କଟକ ଅଫିସ,୧୯ା୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର କଟକ ତାଳଦଣ୍ଡା କେନାଲ, ନେତାଜୀ ବସ୍ ଟର୍ମିନାଲ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କେନାଲ ଜାତୀୟ ରାଜପଥ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଯୋବ୍ରାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ସଫେଇ ସହ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି। ଏହି କେନାଲ ୬୩ ହଜାର ୭୫୧ ହେକ୍ଟର ଜମିକୁ ଜଳ ଯୋଗାଉଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜରୁରୀ ଥିଲା ବୋଲି ପାଣ୍ଡିଆନ କହିଛନ୍ତି ା ଏହାପରେ ସେ ଖାନ୍ନଗରଠାରେ ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ କାମର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ପ୍ରକଳ୍ପ ପରିସରରେ ଥିବା ପାଠାଗାରର ସ୍ଥାନାନ୍ତର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ୧୦ ଦିନ ମଧ୍ୟରେ ପାଠାଗାର ସ୍ଥାନ ଚିହ୍ନଟ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୨ ଏକର ଜମିରେ ନିର୍ମାଣାଧୀନ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ ଲାଗି ପ୍ରାୟ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ଏଥିସହ ପାଣ୍ଡିଆନ କଟକ ଏସ୍ସିବି ମେଡିକାଲ ଓ କଲେଜର ଆଧୁନିକୀକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନାବେଳେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍. ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆର୍ଡିସି ଏ.କେ. ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ କଟକ ମହାନଗର ନିଗମ(ସିଏମ୍ସି) କମିଶନର ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଜ୍ଞାନକୌଶଳରେ ଚାଲିଥିବା ଐତିହାସିକ ତାଳଦଣ୍ଡା କେନାଲର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବର୍ତ୍ତମାନ ଏହାର ରୂପ ବଦଳିଛି। ଅତ୍ୟାଧୁନିକ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସିମେଣ୍ଟ ମିଶ୍ରିତ ସିନ୍ଥେଟିକ୍ ମାଟ୍ରେସ୍ ବ୍ୟବହାର କରାଯାଇ ଲାଇନିଂ କାର୍ଯ୍ୟ ହୋଇଛି। କେନାଲକୁ ଆବର୍ଜନାମୁକ୍ତ କରିବା ପାଇଁ ଉଭୟ ପାର୍ଶ୍ୱରେ ଉଚ୍ଚ ତାରଜାଲି ଲଗାଯିବା ସହ ନୌକାବିହାରର ଯୋଜନା ରହିଛି।
ସୂଚନାଥାଉ କି, ବ୍ରିଟିଶ ଅମଳରେ ହୋଇଥିବା ଏହି କେନାଲ ଐତିହାସିକ କୀର୍ତ୍ତି ଦୃଷ୍ଟିରୁ ଗୁରୁତ୍ୱ ବହନ କରେ। ମହାନଦୀର ଯୋବ୍ରାଠାରୁ ବାହାରି ଏହି କେନାଲ ପାରାଦୀପ ପର୍ଯ୍ୟନ୍ତ ଲମ୍ବିଛି। କେନାଲର ପରିଷ୍କାର ଓ ଉନ୍ନତୀକରଣ ପାଇଁ ଯୋବ୍ରାରୁ ରାଣୀହାଟ ବ୍ରିଜ୍ ପର୍ଯ୍ୟନ୍ତ ୧.୫ କି.ମି. ଅଂଶକୁ ଲାଇନିଂ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହା ଜଳସେଚନର ସୁବିଧା ତଥା ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦୃଷ୍ଟିରୁ ଏହାକୁ ନବୀକରଣ ପାଇଁ ପଦକ୍ଷେପ ନିଆଯାଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

