କାବୁଲ ବିମାନ ବନ୍ଦରରେ ପାଣି ବୋତଲର ଦାମ୍ ୩ହଜାର ଟଙ୍କା ଭାତ ପ୍ଲେଟ ୭ହଜାର ୫ଶହ

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଦେଶ ଛାଡି ଚାଲିଯିବାକୁ ଚାହୁଁଥିବା ଲୋକଙ୍କ ଭିଡ କାବୁଲ ବିମାନ ବନ୍ଦରରେ ଲାଗିଛି । ଫଳରେ ସେଠାରେ ଖାଦ୍ୟାଭାବ ଲୋକଙ୍କୁ ଭୋକ ଉପାସରେ ରହିବାକୁ ବାଧ୍ୟ କରିଛି । ଏକ ରିପୋର୍ଟ ଅନୁଯାୟୀ ସେଠାରେ ଏବେ ପାଣି ଗୋଟିଏ ବୋତଲର ଦାମ୍ ୧୦ ଡଲାର ବା ୩୦୦୦ ଟଙ୍କାରେ ମିଳୁଥିବା ବେଳେ ଗୋଟିଏ ପ୍ଲେଟ ଭାତର ଦାମ୍ ୧୦୦ ଡଲାର ବା ପାଖାପାଖି ୭୫୦୦ ଟଙ୍କା ହୋଇଛି । ଯାହା ଫଳରେ ଲୋକେ ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ସେଠାରେ କାବୁଲର କରେନ୍ସି ଗ୍ରହଣ କରାଯାଉ ନାହିଁ କେବଳ ଡଲାର ମାଧ୍ୟମରେ ଜିନିଷ କିଣିବା ସମ୍ଭବ ହେଉଛି । ତେଣୁ ଏହା ଆଫଗାନିସ୍ତାନ ବାସିନ୍ଦାଙ୍କୁ ଅଡୁଆରେ ପକାଇଛି । ଭୋକର ଅଧିକ ଶିକାର ହେଉଛନ୍ତି ଛୋଟ ପିଲା । ଏମିତିକି ଏମାନେ ବେହୋସ ହୋଇ ଯାଉଥିବା କୁହାଯାଉଛି । ଏପଟେ ନିଜକୁ ଅସହାୟ ମଣିଲେଣି ଆଫଗାନବାସୀ । କାବୁଲ ବିମାନ ବନ୍ଦର ବାହାରେ ପାଖାପାଖି ୫୦ ହଜାରରୁ ଅଧିକ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିବା କାଠିକାର ପାଠ ହାଇଯାଇଛି । ଗୋଟିଏ ପଟେ ବିମାନ ବନ୍ଦର ପାଚିରି ଭିତରେ ଭୋକ ଓ ଭୟରେ ସଢୁଛନ୍ତି ଲୋକେ ଅନ୍ୟପଟେ ପାଚିରି ବାହାରେ ଉତ୍ସବ ମନାଉଛି ତାଲିବାନ । ସବୁଠାରୁ ବଡ କଥା ହେଲା ଏଭଳି ସ୍ଥିତିରେ ଭିଡ ଭିତରେ ଲୋକେ କରୋନା ମାହାମାରୀକୁ ଆଦୌ ଭୟ କରୁ ନ ଥିବା ବେଳେ ସବୁଠାରୁ ବେଶି ଭୟ କରୁଛନ୍ତି ତାଲିବାନକୁ ।


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେଉଛି ଚାଇନା! LAC ନିକଟରେ ସୈନ୍ୟ ମୁତୟନ ହ୍ରାସ କଲା ଚାଇନା

ନୂଆଦିଲ୍ଲୀ,୧୪।୯: ୨୦୨୬ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହେବା ପରେ, ‘ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ’ (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?