Home Left

ଅଜିତଙ୍କ ପାଇଁ ପ୍ରଚାର କଲେ ସୁର

ଡେଲାଙ୍ଗ/ପିପିଲି,୧୦।୪(ଡି.ଏନ୍‌.ଏ.): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର କରୁଛନ୍ତି। ସେ ପିପିଲି ନିର୍ବାଚନମଣ୍ଡଳୀର ପ୍ରତି ଗଁା ବୁଲି ନିଜ ମଜାଦାର ଢଙ୍ଗରେ ଲୋକଙ୍କୁ ପ୍ରାର୍ଥୀ ଅଜିତଙ୍କୁ ଭୋଟ ଦେବା…

ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଡାକ୍ତରୀ ଟିମ୍‌: ହାଇକୋର୍ଟ

କଟକ ଅଫିସ,୧୦।୪: ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଶୁକ୍ରବାର ହାଇକୋର୍ଟ ଏସ୍‌ସିବିର ଏକ ୩ଜଣିଆ ଡାକ୍ତରୀ ଟିମ୍‌ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନାବାଳିକାର ଗର୍ଭପାତ ହେବା ଜରୁରୀ ବୋଲି ଏହି ଟିମ୍‌ ହୃଦ୍‌ବୋଧ କରିବ ତେବେ ଅଦାଲତଙ୍କ…

୪୮ଘଣ୍ଟାରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୦।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ପକ୍ଷରୁ ଗୁରୁବାର ସ୍ପେଶାଲ ଡ୍ରାଇଭ୍‌ କରାଯାଇ ୪୮ଘଣ୍ଟା ମଧ୍ୟରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍‌ ଆସନ୍ତା…

ଟିଟିଲାଗଡ଼ ରେଳ ଓଭରବ୍ରିଜ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ଟିଟିଲାଗଡ଼,୧୦।୪(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଟିଟିଲାଗଡ଼ରେ ୧୦୪୨ ମିଟର ଦୈର୍ଘ୍ୟ ଏକ ରେଳ ଓଭରବ୍ରିଜ୍‌ (ଆର୍‌ଓବି)ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଟିଟିଲାଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ…

ଝାଉଁଳିଗଲେଣି କ୍ରୋମ୍‌ ଶିଳ୍ପସଂସ୍ଥା

ଯାଜପୁର ଅଫିସ,୧୦।୪: ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ଏସିଆର ୯୭% କ୍ରୋମାଇଟ୍‌ ଗଚ୍ଛିତ ରହିଛି। ଏହାସତ୍ତ୍ୱେ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ କ୍ରୋମାଇଟ୍‌ ଉପରେ ନିର୍ଭର କରି ଗଢ଼ିଉଠିଥିବା କାରଖାନାଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଆସିଗଲେଣି। ଏହାର ମୁଖ୍ୟ କାରଣ ହେଉଛି କ୍ରୋମାଇଟ୍‌ର…

ଭିଜିଲାନ୍ସ ଜାଲରେ ବନ ବିଭାଗର କୋଟିପତି କିରାଣ

ଭୁବନେଶ୍ୱର, ୧୦।୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ବନସଂରକ୍ଷକ (ସିସିଏଫ୍‌) କେନ୍ଦୁଲିଫ୍‌ କଟକ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲୀପ ଜେନାଙ୍କ ଘର ଓ ଅଫିସ ସମେତ ୪ ସ୍ଥାନରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ୪ଟି ଟିମ୍‌…

ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଶନିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲାର ୪୪ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟିଂ ପାଇଁ ଭୋଟରମାନେ ବିଭିନ୍ନ ପୋଲିଂ ବୁଥରେ ମତଦାନ କରୁଛନ୍ତି। ୧୫…

୧୮ ଯାଏ ଝଡ଼ବର୍ଷା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ନାହିଁ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଝଡ଼ବର୍ଷା ଯୋଗୁ ପାରଦ ତଳମୁହାଁ ରହିଛି। ଆସନ୍ତା ୧୮ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ରହିଛି। ଏଥିଯୋଗୁ ଉପକୂଳ…

୪୦ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଏବେ ଦୈନିକ ୨ଲକ୍ଷ ଟିକାକରଣ ଳକ୍ଷ୍ୟ ରଖାଯାଇଛି। ଟିକା ଅଭାବ ସତ୍ତ୍ୱେ ସବୁବର୍ଗର ଟିକାକରଣରେ ଓଡ଼ିଶା ଜାତୀୟ ହାର ତୁଳନାରେ ଆଗରେ ରହିଛି। ଏବେ ରାଜ୍ୟର ଟିକାକରଣ ୪୦ଲକ୍ଷ ଟପିଛି। ଶୁକ୍ରବାର ୧,୯୮,୫୮୮ଜଣଙ୍କୁ ଟିକା ଦିଆଯାଇଥିବାବେଳେ ମୋଟ ୪୧,୮୩,୪୬୬…

୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି, ୧୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଗତ ଶନିବାର ୨୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମନହାସ୍‌ଙ୍କୁ ଅପହରଣ କରି ନେଇଥିଲେ। ଗୁରୁବାର…

୩୫ ବର୍ଷ ପରେ ସବୁ ପୁରଷ କରାନ୍ତୁ ଏହି ଚେକ୍‌ଅପ୍‌

ବୟସ ବଢ଼ିବା ସହିତ ମଣିଷ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏ ନେଇ ନାନାଦି ରୋଗ ମଧ୍ୟ ହୋଇଥାଏ। ତେବେ ପୁରୁଷମାନଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିଲେ ସେମାନଙ୍କୁ କିଛି ଚେକ୍‌ଅପ୍‌ କରାଇବା ନିହାତି ଜରୁରୀ। ତେବେ ଜାଣନ୍ତୁ ସେ…

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ ପାଇଛନ୍ତି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି ଜନ୍ସ ହୋପ୍‌କିନ୍ସ ୟୁନିଭର୍ସିଟି ପ୍ରଫେସର ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri