ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ବଢ଼ିବ

ନୂଆଦିଲ୍ଲୀ,୨୬।୮:  ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପ୍ରସଙ୍ଗରେ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କୁ ୩୦ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ମିଳିପାରେ। ପୂର୍ବରୁ ଏହା ୯୨୪୮ କୋଟି ଟଙ୍କା ରହିଥିଲା। ଆର୍ଥତ୍କ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା ଏହି ସୂଚନା ଦେଇଛନ୍ତି। ଖବରଦାତା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀଙ୍କ ସହ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି, ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପେଆଉଟକୁ ବଢ଼ାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନରେ ଏନ୍‌ପିଏସ୍‌ ନିୟମ ଅନୁସାରେ ଯେଉଁ ଯୋଗଦାନ ରହିଛି ସେ କ୍ଷେତ୍ରରେ ୧୪% ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୧୦% ରହିଥିଲା। ଏହାବାଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯେଉଁ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ମିଳୁଥିବା ପେନ୍‌ସନ ୩୦% ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଶେଷ ବେତନ ଆଧାରରେ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ସ୍ଥାପନ ହେବ ନୂଆ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର

ନୂଆଦିଲ୍ଲୀ: ଜୟପୁରରେ ଏକ ସ୍ବୟଂକ୍ରିୟ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର ସ୍ଥାପନ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ନୋଟ୍‌ର ବର୍ଦ୍ଧିତ ପ୍ରଚଳନକୁ...

ଡିଜିଟାଲ ଇଣ୍ଡିଆରେ ସରକାରଙ୍କୁ ସହାୟତା କରିବ ଗୁଗଲ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ‘ବିଲ୍ଡ ଫର୍‌ ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଶୀର୍ଷ କମ୍ପାନୀ ଗୁଗଲ...

ଓଟିପିରେ ଖୋଲନ୍ତୁ ଏହି ଆକାଉଣ୍ଟ, ୬୦ ବର୍ଷରେ ପାଇବେ ୪୫ ଲକ୍ଷ ସହ ମାସିକ ୨୨,୫୦୦ ଟଙ୍କା ପେନ୍‌ସନ୍‌

ଯଦି ଆପଣ ୬୦ ବର୍ଷରେ ଏକ ମୋଟା ରକମର ଟଙ୍କା ସହ ପେନଶନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ନ୍ୟାସନାଲ ପେନସନ ସିଷ୍ଟମ (ଏନ୍‌‌ପିଏସ୍‌) ରେ...

ଏନ୍‌ଟିପିସିର ନେଟ୍‌ ପ୍ରଫିଟ ୪,୬୨୬ କୋଟି ଟଙ୍କା

ଦେଶର ପ୍ରମୁଖ ପବ୍ଲିକ ସେକ୍ଟର ବିଦ୍ୟୁତ ଉତ୍ପାଦନ କମ୍ପାନୀ ଏନଟିପିସିର ତୃତୀୟ କ୍ୱାର୍ଟରରେ ନେଟ ପ୍ରଫିଟ ୧୯% ବୃଦ୍ଧି ପାଇ ୪, ୬୨୬.୧୧ କୋଟି ଟଙ୍କାରେ...

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ସିଇଓ

ନୂଆଦିଲ୍ଲୀ,୨୧-୧: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ ହୋଇଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ...

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ମୁମ୍ବାଇ,୨୬-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅସୁଲ ହେଉ ନ ଥିବା ଋଣ(ଏନ୍‌ପିଏ) ମାମଲାର ସମାଧାନ ଲାଗି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି। ସଂଶୋଧିତ ନିୟମରେ...

ପିସିଏରୁ ବାହାରିବ ୟୁକୋ ବ୍ୟାଙ୍କ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଗତବର୍ଷ ମାର୍ଚ୍ଚ ତ୍ରୈମାସଠାରୁ ଏହାର ପରିଚାଳନାଗତ ଲାଭରେ ଅଭିବୃଦ୍ଧି ହାସଲ କରୁଛି। ପରିଚଳନାରେ ଉନ୍ନତି ଆଣିବା ଲାଗି ଅନାଦାୟ...

ଆଇଜିଡିଟିୟୁଡବ୍ଲ୍ୟୁ ସହ ସିଜିୟୁର ରାଜିନାମା

ଭୁବନେଶ୍ୱର,୨୪।୧୨: ସି. ଭି. ରମଣ ଗ୍ଲୋବାଲ ୟୁନିର୍ଭସିଟି (ସିଜିୟୁ) ଓ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ ୟୁନିର୍ଭସିଟି ଫର୍‌ ଓମେନ (ଆଇଜିଡିଟିୟୁଡବ୍ଲ୍ୟୁ) ମଧ୍ୟରେ ଏକ ବୁଝାମଣାପତ୍ର...

Advertisement
Archives

Model This Week