍କୁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri