ତାଳଦଣ୍ଡା କେନାଲ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ

କଟକ ଅଫିସ,୧୯ା୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର କଟକ ତାଳଦଣ୍ଡା କେନାଲ, ନେତାଜୀ ବସ୍‌ ଟର୍ମିନାଲ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ପ୍ରଥମେ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କେନାଲ ଜାତୀୟ ରାଜପଥ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଯୋବ୍ରାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ସଫେଇ ସହ ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି। ଏହି କେନାଲ ୬୩ ହଜାର ୭୫୧ ହେକ୍ଟର ଜମିକୁ ଜଳ ଯୋଗାଉଥିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜରୁରୀ ଥିଲା ବୋଲି ପାଣ୍ଡିଆନ କହିଛନ୍ତି ା ଏହାପରେ ସେ ଖାନ୍‌ନଗରଠାରେ ନିର୍ମାଣାଧୀନ ନେତାଜୀ ବସ୍‌ ଟର୍ମିନାଲ କାମର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ପ୍ରକଳ୍ପ ପରିସରରେ ଥିବା ପାଠାଗାରର ସ୍ଥାନାନ୍ତର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ୧୦ ଦିନ ମଧ୍ୟରେ ପାଠାଗାର ସ୍ଥାନ ଚିହ୍ନଟ ସମ୍ପର୍କରେ ରିପୋର୍ଟ ଦେବା ଲାଗି ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୨ ଏକର ଜମିରେ ନିର୍ମାଣାଧୀନ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ ଲାଗି ପ୍ରାୟ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୨୦୨୨ ଅଗଷ୍ଟ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ଏଥିସହ ପାଣ୍ଡିଆନ କଟକ ଏସ୍‌ସିବି ମେଡିକାଲ ଓ କଲେଜର ଆଧୁନିକୀକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନାବେଳେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆର୍‌ଡିସି ଏ.କେ. ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନୂଆ ଜ୍ଞାନକୌଶଳରେ ଚାଲିଥିବା ଐତିହାସିକ ତାଳଦଣ୍ଡା କେନାଲର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବର୍ତ୍ତମାନ ଏହାର ରୂପ ବଦଳିଛି। ଅତ୍ୟାଧୁନିକ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ସିମେଣ୍ଟ ମିଶ୍ରିତ ସିନ୍ଥେଟିକ୍‌ ମାଟ୍ରେସ୍‌ ବ୍ୟବହାର କରାଯାଇ ଲାଇନିଂ କାର୍ଯ୍ୟ ହୋଇଛି। କେନାଲକୁ ଆବର୍ଜନାମୁକ୍ତ କରିବା ପାଇଁ ଉଭୟ ପାର୍ଶ୍ୱରେ ଉଚ୍ଚ ତାରଜାଲି ଲଗାଯିବା ସହ ନୌକାବିହାରର ଯୋଜନା ରହିଛି।
ସୂଚନାଥାଉ କି, ବ୍ରିଟିଶ ଅମଳରେ ହୋଇଥିବା ଏହି କେନାଲ ଐତିହାସିକ କୀର୍ତ୍ତି ଦୃଷ୍ଟିରୁ ଗୁରୁତ୍ୱ ବହନ କରେ। ମହାନଦୀର ଯୋବ୍ରାଠାରୁ ବାହାରି ଏହି କେନାଲ ପାରାଦୀପ ପର୍ଯ୍ୟନ୍ତ ଲମ୍ବିଛି। କେନାଲର ପରିଷ୍କାର ଓ ଉନ୍ନତୀକରଣ ପାଇଁ ଯୋବ୍ରାରୁ ରାଣୀହାଟ ବ୍ରିଜ୍‌ ପର୍ଯ୍ୟନ୍ତ ୧.୫ କି.ମି. ଅଂଶକୁ ଲାଇନିଂ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହା ଜଳସେଚନର ସୁବିଧା ତଥା ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦୃଷ୍ଟିରୁ ଏହାକୁ ନବୀକରଣ ପାଇଁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri