ଇଜ୍‌ର ୪ର୍ଥ ସଂସ୍କରଣ ଆରମ୍ଭ

ନୂଆଦିଲ୍ଲୀ,୨୬।୮:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସହଜ ବ୍ୟାଙ୍କିଙ୍ଗ୍‌ ଲାଗି ଏନ୍‌ହାନ୍ସ ଆକ୍‌ସେସ୍‌ ଆଣ୍ଡ ସର୍ଭିସ ଏକ୍ସିଲେନ୍ସ (ଇଜ୍‌)ର ୪ର୍ଥ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଲାଗି ଏହା ଏକ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ। ସ୍ପଷ୍ଟ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଣ ଦିଗରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ୬ ଥିମ୍‌ ଏବଂ ୨୬ ପଏଣ୍ଟକୁ ସାମିଲ କରାଯାଇଛି। ଏହି ଅବସରରେ ସୀତାରାମନ କହିଛନ୍ତି, ବ୍ୟାଙ୍କଗୁଡିକ ଉତ୍ତରପୂର୍ବ ଭାରତକୁ ଫୋକସ କରିବାର ଆବଶ୍ୟକତା ରହିଛି। ଏହି ସ୍ଥାନଗୁଡିକର ଚଳନ୍ତି ଏବଂ ସଞ୍ଚୟଖାତା ଜମା (କାସା) ବୃଦ୍ଧି ହେଉଥିବା ନଜରକୁ ଆସିଛି। ବ୍ୟାଙ୍କ ଏହିସବୁ ସ୍ଥାନଗୁଡିକରେ ଋଣ ଅଭିବୃଦ୍ଧିକୁ ତ୍ୱରାନ୍ବିତ କଲେ ନିଜେ ମଧ୍ୟ ଲାଭବାନ୍‌ ହୋଇପାରିବେ। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଚାରକରି ବ୍ୟାଙ୍କଗୁଡିକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ବିଭିନ୍ନ ଅଭିନବ ଯୋଜନା ପ୍ରଣୟନ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଲଜିଷ୍ଟିକ ଏବଂ ରପ୍ତାନି ଭଳି କ୍ଷେତ୍ରଗୁଡିକୁ ଏଥିରେ ପ୍ରାଥମିକତା ଦିଆଯିବ।
ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକରେ କାସା ଜମା ବଢୁଛି। ମାତ୍ର ବ୍ୟାଙ୍କଗୁଡିକ ଏହି ସ୍ଥାନଗୁଡିକରେ ଋଣ ପ୍ରଦାନ କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସକ୍ଷମ ହୋଇନାହାନ୍ତି। ସାରା ଦେଶରେ ବ୍ୟାଙ୍କ ଋଣ କ୍ଷେତ୍ରରେ ବର୍ତ୍ତମାନ ଅଭିବୃଦ୍ଧି ହେଉନାହିଁ ବୋଲି କହିହେବ ନାହିଁ। ବର୍ତ୍ତମାନ ଏହା ଉପରେ ଠିକ୍‌ ଆକଳନ କରିବା ଉପଯୁକ୍ତ ସମୟ ନୁହେଁ ବୋଲି ସୀତାରାମନ ମତ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ଦରଦାମ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଉପରେ ଫୋକସ କରିଛନ୍ତି।
୬ ଥିମ୍‌ ଉପରେ ଗୁରୁତ୍ୱ
ଇଜ୍‌ର ୨୬ ଆକ୍ସନ ପଏଣ୍ଟ ମଧ୍ୟରେ ୨୪ ଘଣ୍ଟା ୭ ଦିନିଆ ବ୍ୟାଙ୍କ ସେବା, ସରକାରୀ ବ୍ୟାଙ୍କଗୁଡିକ ମଧ୍ୟରେ ମିଳିତ ଭାବେ କାର୍ଯ୍ୟକରିବା, କୃଷକଙ୍କୁ ସହଜରେ କୃଷି ଋଣ ଏବଂ ଗ୍ରାମପଞ୍ଚାୟତ ସହ ମିଳିତ ହୋଇ ବିଭିନ୍ନ ସେବା ଯୋଗାଣ ସାମିଲ ରହିଛି। ସେହିଭଳି ୬ ଥିମ୍‌ ମଧ୍ୟରେ ଉତ୍ତରଦାୟୀ ବ୍ୟାଙ୍କିଙ୍ଗ୍‌, ଋଣ ଯୋଗାଣ ତ୍ୱରାନ୍ବିତ କରିବା, ଉଦ୍ୟମୀ ମିତ୍ର, ବିତ୍ତୀୟ ସାକ୍ଷରତା, ଡିଜିଟାଲାଇଜେଶନ ଏବଂ ବ୍ରାଣ୍ଡ ଡେଭଲପମେଣ୍ଟ ସାମିଲ ରହିଛି। ଇଜ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ର ପ୍ରଥମ ସଂସ୍କରଣ ୨୦୧୮ରେ ସରକାର ଶୁଭାରମ୍ଭ କରିଥିଲେ। ଏହା ଅଧୀନରେ ଗ୍ରାହକଙ୍କୁ କଲ୍‌ ସେଣ୍ଟର, ଓ୍ବେବ୍‌ ପୋର୍ଟାଲ, ମୋବାଇଲ ଆପ୍ଲିକେଶନ, ଟଚ୍‌ ପଏଣ୍ଟ ଦ୍ୱାରା ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଅଭିଯୋଗ ସମାଧାନ ସହଜ ହୋଇଛି
ଇଜ୍‌-୨ରେ ଏସ୍‌ବିଆଇ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ସବୁଠାରୁ ଆଗରେ ରହିଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଇଜ୍‌-୩ ସଂସ୍କରଣ ସରକାର ଲାଗୁ କରିଥିଲେ। ଏହା ଦ୍ୱାରା ଅଭିଯୋଗ ସମାଧାନର ହାରାହାରି ସମୟ ୯ରୁ ୫ ଦିନକୁ ହ୍ରାସ ହୋଇଛି। ସେହିଭଳି ଖୁଚୁରା ଋଣ ଯୋଗାଣ ସମୟ ୧୦ ଦିନକୁ ଖସିଛି। ଏହା ପୂର୍ବରୁ ୩୦ ଦିନ ରହିଥିଲା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୩୦ରୁ ଊର୍ଦ୍ଧ୍ୱ ସେବାକୁ ଅନ୍‌ଲାଇନ କରିଛନ୍ତି। ୫ କୋଟି ଗ୍ରାହକ ମୋବାଇଲ ଏବଂ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ର ସୁବିଧା ଉଠାଉଛନ୍ତି। ୧୫ ଆଞ୍ଚଳିକ ଭାଷାରେ ବ୍ୟାଙ୍କ କଲ୍‌ ସେଣ୍ଟର କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri