ଶୀଘ୍ର ସ୍ଥାପନ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ

ନୂଆଦିଲ୍ଲୀ, ୧୯।୭:  ୬ ହଜାର କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜି ସହ ଦେଶ ମଧ୍ୟରେ ଏକ ନ୍ୟାଶନାଲ ଆସେଟ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍‌ଏଆର୍‌ସିଏଲ୍‌) ବା ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ଶୀଘ୍ର ରିଜର୍ଭ ବ୍ୟାଙ୍କକୁ ଏକ ଆବେଦନ ପତ୍ର ପ୍ରଦାନ କରିବ। ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। କମ୍ପାନୀର ପଞ୍ଜୀକରଣ ସହ ନିୟମ ଅନୁସାରେ ୧୦୦ କୋଟିର ପ୍ରାରମ୍ଭିକ ପୁଞ୍ଜି ବ୍ୟବସ୍ଥା କରାଯିବ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅଡିଟ ଏବଂ ଆର୍‌ବିଆଇ ଠାରୁ ଲାଇସେନ୍ସ ପାଇବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ବ୍ୟାଡ୍‌ ଲୋନ କ୍ରୟ ଲାଗି ରହିଥିବା ପୁଞ୍ଜି ସୀମାକୁ ୨୦୧୭ରେ ଆର୍‌ବିଆଇ ୧୦୦ କୋଟି ଟଙ୍କାକୁ ବଢ଼ାଇଛି। ବିଭିନ୍ନ ଆଇନଗତ ଦିଗରେ କାର୍ଯ୍ୟ କରିବା ଲାଗି ଲିଗାଲ କନ୍‌ସଲଟାଣ୍ଟ ଭାବେ ଏଜେଡ୍‌ବି ଆଣ୍ଡ ପାର୍ଟନର କାର୍ଯ୍ୟ କରୁଛି।
ପ୍ରାରମ୍ଭିକ ପୁଞ୍ଜି ପ୍ରାୟ ୮ ବ୍ୟାଙ୍କ ପ୍ରଦାନ କରିବେ। ପର୍ଯ୍ୟାୟକ୍ରମେ ଏନ୍‌ଏଆର୍‌ସିଏଲ୍‌ ଏହାର ପୁଞ୍ଜିକୁ ୬ ହଜାର କୋଟି ଟଙ୍କାକୁ ବଢ଼ାଇବ। ଏହାପରେ ଆର୍‌ବିଆଇର ମଞ୍ଜୁରୀ ଲୋଡ଼ାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଆର୍‌ବିଆଇ ଲାଇସେନ୍ସ ମିଳିବା ପରେ ଅନ୍ୟ ଇକ୍ୱିଟି ପାର୍ଟନର ଏବଂ ବ୍ୟାଙ୍କର ବୋର୍ଡକୁ ମଧ୍ୟ ସମ୍ପ୍ରସାରଣ କରାଯିବ। ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ଲାଗି ଆଇବିଏକୁ କାର୍ଯ୍ୟ ଭାର ପ୍ରଦାନ କରାଯାଇଛି। ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ବୋର୍ଡ ମଧ୍ୟ ଗଠନ କରାଯାଇଛି। ଏସ୍‌ବିଆଇର ଚାପ ଗ୍ରସ୍ତ ସମ୍ପତ୍ତି ବିଶେଷଜ୍ଞ ପି.ଏମ୍‌.ନାୟାରଙ୍କୁ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହାର ଅନ୍ୟ ନିର୍ଦ୍ଦେଶକଙ୍କ ମଧ୍ୟରେ ଆଇବିଏ ମୁଖ୍ୟ ନିର୍ବାହୀ ସୁନୀଲ ମେହେଟ୍ଟା, ଏସ୍‌ବିଆଇର ଉପପରିଚାଳନା ନିର୍ଦ୍ଦେଶକ ଏସ୍‌ଏସ୍‌ ନାୟାର ଏବଂ କାନାରା ବ୍ୟାଙ୍କ ସିଜିଏମ୍‌ ଅଜିତ କ୍ରିଷ୍ଣନ ନାୟାର ରହିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ୍‌ ୨୦୨୧-୨୨ ଉପସ୍ଥାପନ ବେଳେ ବ୍ୟାଡ୍‌ ବ୍ୟାଙ୍କ ସମ୍ପର୍କରେ ଘୋଷଣା କରିଥିଲେ। ବ୍ୟାଙ୍କ ଗୁଡ଼ିକରେ ଅନାଦାୟ ଋଣ ବଢୁଥିବାରୁ ବ୍ୟାଙ୍କ ବୁକ୍‌କୁ ସ୍ବଚ୍ଛ ରଖିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା କରାଯାଇଛି। ଚାପଗ୍ରସ୍ତ ଋଣକୁ ଆସେଟ୍‌ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ ଏବଂ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ନିଜ ଅକ୍ତିଆରକୁ ନେବ ବୋଲି ବଜେଟ ଅଭିଭାଷଣରେ ନିର୍ମଳା କହିଥିଲେ। ଏନ୍‌ପିଏ ସମ୍ପତ୍ତିଗୁଡ଼ିକୁ ବିକଳ୍ପ ଫଣ୍ଡ ଏବଂ ସମ୍ଭାବ୍ୟ ନିବେଶକଙ୍କ ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ ସହ ଅର୍ଥ ଫେରାଇ ଆଣିବାରେ ଏହି କମ୍ପାନୀଗୁଡ଼ିକ କାର୍ଯ୍ୟ କରିବ। ଏନ୍‌ପିଏ ରିଜଲ୍ୟୁଶନ ଲାଗି ଗତବର୍ଷ ଆଇବିଏ ଏକ ପ୍ରସ୍ତାବ ଦେଇଥିଲା। ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆସେଟ୍‌ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଏବଂ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ମଡେଲ ଗ୍ରହଣ କରିବା ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏନ୍‌ଏଆର୍‌ସିଏଲ୍‌ ଗଠନରେ ପ୍ରମୁଖ ଅଂଶୀଦାର ରହିବା ଲାଗି କାନାରା ବ୍ୟାଙ୍କ ଆଗ୍ରହ ଦେଖାଇଥିବା ଜଣାପଡିଛି। ଏହି ବ୍ୟାଙ୍କ ୧୨% ଅଂଶଧନ ରଖିବ ବୋଲି ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଏନ୍‌ଏଆର୍‌ସିଏଲ୍‌ରେ ୫୧% ଅଂଶଧନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ନିକଟରେ ରହିବ। ବଳକା ଅଂଶଧନ ଘରୋଇ ବ୍ୟାଙ୍କଗୁଡ଼ିକ ନିକଟରେ ରହିବ। ଏହା ବ୍ୟାଙ୍କଗୁଡ଼ିକ ଦ୍ୱାରା ଘୋଷଣା ହୋଇଥିବା ଏନ୍‌ପିଏକୁ ଏନ୍‌ଏଆର୍‌ସିଏଲ୍‌ ଅଧିଗ୍ରହଣ କରିବ। ଏନ୍‌ପିଏ ବିକ୍ରି ପ୍ରକ୍ରିୟାକୁ ଏହା ତ୍ୱରାନ୍ବିତ କରିବ। ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଥିବା ଏନ୍‌ପିଏ ସମ୍ପତ୍ତିଗୁଡ଼ିକୁ ଏହା ନିଜ ଅକ୍ତିଆରକୁ ନେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୨ ଏନ୍‌ପିଏକୁ ବ୍ୟାଙ୍କ ଚିହ୍ନଟ କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୮୯ ହଜାର କୋଟି ଟଙ୍କା ହେବ। ଏହା ଏନ୍‌ଏଆର୍‌ସିଏଲ୍‌ ଅଧୀନକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?