ନିକ୍‌ଙ୍କ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଚୋପ୍ରା, ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ବେଶ୍‌ ନାଁ କମାଇ ସାରିଲେଣି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫିଲ୍ମ, ପାରିବାରିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାନ୍ତି। ପ୍ରିୟଙ୍କା ତାଙ୍କର ପ୍ରତିଟି କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ପରିବାର ବିଷୟରେ ସେ ପ୍ରଶଂସକଙ୍କୁ ଅନେକ ଥର କହିସାରିଛନ୍ତି। ମାତ୍ର ଏବେ ଏମିତି ଏକ କଥା କହିଛନ୍ତି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରିୟଙ୍କା ନିକ୍‌ଙ୍କଠାରେ ତାଙ୍କ ପିତା ଅଶୋକ ଚୋପ୍ରାଙ୍କ ଛବି ଦେଖନ୍ତି ବୋଲି କହିଛନ୍ତି। ଅର୍ଥାତ୍‌ ପିତାଙ୍କ ପରି ନିକ୍‌ଙ୍କଠାରେ ଅନେକ ସମାନତା ରହିଛି। ପ୍ରିୟଙ୍କା ତାଙ୍କ ପିତାଙ୍କୁ ବହୁତ ଭଲ ପାଆନ୍ତି। ମାତ୍ର କ୍ୟାନସର ଯୋଗୁ ୨୦୧୩ ଜୁନ୍‌ରେ ତାଙ୍କ ପିତାଙ୍କ ନିଧନ ହୋଇଥିଲା। ସେହିଦିନଠାରୁ ସେ ତାଙ୍କ ପିତାଙ୍କୁ ବହୁତ ମିସ୍‌ କରିଆସୁଛନ୍ତି। ତେବେ ସ୍ବାମୀ ନିକ୍‌ଙ୍କ ହାତ ଧରିବା ପରେ ପିତାଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି। ପ୍ରିୟଙ୍କା କୁହନ୍ତି ନିକ୍‌ ଠିକ୍‌ ତାଙ୍କ ପିତାଙ୍କ ପରି। ନିକ୍‌ ବହୁତ ବୁଝିବାଶକ୍ତିର ଲୋକ। ସକାଳୁ ଉଠିଲେ ସେ ନିଜ ବିଷୟରେ ଭାବନ୍ତି ଆଉ ମୋ’ ବିଷୟରେ ଭାବନ୍ତି। ଯାହା ମୋ ପିତା କରୁଥିଲେ।

ନିକ୍‌ ମଧ୍ୟ ପ୍ରିୟଙ୍କାଙ୍କୁ ବହୁତ ପ୍ରଶଂସା କରନ୍ତି। ଭଲ ପାଆନ୍ତି। ସେ କୁହନ୍ତି, ପ୍ରିୟଙ୍କା ତାଙ୍କୁ ସବୁ ଜିନିଷ ହାଲୁକା ନେବା ପାଇଁ ଶିଖାଇଛନ୍ତି। ସେ ଫିଲ୍ମ ହେଉ କି ନିଜ ବିଷୟରେ ହେଉ। ସବୁ କଥାରେ ସେ ମୋତେ ବହୁତ ଧୈର୍ଯ୍ୟ ଦେଇଛନ୍ତି।

ଏ ତ ଗଲା ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ ବିଷୟରେ କହିବା ତେବେ ବର୍ତ୍ତମାନ ପ୍ରିୟଙ୍କା ଲଣ୍ଡନରେ ଫିଲ୍ମ ‘ଟେକ୍‌ଷ୍ଟ ଫର୍‌ ୟୁ’ର ଶୁଟିଂ କରୁଛନ୍ତି। ଏହା ସରିବା ପରେ ସେଠାରେ ସେ ହଲିଉଡ୍‌ ସିରିଜ ‘ସିଟାଡେଲ’ର ବି ଶୁଟିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଭଗବାନଙ୍କ ପ୍ରିୟ ସନ୍ତାନ’

ମୁମ୍ବାଇ: ଗାୟିକା ନେହା କକ୍କରଙ୍କ ଖୁସି ଏବେ କହିଲେ ନ ସରେ। ଖୁସିର କାରଣ ହେଲା ନେହାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୋସିଆଲ ମିଡିଆରେ...

ପୁଣି ପରଦାରେ ଏକାଠି ନଜର ଆସିବେ ଶାହରୁଖ-କାଜୋଲ

ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ କାଜୋଲ ଇଣ୍ଡଷ୍ଟ୍ରୀର ସବୁଠୁ ହିଟ୍‌ ଯୋଡି ଭାବେ ପରିଚିତ। ଆଜି ବି ୯୦ ଦଶକର ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆଁ...

୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି...

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ‘କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ତେବେ ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମଟି...

ମହେଶ ଭଟ୍ଟଙ୍କ ସହ ଫଟୋକୁ ନେଇ ଟ୍ରୋଲ ହେଉଛନ୍ତି ସୁଶାନ୍ତଙ୍କ କଥିତ ପ୍ରେମିକା ରିଆ

ବମ୍ବେ: ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ ଫେମ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କର ଆତ୍ମହତ୍ୟା ଅନେକ ପ୍ରଶ୍ନକୁ ଉଦ୍‌ଜୀବିତ...

୧୨୦୦ କୋଟି ବ୍ୟବସାୟ କଲା କେଜିଏଫ ୨, ଆର୍‌ଆର୍‌ଆର୍‌କୁ ପଛରେ ପକାଇଲା

ମୁମ୍ବାଇ: ରକିଂ ଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ ଚାପ୍ଟର ୨ ରିଲିଜ ହେବାକୁ ୫ ସପ୍ତାହ ହୋଇଗଲାଣି । ହେଲେ ଏବେବି ଏହା ରେକର୍ଡ ପରେ...

ବିକିନି ପିନ୍ଧିବେନି ବୋଲି ଛାଡିଦେଲେ ହିଟ୍‌ ଫିଲ୍ମ…

୯୦ ଦଶକର ହିଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ବଲିଉଡ ଅଭିନେତ୍ରୀ ଆୟେଶା ଜୁଲ୍କା ଅନ୍ୟତମ। ଆୟେଶା ଅକ୍ଷୟ କୁମାର-ଆମୀର ଖାନଙ୍କ ପରି ବଡ ସୁପରଷ୍ଟାରଙ୍କ ସହ କାମ...

ଏହି ବୋଲ୍ଡ ଅଭିନେତ୍ରୀଙ୍କ ସୁଇମିଂପୁଲ ଦୃଶ୍ୟର ଶୁଟିଂ ପାଇଁ କରିବାକୁ ପଡ଼ିଥିଲା ଏମିତି

ବଲିଉଡର ଅନେକ ସୁନ୍ଦର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅତୀତରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ମାତ୍ର ବର୍ତ୍ତମାନ ସମୟ...

Advertisement
Archives

Model This Week