ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ,୧୯।୭ : କରୋନା ମହାମାରୀ ଭଳି ମାନ୍ଦାବସ୍ଥା ସମୟରେ ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସରକାରଙ୍କୁ ସାଧାରଣ ଜନତାଙ୍କ ରୋଷର ଶିକାର ହେବାକୁ ପଡୁଛି। ସରକାର ମଧ୍ୟ ତୈଳ ଦର ହ୍ରାସ ପାଇଁ ବହୁ ଚେଷ୍ଟା କରୁଛନ୍ତି ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମଧ୍ୟ ଏହି ସମୟରେ ବିଭିନ୍ନ କାରଣରୁ ଉଚ୍ଚ ରହିବା ଯୋଗୁ ଦର ହ୍ରାସ ସମ୍ଭବ ହେଉ ନ ଥିଲା। ଶନିବାର ଓପେକ ରାଷ୍ଟ୍ରର ବିଭିନ୍ନ ତୈଳ ଉପତ୍ାଦନକାରୀ ସଂସ୍ଥାର ପ୍ରମୁଖମାନଙ୍କର ଏକ ବୈଠକରେ ଉପତ୍ାଦନ ବୃଦ୍ଧି ଓ ଦର ହ୍ରାସ ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଫଳରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ଦର କିଛିଟା ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ବର୍ତ୍ତମାନ ସମୟରେ ସାରା ବିଶ୍ବରେ କରୋନା ସଂକ୍ରମଣ ପୁଣି ଥରେ ବଢୁଥିବାରୁ ତୈଳ ଚାହିଦା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିଭଳି ଆଗାମୀ ଦିନଗୁଡ଼ିକରେ ଓପେକ୍‌ ରାଷ୍ଟ୍ର ସମୂହ ପକ୍ଷରୁ ତୈଳ ଉତ୍ପାଦନ ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି। ଯଦି ଉପତ୍ାଦନ ବୃଦ୍ଧି ପାଏ ତା’ ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ମଧ୍ୟ ଯଥେଷ୍ଟ ରହିଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (ବ୍ରେଣ୍ଟ୍‌) ଦର ବ୍ୟାରେଲ ପିଛା ୩ ଡଲାର ହ୍ରାସ ଘଟି ପାଖାପାଖି ୭୩ ଡଲାର ରହିଛି। ସେହିଭଳି ଆମେରିକାରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଦର ମଧ୍ୟ ବ୍ୟାରେଲ ପିଛା ପ୍ରାୟ ୪ ଡଲାର ହ୍ରାସ ଘଟି ୭୧ ଡଲାର ରହିଛି। ଓପେକ୍‌ ଦେଶଗୁଡ଼ିକ ଜୁନ ମାସରେ ତୈଳ ଉତ୍ପାଦନ ଦୈନିକ ୫,୯୦,୦୦୦ ବ୍ୟାରେଲ ବୃଦ୍ଧି କରି ୨୬.୦୩ ନିୟୁତ ବ୍ୟାରେଲରେ ପହଞ୍ଚାଇଛନ୍ତି। ସେହିଭଳି ଜୁଲାଇରେ ଏହାକୁ ଆହୁରି ବଢାଇବା ସହ ଆଗାମୀ ମାସଗୁଡ଼ିକରେ ମଧ୍ୟ ଏହା ଜାରି ରହିବ ବୋଲି ବିଚାର ବିମର୍ଷ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ପାଗ, IMD ଦେଲା ଚେତାବନୀ, ଆଗାମୀ ୩ ଦିନରେ ଭୟଙ୍କର…

ନୂଆଦିଲ୍ଲୀ, ୨୮।୫: ଆଇଏମଡି ଅନୁଯାୟୀ, କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଜାରି ରହିଛି। ଏକ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ପ୍ରଦେଶରୁ…

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri