ଯବାନ ପରିଚୟ ଦେଇ ମହିଳା ଫରେଷ୍ଟଗାର୍ଡଙ୍କ ସହ ପ୍ରତାରଣା

ସୁନ୍ଦରଗଡ଼/ବଣାଇଁ, ୧୮।୭ (ଡି.ଏନ୍‌.ଏ./ସ୍ବ.ପ୍ର): ନିଜକୁ ସିଆର୍‌ପିଏଫ୍‌ ଯବାନ ପରିଚୟ ଦେଇ ସୁନ୍ଦରଗଡ଼ ଜିଲା ବଣାଇଁରେ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ନୟାଗଡ଼ ଜିଲା ଶରଣକୂଳରୁ ରବିବାର ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ କଳିଙ୍ଗ ଗାୈରବ ପରିଡା(୩୦)। ତାଙ୍କ ଘର ଯାଜପୁରରୋଡ ଅଞ୍ଚଳରେ।

ଅଭିଯୋଗ ମୁତାବକଳ, କଳିଙ୍ଗ ଗୌରବ ମହିଳା ଫରେଷ୍ଟ ଗାର୍ଡଙ୍କୁ ସିଆର୍‌ପିଏଫ୍‌ ଯବାନ ଭାବେ ଚାକିରୀ କରୁଥିବା ମିଥ୍ୟା ପରିଚୟ ଦେଇ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ମହିଳା ଫରେଷ୍ଟ ଗାର୍ଡ଼ଙ୍କ ଘରକୁ ବିଭିନ୍ନ ସମୟରେ ଆସି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ପ୍ରତିରଣା କରି ଘରୁ ସୁନାଗହଣା ଧରି ଚମ୍ପଟ ମାରିଥିଲେ। ଏନେଇ ଫରେଷ୍ଟଗାର୍ଡ ଜଣକ ବଣାଇ ଥାନାରେ ଗତ ୧୫ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୭୩/ ୨୦୨୧) ରୁଜୁ କରି ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ

ଝାରସୁଗୁଡ଼ା ଅଫିସ,୧୯ା୨: ଝାରସୁଗୁଡ଼ା ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ୮୫.୧୪ ପ୍ରତିଶତ ରହିଛି। କୋଲାବିରା ବ୍ଲକ୍‌ରେ ୮୭,୬୯% ରହିଥିବାବେଳେ ଲଖନପୁର ବ୍ଲକ୍‌ରେ ୮୨.୫୯% ରହିଛି।...

ଛାତ ପଲସ୍ତରା ଖସି ଜଣେ ଗୁରୁତର, ୨ ଆହତ

ଗଞ୍ଜାମ,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମର ଲଳିତ ତରାଇଙ୍କ ଘର ଛାତରୁ ପଲସ୍ତରା ଖସି ଜଣେ ଶିଶୁ ଗୁରୁତର ହୋଇଥିବା ବେଳେ...

କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ସମୟ ବଦଳିଲା, ଜାଣନ୍ତୁ କେତେଦିନ ବ୍ୟବଧାନରେ ନେବେ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦେଶରେ ଦ୍ବିତୀୟ ଡୋଜ୍‌ କୋଭିଶିଲ୍ଡ ଟିକା ପାଇଁ କୋ-ଓ୍ବିନ୍‌ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଥିବା ରାଜ୍ୟ ଅତିରିକ୍ତ...

ବଟେଶ୍ୱର ପୀଠରେ କାର୍ତ୍ତିକ ପୂର୍ଣ୍ଣିମା

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରାକୁ...

ଦୋକାନ ଭିତରକୁ ପଶିଗଲା ଟ୍ୟାଙ୍କର

ପବିତ୍ରନଗର,୧ା୧ (ଡି.ଏନ.ଏ.): କଣିହାଁ ବ୍ଲକ ସମଲ ଥାନା ଗହମଠାରେ ଶୁକ୍ରବାର ସକାଳେ ଏକ ଟ୍ୟାଙ୍କର (ନଂ. ଏମଏଚ୪୮ଏଜି-୨୬୮୯) ଭାରସାମ୍ୟ ହରାଇ ୨ଟି ଦୋକାନ ଭିତରକୁ ପଶିଯାଇଛି।...

୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି...

CORONAVIRUS UPDATE: ରାଜ୍ୟରେ ପୁଣି ୨୮୨ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଲା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଛି।...

ପ୍ରଜ୍ଞାଙ୍କୁ ବ୍ରୋଞ୍ଜ ପଦକ

ବାଲିଆପାଳ,୫।୧(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତ ଟିକରପଡ଼ା ଗ୍ରାମର ପାର୍ଥ ସାରଥି ସାହୁଙ୍କ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ମାଙ୍ଗାଲୋର ଠାରେ ଅନୁଷ୍ଠିତ...

Advertisement
Archives

Model This Week