ଜଙ୍ଗଲ ପଦା, ସଙ୍କଟରେ ବନ୍ୟପ୍ରାଣୀ

କେନ୍ଦୁଝର, ୧୯।୭(ଡି.ଏନ.ଏ.): କେନ୍ଦୁଝର ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ସଙ୍କଟ ଅବସ୍ଥାରେ। ଜଙ୍ଗଲ ପଦା ହେବାରୁ ଜନବସତି ମୁହଁା ହୋଇ ମଣିଷଙ୍କ ଶିକାର ହୋଇ ବନ୍ୟପ୍ରାଣୀମାନେ ପ୍ରାଣ ହରାଉଛନ୍ତି। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ କର୍ମଚାରୀ ଅଭାବ, କାଠ ମାଫିଆ ଓ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଚାଲିଛି। ଯେଉଁଥିପାଇଁ ବନ୍ୟପ୍ରାଣୀ ଲୋପ୍‌ ହେବାରେ ଲାଗିଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୪୦ବର୍ଷ ଜଳେ କେନ୍ଦୁଝର ବନ୍ୟପାଣୀ ଡିଭିଜନ ଗଠିତ ହୋଇଥିବାବେଳେ ୨୦୦୩ ଅକ୍ଟୋବର ୧ରେ କେନ୍ଦୁଝର ବନଖଣ୍ଡ ଡିଭିଜନକୁ ଦୁଇଭାଗ କରି ନୂତନ ‘ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ’ ଗଠିତ ହୋଇଥିଲା। ଏହି ନୂତନ ଡିଭିଜନ ଅଧୀନରେ ଦୈତାରୀ, ଦେଓଗାଁ, ହଦଗଡ ହସ୍ତୀ ଅଭୟାରଣ୍ୟ ଏବଂ ଆନନ୍ଦପୁର ରେଞ୍ଜ ରହଛି।
ସମୁଦାୟ ୯୬୮୨୪.୦୫୫୨ ହେକ୍ଟର ଜଙ୍ଗଲାଞ୍ଚଳ ମଧ୍ୟରୁ ପ୍ରାୟ ୭୦୭୭୩ ହେକ୍ଟର ରିଜର୍ଭ ଜଙ୍ଗଲ ଓ ୨୧୪.୦୭ ହେକ୍ଟର ସୁରକ୍ଷିତ ରିଜର୍ଭ ଜଙ୍ଗଲ ରହିଛି। ଅବଶିଷ୍ଟ ରାଜସ୍ବ, ଗ୍ରାମ୍ୟ ଓ ଅନ୍ୟାନ୍ୟ ଶ୍ରେଣୀଭୁକ୍ତ ଜଙ୍ଗଲ ରହିଛି। ପ୍ରାୟ ୧୧,୦୦୦ ହେକ୍ଟର ପରିମିତ ହଦଗଡ଼ ଅଭୟାରଣ୍ୟ ପଡ଼ୋଶୀ ମୟୂରଭଞ୍ଜ ଓ ଭଦ୍ରକ ଜିଲାର ସୀମାକୁ ଲାଗି ରହିଛି। ଏହା ବ୍ୟତୀତ ହଦଗଡ଼ ଡ୍ୟାମ ଏହି ଅଞ୍ଚଳରେ ରହିଛି। ଆନନ୍ଦପୁର ରେଞ୍ଜ ଅଧୀନରେ ଥିବା ୧୩,୦୦୦ ହେକ୍ଟର ପରିମିତ ବରାଙ୍ଗ ଜଙ୍ଗଲ ହରିଣଙ୍କ ଆଶ୍ରୟସ୍ଥଳୀ ହୋଇଛି। ଉକ୍ତ ଜଙ୍ଗଲରେ ପ୍ରାୟ ୧୦୦ ହରିଣ ରହିଥିବା କୁହାଯାଉଛି। ଉକ୍ତ ଜଙ୍ଗଲାଞ୍ଚଳକୁ ହରିଣ ଅଭୟାରଣ୍ୟ ଭାବେ ଘୋଷଣା କରିବାକୁ ବାରମ୍ବାର ଦାବି ହେଉଥିଲେ ହେଁ ସରକାର କର୍ଣ୍ଣପାତ କରୁନାହାହନ୍ତି। ଫଳରେ ହରିଣମାନେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହୋଇ ବୁଲା କୁକୁରଙ୍କ ଆକ୍ରମଣରେ ମୃତ୍ୟୁବରଣ କରୁଛନ୍ତି। ପ୍ରତିବର୍ଷ ଏହିଭଳି ଦୁଇ ତିନୋଟି ହରିଣ ପ୍ରାଣ ହରାଉଛନ୍ତି। ସେହିପରି ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟ କାଠ ଓ ପଥର ମାଫିଆଙ୍କ ଦ୍ୱାରା କବଳିତ। ଖଣିରେ ବ୍ଲାଷ୍ଟିଂ ଓ ଅଭୟାରଣ୍ୟ ସୀମାଞ୍ଚଳରେ ଖଣିଖନନ ଯୋଗୁଁ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ ହେଉଛନ୍ତି। କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ପରିସରରେ ହାତୀମାନେ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ଆସି ଧାନଫସଲ ଖାଇବା ସହ ନଷ୍ଟ କରିବା ଘଟଣା ପ୍ରତ୍ୟେକ ଦିନର ଖବର ହୋଇଛି। ମଣିଷ ଓ ହାତୀ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ଉଭୟ ମୃତାହତ ହେଉଛନ୍ତି। କେନ୍ଦୁଝର ଡିଭିଜନରେ ଆବଶ୍ୟକ ବନରକ୍ଷୀ ନ ଥିବାରୁ ମାଫିଆଙ୍କୁ ମୁକାବିଲା କରାଯାଇ ପାରୁନାହିଁ। ଆବଶ୍ୟକ କର୍ମଚାରୀ ସାଙ୍ଗକୁ ଅଧିକ ଗାଡ଼ି ଯୋଗାଇ ଦେବାକୁ ଦାବି ହୋଇଛି। ବିସ୍ତୃତ ଜଙ୍ଗଲ ଓ ବନ୍ୟପ୍ରାଣୀ ତଥା ପରିବେଶ, ଜୈବ ମଣ୍ଡଳର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?