Posted inଖେଳ

କୋହଲିଙ୍କୁ ଆଉଟ୍‌ କରି ଏମିତି କାରନାମା କଲେ ଆଣ୍ଡରସନ୍‌

ଲିଡ୍ସ,୨୬।୮: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୩୯ ବର୍ଷ ବୟସରେ ମଧ୍ୟ ଚମତ୍କାର ବୋଲିଂ ଜାରି ରଖିଛନ୍ତି। ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଆଣ୍ଡରସନଙ୍କ ସ୍ବିଙ୍ଗ ବଲ ପଢିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଆଣ୍ଡରସନ ଦ୍ୱିତୀୟ ଥର ପାଇଁ ଅଧିନାୟକ କୋହଲିଙ୍କୁ ତାଙ୍କର ଶିକାର କରିଛନ୍ତି। ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ କୋହଲି ପୁଣି ଥରେ ଆଣ୍ଡରସନଙ୍କ ବଲକୁ ଖେଳିପାରି ନ ଥିଲେ। ଟେଷ୍ଟ କ୍ରିକେଟରେ ସପ୍ତମ ଥର ପାଇଁ ଆଣ୍ଡରସନ କୋହଲିଙ୍କୁ ଆଉଟ୍‌ କରିଛନ୍ତି। ଲର୍ଡସରେ ଟିମ ଇଣ୍ଡିଆ ଯେପରି ଜିତିଲା ପରେ ଲାଗୁଥିଲା ଯେ ଏହି କୀର୍ତ୍ତି ଲିଡ୍ସରେ ମଧ୍ୟ ସହଜରେ ପୁନରାବୃତ୍ତି ହେବ। କିନ୍ତୁ ତାହା ହୋଇ ନ ଥିଲା। ଟସ ଜିତିବା ପରେ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଆଣ୍ଡରସନ ଏକକ ଭାବରେ ତାଙ୍କ ନିଷ୍ପତ୍ତି ଭୁଲ ପ୍ରମାଣ କରିଥିଲେ।
କୋହଲିଙ୍କୁ ଆଉଟ କରିବା ମାତ୍ରେ ଆଣ୍ଡରସନ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରାମଙ୍କ ସହ ସମାନ ହୋଇଥିଲେ। ଆଣ୍ଡରସନଙ୍କ ଏବେ ୯୧୬ଟି ଅନ୍ତର୍ଜାତୀୟ ଉଇକେଟ ରହିଛି। ତାଙ୍କ ନାମରେ ମଧ୍ୟ ସମାନ ସଂଖ୍ୟକ ଉଇକେଟ ରହିଛି। ଏହି ଦୁଇଜଣଙ୍କଠାରୁ କେବଳ ମୁଥିଆ ମୁରଲୀଥରନ (୧୩୪୭), ସେନ୍‌ ୱାର୍ଣ୍ଣ (୧୦୦୧), ଅନିଲ କୁମ୍ବଲେ (୯୫୬) ଏବଂ ଗ୍ଲେନ ମ୍ୟାକଗ୍ରାଥ (୯୪୯) ଆଗରେ ଅଛନ୍ତି। ୱାସିମ ଆକ୍ରାମ ଏବଂ ଗ୍ଲେନ ମ୍ୟାକଗ୍ରାଥ ନିଜ କ୍ୟାରିୟରରେ ୪୪.୫ ଷ୍ଟ୍ରାଇକ ହାରରେ ଉଇକେଟ ନେଇଛନ୍ତି। ଏଥିସହିତ ମୁଥିଆ ମୁରଲୀଧରନ ପ୍ରତ୍ୟେକ ୪୭ତମ ବଲରେ ଉଇକେଟ ନେଇଥିଲେ। ଏହା ପରେ ଜେମ୍ସ ଆଣ୍ଡରସନଙ୍କ ନମ୍ବର ଆସେ, ଯାହାର ଷ୍ଟ୍ରାଇକ ହାର ୪୯.୬। ଏଥି ସହିତ ୱାର୍ଣ୍ଣ ୫୧.୨ ଏବଂ କୁମ୍ବଲେ ୫୭.୮ ଷ୍ଟ୍ରାଇକ ହାରରେ ନିଜ କ୍ୟାରିୟରରେ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri