ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଶ୍ରେୟାସୀ

ବାରିପଦା ଅଫିସ,୧୯।୭-ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ମାତ୍ର ଅଢେଇ ବର୍ଷ ବୟସରେ ଅସାଧାରଣ ସ୍ମରଣ ଶକ୍ତିର ଅଧିକାରୀ ଶ୍ରେୟାସୀଙ୍କୁ ଶନିବାର ମେଡାଲ, ପ୍ରମାଣପତ୍ର, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପୁସ୍ତକ ସହିତ ପରିଚୟପତ୍ର ମିଳିଛି। କଳା ଓ ସଂସ୍କୃତିର ମାଟି ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଘାଗରବେଡ଼ା ପଞ୍ଚାୟତ ବାଟିସାହିର ବାପା ସୁବ୍ରତ ମହାନ୍ତ ଓ ମା’ ତୃପ୍ତିଲତାଙ୍କ ଅଳିଅଳି ଝିଅ ଶ୍ରେୟାସୀ।
୨ବର୍ଷ ୭ମାସର କୁନି ଝିଅ ଶ୍ରେୟାସୀ ଇଂଲିଶ ବର୍ଣ୍ଣମାଳାର ଏରୁ ଜେଡ୍‌ ପର୍ଯ୍ୟନ୍ତ ସ୍ପଷ୍ଟ ଉଚ୍ଚାରଣ କରିବା ସହିତ ୧୦ ପ୍ରକାର ପ୍ରାଣୀ, ୭ ଖାଦ୍ୟ, ୮ ରଙ୍ଗ, ସପ୍ତାହର ୭ଦିନ, ଓଡ଼ିଆ ବର୍ଣ୍ଣମାଳାର ୧୦ଟି ଅକ୍ଷର ସ୍ପଷ୍ଟ ଚିହ୍ନଟ କରି କହି ପାରୁଛନ୍ତି। ଏ ସଂକ୍ରାନ୍ତୀୟ ଏକ ଭିଡିଓ ଗତ ଜୁନ ୨୧ରେ ତାଙ୍କ ବାପା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡକୁ ପଠାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବା ପରେ ଚୂଡାନ୍ତ ପର୍ଯ୍ୟାୟରେ ଜୁନ ୨୩ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ନେଇ ତାଙ୍କ ନାମ ଘୋଷଣା ହୋଇଥିଲା ା ଜୁଲାଇ ୧୭ରେ ତାଙ୍କ ନିକଟକୁ ସମସ୍ତ ପ୍ରମାଣପତ୍ର ଆସିବା ପରେ ପରିବାର ତଥା ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଶ୍ରେୟାସୀଙ୍କ ବାପା ସୁବ୍ରତ ଦିଲ୍ଲୀଠାରେ ଇଣ୍ଡୋ-ତିବ୍ବତାନ (ଆଇଟିବିପି)ର ପାରାମେଡିକାଲ ବିଭାଗରେ କାର୍ଯ୍ୟରତ। ତାଙ୍କ ମା’ ଜଣେ ଗୃହିଣୀ। ଶ୍ରେୟାସୀ ବର୍ତ୍ତମାନ ମା’ବାପାଙ୍କ ସହିତ ଦିଲ୍ଲୀରେ ରହୁଛନ୍ତି। ଅଳ୍ପ ବୟସରେ ନୂଆ ଜିନିଷ ଶିଖିବାରେ ଆଗ୍ରହ ଓ ବିଚକ୍ଷଣ ସ୍ମୃତିଶକ୍ତି ପାଇଁ ଶ୍ରେୟାସୀଙ୍କୁ ଏହି ସଫଳତା ମିଳିଛି। ଏତେ କମ୍‌ ବୟସରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ଯୋଡ଼ିଥିବାରୁ କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ଭାରତବର୍ଷରେ ଗୌରବ ବୃଦ୍ଧି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri