ଇଜ୍‌ର ୪ର୍ଥ ସଂସ୍କରଣ ଆରମ୍ଭ

ନୂଆଦିଲ୍ଲୀ,୨୬।୮:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସହଜ ବ୍ୟାଙ୍କିଙ୍ଗ୍‌ ଲାଗି ଏନ୍‌ହାନ୍ସ ଆକ୍‌ସେସ୍‌ ଆଣ୍ଡ ସର୍ଭିସ ଏକ୍ସିଲେନ୍ସ (ଇଜ୍‌)ର ୪ର୍ଥ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଲାଗି ଏହା ଏକ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ। ସ୍ପଷ୍ଟ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଣ ଦିଗରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ୬ ଥିମ୍‌ ଏବଂ ୨୬ ପଏଣ୍ଟକୁ ସାମିଲ କରାଯାଇଛି। ଏହି ଅବସରରେ ସୀତାରାମନ କହିଛନ୍ତି, ବ୍ୟାଙ୍କଗୁଡିକ ଉତ୍ତରପୂର୍ବ ଭାରତକୁ ଫୋକସ କରିବାର ଆବଶ୍ୟକତା ରହିଛି। ଏହି ସ୍ଥାନଗୁଡିକର ଚଳନ୍ତି ଏବଂ ସଞ୍ଚୟଖାତା ଜମା (କାସା) ବୃଦ୍ଧି ହେଉଥିବା ନଜରକୁ ଆସିଛି। ବ୍ୟାଙ୍କ ଏହିସବୁ ସ୍ଥାନଗୁଡିକରେ ଋଣ ଅଭିବୃଦ୍ଧିକୁ ତ୍ୱରାନ୍ବିତ କଲେ ନିଜେ ମଧ୍ୟ ଲାଭବାନ୍‌ ହୋଇପାରିବେ। ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଚାରକରି ବ୍ୟାଙ୍କଗୁଡିକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଲାଗି ବିଭିନ୍ନ ଅଭିନବ ଯୋଜନା ପ୍ରଣୟନ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଲଜିଷ୍ଟିକ ଏବଂ ରପ୍ତାନି ଭଳି କ୍ଷେତ୍ରଗୁଡିକୁ ଏଥିରେ ପ୍ରାଥମିକତା ଦିଆଯିବ।
ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକରେ କାସା ଜମା ବଢୁଛି। ମାତ୍ର ବ୍ୟାଙ୍କଗୁଡିକ ଏହି ସ୍ଥାନଗୁଡିକରେ ଋଣ ପ୍ରଦାନ କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସକ୍ଷମ ହୋଇନାହାନ୍ତି। ସାରା ଦେଶରେ ବ୍ୟାଙ୍କ ଋଣ କ୍ଷେତ୍ରରେ ବର୍ତ୍ତମାନ ଅଭିବୃଦ୍ଧି ହେଉନାହିଁ ବୋଲି କହିହେବ ନାହିଁ। ବର୍ତ୍ତମାନ ଏହା ଉପରେ ଠିକ୍‌ ଆକଳନ କରିବା ଉପଯୁକ୍ତ ସମୟ ନୁହେଁ ବୋଲି ସୀତାରାମନ ମତ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ଦରଦାମ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଉପରେ ଫୋକସ କରିଛନ୍ତି।
୬ ଥିମ୍‌ ଉପରେ ଗୁରୁତ୍ୱ
ଇଜ୍‌ର ୨୬ ଆକ୍ସନ ପଏଣ୍ଟ ମଧ୍ୟରେ ୨୪ ଘଣ୍ଟା ୭ ଦିନିଆ ବ୍ୟାଙ୍କ ସେବା, ସରକାରୀ ବ୍ୟାଙ୍କଗୁଡିକ ମଧ୍ୟରେ ମିଳିତ ଭାବେ କାର୍ଯ୍ୟକରିବା, କୃଷକଙ୍କୁ ସହଜରେ କୃଷି ଋଣ ଏବଂ ଗ୍ରାମପଞ୍ଚାୟତ ସହ ମିଳିତ ହୋଇ ବିଭିନ୍ନ ସେବା ଯୋଗାଣ ସାମିଲ ରହିଛି। ସେହିଭଳି ୬ ଥିମ୍‌ ମଧ୍ୟରେ ଉତ୍ତରଦାୟୀ ବ୍ୟାଙ୍କିଙ୍ଗ୍‌, ଋଣ ଯୋଗାଣ ତ୍ୱରାନ୍ବିତ କରିବା, ଉଦ୍ୟମୀ ମିତ୍ର, ବିତ୍ତୀୟ ସାକ୍ଷରତା, ଡିଜିଟାଲାଇଜେଶନ ଏବଂ ବ୍ରାଣ୍ଡ ଡେଭଲପମେଣ୍ଟ ସାମିଲ ରହିଛି। ଇଜ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ର ପ୍ରଥମ ସଂସ୍କରଣ ୨୦୧୮ରେ ସରକାର ଶୁଭାରମ୍ଭ କରିଥିଲେ। ଏହା ଅଧୀନରେ ଗ୍ରାହକଙ୍କୁ କଲ୍‌ ସେଣ୍ଟର, ଓ୍ବେବ୍‌ ପୋର୍ଟାଲ, ମୋବାଇଲ ଆପ୍ଲିକେଶନ, ଟଚ୍‌ ପଏଣ୍ଟ ଦ୍ୱାରା ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଅଭିଯୋଗ ସମାଧାନ ସହଜ ହୋଇଛି
ଇଜ୍‌-୨ରେ ଏସ୍‌ବିଆଇ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ସବୁଠାରୁ ଆଗରେ ରହିଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ଇଜ୍‌-୩ ସଂସ୍କରଣ ସରକାର ଲାଗୁ କରିଥିଲେ। ଏହା ଦ୍ୱାରା ଅଭିଯୋଗ ସମାଧାନର ହାରାହାରି ସମୟ ୯ରୁ ୫ ଦିନକୁ ହ୍ରାସ ହୋଇଛି। ସେହିଭଳି ଖୁଚୁରା ଋଣ ଯୋଗାଣ ସମୟ ୧୦ ଦିନକୁ ଖସିଛି। ଏହା ପୂର୍ବରୁ ୩୦ ଦିନ ରହିଥିଲା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୩୦ରୁ ଊର୍ଦ୍ଧ୍ୱ ସେବାକୁ ଅନ୍‌ଲାଇନ କରିଛନ୍ତି। ୫ କୋଟି ଗ୍ରାହକ ମୋବାଇଲ ଏବଂ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ର ସୁବିଧା ଉଠାଉଛନ୍ତି। ୧୫ ଆଞ୍ଚଳିକ ଭାଷାରେ ବ୍ୟାଙ୍କ କଲ୍‌ ସେଣ୍ଟର କାମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?