Posted inଖେଳ

୯୯ ରନ୍‌ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି

୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୬.୧ ଓଭରରେ ମାତ୍ର ୧୭୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୩୪ ଓଭରରେ ୪ ଉଇକେଟ୍‌ ହରାଇ ୧୬୬ ରନ ସଂଗ୍ରହ କରିଥିଲା। ଜିତିବା ପାଇଁ ଭାରତକୁ ଆଉ ପାଞ୍ଚ ରନ ଆବଶ୍ୟକ ଥିଲା। ୩୫ ତମ ଓଭର ସ୍ପିନର ସୁରଜ ରଣଦୀପ ବଲ୍‌ ଫିଙ୍ଗିବାକୁ ଆସିଥିଲେ। ସେହ୍ବାଗଙ୍କୁ ତାଙ୍କର ପ୍ରଥମ ବଲରେ ଚୌକା ମାରିଥିଲେ। ସ୍କୋର ସମାନ ସ୍ତରକୁ ଆସିଥିଲା ଏବଂ ଏବେ ଜିତିବା ପାଇଁ ଭାରତକୁ ଆଉ ଗୋଟିଏ ରନ ଆବଶ୍ୟକ ଥିଲା। ସେହ୍ବାଗ ୯୯ରେ ଖେଳୁଥିଲେ। ରଣଦୀପଙ୍କ ଓଭରର ପରବର୍ତ୍ତୀ ଦୁଇଟି ବଲରେ ସେହ୍ବାଗ ରନ ସ୍କୋର କରିପାରି ନଥିଲେ। କିନ୍ତୁ ଚତୁର୍ଥ ବଲରେ ସେହ୍ବାଗ କ୍ରିଜକୁ ଅତିକ୍ରମ କରି ଏକ ଶକ୍ତିଶାଳୀ ୍‌ଛକା ମାରିଥିଲେ। ସେ ବିଜୟ ଏବଂ ଶତକ ସେ ବିଜୟ ଏବଂ ଶତକ ଉତ୍ସବ ପାଳନ କରିବା ଆରମ୍ଭ କଲେ। କିନ୍ତୁ ତା’ପରେ ଅମ୍ପାୟାର ବଲକୁ ନୋ-ବଲ ଘୋଷଣା କରିଥିଲେ। ଏହି ମ୍ୟାଚରେ ଭାରତ ଜିତିଥିଲା। କିନ୍ତୁ ନୋ-ବଲ ହେତୁ ସେହ୍ବାଗଙ୍କ ଆକାଉଣ୍ଟରେ କୌଣସି ରନ ଯୋଡି ହୋଇ ନ ଥିଲା ଏବଂ ସେ ଏକ ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ୯୯ ରନରେ ଅପରାଜିତ ଫେରିବାକୁ ପଡିଲା। ଯେତେବେଳେ ଟିଭି ପରଦାରେ ରିପ୍ଲେ ଦେଖାଗଲା, ରଣଦୀପଙ୍କ ଆଗ ଗୋଡ କ୍ରିଜଠାରୁ ବହୁତ ଦୂରରେ ଥିଲା। ସେହ୍ବାଗଙ୍କୁ ବୁଝିବାକୁ ଅଧିକ ସମୟ ଲାଗିଲା ନାହିଁ ଯେ ରଣଦୀପ ଏକ ଶତକ ସ୍କୋର ନକରିବା ପାଇଁ ଜାଣିଶୁଣି ନୋ-ବଲ ବୋଲିଂ କରିଥିଲେ। ମ୍ୟାଚ ପରେ ସେହ୍ବାଗ ଏହି କାର୍ଯ୍ୟ ପାଇଁ ରଣଦୀପଙ୍କୁ ତାଗିଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?