ଜଙ୍ଗଲ ପଦା, ସଙ୍କଟରେ ବନ୍ୟପ୍ରାଣୀ

କେନ୍ଦୁଝର, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ସଙ୍କଟ ଅବସ୍ଥାରେ। ଜଙ୍ଗଲ ପଦା ହେବାରୁ ଜନବସତି ମୁହଁା ହୋଇ ମଣିଷଙ୍କ ଶିକାର ହୋଇ ବନ୍ୟପ୍ରାଣୀମାନେ ପ୍ରାଣ ହରାଉଛନ୍ତି। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ କର୍ମଚାରୀ ଅଭାବ, କାଠ ମାଫିଆ ଓ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଚାଲିଛି। ଯେଉଁଥିପାଇଁ ବନ୍ୟପ୍ରାଣୀ ଲୋପ୍‌ ହେବାରେ ଲାଗିଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୪୦ବର୍ଷ ଜଳେ କେନ୍ଦୁଝର ବନ୍ୟପାଣୀ ଡିଭିଜନ ଗଠିତ ହୋଇଥିବାବେଳେ ୨୦୦୩ ଅକ୍ଟୋବର ୧ରେ କେନ୍ଦୁଝର ବନଖଣ୍ଡ ଡିଭିଜନକୁ ଦୁଇଭାଗ କରି ନୂତନ ‘ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ’ ଗଠିତ ହୋଇଥିଲା। ଏହି ନୂତନ ଡିଭିଜନ ଅଧୀନରେ ଦୈତାରୀ, ଦେଓଗାଁ, ହଦଗଡ ହସ୍ତୀ ଅଭୟାରଣ୍ୟ ଏବଂ ଆନନ୍ଦପୁର ରେଞ୍ଜ ରହଛି।
ସମୁଦାୟ ୯୬୮୨୪.୦୫୫୨ ହେକ୍ଟର ଜଙ୍ଗଲାଞ୍ଚଳ ମଧ୍ୟରୁ ପ୍ରାୟ ୭୦୭୭୩ ହେକ୍ଟର ରିଜର୍ଭ ଜଙ୍ଗଲ ଓ ୨୧୪.୦୭ ହେକ୍ଟର ସୁରକ୍ଷିତ ରିଜର୍ଭ ଜଙ୍ଗଲ ରହିଛି। ଅବଶିଷ୍ଟ ରାଜସ୍ବ, ଗ୍ରାମ୍ୟ ଓ ଅନ୍ୟାନ୍ୟ ଶ୍ରେଣୀଭୁକ୍ତ ଜଙ୍ଗଲ ରହିଛି। ପ୍ରାୟ ୧୧,୦୦୦ ହେକ୍ଟର ପରିମିତ ହଦଗଡ଼ ଅଭୟାରଣ୍ୟ ପଡ଼ୋଶୀ ମୟୂରଭଞ୍ଜ ଓ ଭଦ୍ରକ ଜିଲାର ସୀମାକୁ ଲାଗି ରହିଛି। ଏହା ବ୍ୟତୀତ ହଦଗଡ଼ ଡ୍ୟାମ ଏହି ଅଞ୍ଚଳରେ ରହିଛି। ଆନନ୍ଦପୁର ରେଞ୍ଜ ଅଧୀନରେ ଥିବା ୧୩,୦୦୦ ହେକ୍ଟର ପରିମିତ ବରାଙ୍ଗ ଜଙ୍ଗଲ ହରିଣଙ୍କ ଆଶ୍ରୟସ୍ଥଳୀ ହୋଇଛି। ଉକ୍ତ ଜଙ୍ଗଲରେ ପ୍ରାୟ ୧୦୦ ହରିଣ ରହିଥିବା କୁହାଯାଉଛି। ଉକ୍ତ ଜଙ୍ଗଲାଞ୍ଚଳକୁ ହରିଣ ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ବାରମ୍ବାର ଦାବି ହେଉଥିଲେ ହେଁ ସରକାର କର୍ଣ୍ଣପାତ କରୁନାହାହନ୍ତି। ଫଳରେ ହରିଣମାନେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହୋଇ ବୁଲା କୁକୁରଙ୍କ ଆକ୍ରମଣରେ ମୃତ୍ୟୁବରଣ କରୁଛନ୍ତି। ପ୍ରତିବର୍ଷ ଏହିଭଳି ଦୁଇ ତିନୋଟି ହରିଣ ପ୍ରାଣ ହରାଉଛନ୍ତି। ସେହିପରି ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟ କାଠ ଓ ପଥର ମାଫିଆଙ୍କ ଦ୍ୱାରା କବଳିତ। ଖଣିରେ ବ୍ଲାଷ୍ଟିଂ ଓ ଅଭୟାରଣ୍ୟ ସୀମାଞ୍ଚଳରେ ଖଣିଖନନ ଯୋଗୁଁ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଉଛନ୍ତି। କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ପରିସରରେ ହାତୀମାନେ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ଆସି ଧାନଫସଲ ଖାଇବା ସହ ନଷ୍ଟ କରିବା ଘଟଣା ପ୍ରତ୍ୟେକ ଦିନର ଖବର ହୋଇଛି। ମଣିଷ ଓ ହାତୀ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ଉଭୟ ମୃତାହତ ହେଉଛନ୍ତି। କେନ୍ଦୁଝର ଡିଭିଜନରେ ଆବଶ୍ୟକ ବନରକ୍ଷୀ ନ ଥିବାରୁ ମାଫିଆଙ୍କୁ ମୁକାବିଲା କରାଯାଇ ପାରୁନାହିଁ। ଆବଶ୍ୟକ କର୍ମଚାରୀ ସାଙ୍ଗକୁ ଅଧିକ ଗାଡ଼ି ଯୋଗାଇ ଦେବାକୁ ଦାବି ହୋଇଛି। ବିସ୍ତୃତ ଜଙ୍ଗଲ ଓ ବନ୍ୟପ୍ରାଣୀ ତଥା ପରିବେଶ, ଜୈବ ମଣ୍ଡଳର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri