Posted inଫୁରସତ

ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା, ଆଜି ପର୍ଯ୍ୟନ୍ତ କାରଣ ଖୋଜି ପାଉନାହାନ୍ତି ବିଶେଷଜ୍ଞ

ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ଯାହା ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ। କିଛି ବିଚିତ୍ର କଥା ଅଛି ଶୁଣିବା ପରେ ବି ବିଶ୍ୱାସ ହୋଇ ନ ଥାଏ। ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି କେରଳରେ।

କେରଳର ମଲପପୁର ଜିଲା କୋଡିହ୍ନି ଗାଁରେ କେବଳ ଯାଁଳା ପିଲା ଜନ୍ମ ହୋଇଥାନ୍ତି। ଏପରିକି ଏହି ଯାଁଳା ପିଲାଙ୍କୁ ଦେଖିବାକୁ ଆଖପାଖ ଗାଁର ଲୋକେ ଆସିଥାନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ଗାଁରେ ଏତେ ଯାଁଳା ପିଲା କାହିଁକି ଜନ୍ମ ହେଉଛନ୍ତି। ଯାହାର କାରଣ ଆଜି ପର୍ଯ୍ୟନ୍ତ ଖୋଜି ପାଉନାହାନ୍ତି ବିଶେଷଜ୍ଞମାନେ।

ଗାଁକୁ ଏକ ବିଶେଷଜ୍ଞ ଦଳ ଆସିଥିଲେ। ମାତ୍ର ଏହି କାରଣ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟାଇ ପାରିନାହାନ୍ତି। ଏଠାକାର ସ୍ଥାନୀୟ ଲୋକେ କୁହନ୍ତି, ଏହି ଗାଁରେ ଈଶ୍ୱରଙ୍କ କୃପା ରହିଛି। ଯେଉଁ କାରଣରୁ ଯାଁଳା ପିଲା ଜନ୍ମ ହେଉଛନ୍ତି। ଗତ ୫୦ ବର୍ଷ ଧରି ଏହି ଗାଁରେ ୪୦୦ରୁ ଅଧିକ ଯାଁଳା ପିଲା ଜନ୍ମ ନେଇଛନ୍ତି।

୨୦୧୬ରେ ଏକ ଟିମ୍‌ ଏହି ଗାଁକୁ ଆସିଥିଲା। ଗାଁର ଯାଁଳା ପିଲାଙ୍କୁ ଏକାଠି କରିଥିଲା। କିନ୍ତୁ ରିସର୍ଚ୍ଚରେ କୌଣସି ନିଷ୍କର୍ଷ ବାହାରି ପାରିଲାନି। କିଛି ଲୋକ କହିଛନ୍ତି, ଏହି ଗାଁର ପାଣି ପବନ ଏମିତି ଯେଉଁଥିପାଇଁ ଯାଁଳା ପିଲା ଜନ୍ମ ନେଉଛନ୍ତି। ଏହି ଟିମ୍‌ ଲୋକଙ୍କ ଖାଇବା ପିଇବା ରହିବା ପ୍ରତି ଅଧ୍ୟୟନ କରିଥିଲେ। ଏହା ପରେ ବି କୌଣସି କାରଣ ଖୋଜି ପାରିପାରିଲେନି। ଆଜି ବି ଏହା ରହସ୍ୟାବୃତ୍ତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ...

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ...

ବିବାହରେ ରୁଟି ଶେକୁଛନ୍ତି ଅତିଥି

ପୂର୍ବରୁ  ବିବାହ ବୋହୁତ ସରଳ ଥିଲା। ମାତ୍ର ବର୍ତ୍ତମାନ ଏହି ଧାରା ସମ୍ପୂର୍ଣ୍ଣ ବଦଳି ଯାଇଛି। ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଠାରୁ...

ଷ୍ଟେଜ୍‌ ଉରେ କନ୍ୟାଙ୍କୁ ଧରି ଏମିତି ବୁଲାଇଲେ ବର, ଶେଷରେ ଯାହା ଘଟିଲା ଦେଖିଲେ…

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି। ଏହି ସମରେ ବର, କନ୍ୟା ବିବାହର ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି,...

ନୌସେନାର ୪୧୧ ବର୍ଷର ଇତିହାସ

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ...

ପ୍ଲାଟ୍‌ଫର୍ମରେ ଏମିତି ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଭାଇରାଲ ହେବାର ଇଚ୍ଛା ଲୋକଙ୍କୁ ଏମିତି କାର୍ଯ୍ୟ କରିବାକୁ ବାଧ୍ୟ କରୁଛି, ଯାହା ପୂର୍ବରୁ କେବେ ଦେଖି ନ ଥିବେ। ଆଜିକାଲି ଲୋକମାନେ...

୭୫ ବର୍ଷ ହେବ ଲଗାତର ଜଳୁଛି ଏହି ଦୋକାନର ଚୁଲି

ଭାରତରେ ଏପରି ଅନେକ ଦୋକାନ ଅଛି, ଯାହା ପିଢି ପରେ ପିଢି ଚାଲିଆସୁଛି। ପ୍ରାୟତଃ ଏହିପରି ଅନେକ ଦୋକାନ ଦେଖିପାରିବେ, ଯାହା ଗୋଟିଏ ପିଢିରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri