Posted inଖେଳ

‘ସଚିନ ତେନ୍ଦୁଲକରଙ୍କୁ ଫୋନ କରି ତୁରନ୍ତ ସାହାଯ୍ୟ ମାଗନ୍ତୁ’

ଲିଡ୍ସ,୨୬।୮: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ଇଂଲଣ୍ଡ ବିପକ୍ଷରେ ହାରାହାରି ୧୭.୨୫ରେ ୪ ଇନିଂସରେ ସେ ମାତ୍ର ୬୯ ରନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ବିଫଳ ହେବା ପରେ କୋହଲି ମଧ୍ୟ ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୭ ରନ ସଂଗ୍ରହ କରିଥିଲେ। ବିରାଟଙ୍କ ଖରାପ ଫର୍ମ ଭାରତ ପାଇଁ ଏକ ଚିନ୍ତାର ବିଷୟ। ଏହି ଚିନ୍ତା ଏତେ ବଡ ଯେ, ବିରାଟ କୋହଲିଙ୍କ ଉଇକେଟ ଯିବା ପରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କୁ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନଙ୍କୁ ଫୋନ କରି ସାହାଯ୍ୟ ମାଗିବାକୁ ପରାମର୍ଶ ଦେଇଛନ୍ତି।
ଲିଡ୍ସ ଟେଷ୍ଟରେ କମେଣ୍ଟ୍ରି କରୁଥିବା ବେଳେ ସୁନୀଲ ଗାଭାସ୍କର କହିଛନ୍ତି, ବିରାଟ କୋହଲିଙ୍କୁ ତୁରନ୍ତ ସଚିନଙ୍କୁ ଫୋନ କରି ପଚାରିବାକୁ ପଡ଼ିବ ଯେ, ମୋତେ କ’ଣ କରିବାକୁ ପଡିବ? ସିଡନୀ ଟେଷ୍ଟରେ ସଚିନ ଯାହା କରିଥିଲେ ତାହା କର। ନିଜକୁ କୁହ ଯେ ମୁଁ କଭର ଡ୍ରାଇଭ ମାରିବି ନାହିଁ। ଗାଭାସ୍କର କହିଛନ୍ତି, ଏହା ମୋ ପାଇଁ ଚିନ୍ତାର ବିଷୟ, କାରଣ ସେ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ବଲରେ ଆଉଟ୍‌ ହେଉଛନ୍ତି। ୨୦୧୪ ରେ ମଧ୍ୟ ସେ ଅଫ ଷ୍ଟମ୍ପରେ ବାହାରେ ଖେଳି ଆଉଟ୍‌ ହେଉଥିଲେ। ୨୦୦୩-୦୪ରେ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ୨୪୧ ରନ୍‌ର ଇନିଂସ ଖେଳିଥିଲେ। ଏହି ଇଂନିସରେ ୪୩୬ ବଲ ଖେଳି ସେ ଗୋଟିଏ କଭର ମାରି ନ ଥିଲେ। ତେଣୁ ତାଙ୍କୁ ସଚିନଙ୍କଠାରୁ ଟିପ୍ସ ନେବା ଉଚିତ୍‌। କଭର୍‌ ଡ୍ରାଇଭ ହେଉଛି ବିରାଟ କୋହଲିଙ୍କ ପ୍ରିୟ ସଟ କିନ୍ତୁ ଇଂଲଣ୍ଡରେ ତାଙ୍କର ସଟ ହିଁ ଆଉଟ୍‌ ହେଉଛନ୍ତି। କୋହଲି ଗତ ୫୦ ଟି ଅନ୍ତର୍ଜାତୀୟ ଇନିଂସରେ ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଗତ ୧୦ଟି ଟେଷ୍ଟ ମ୍ୟାଚରେ ବିରାଟଙ୍କ ହାରାହାରି ମାତ୍ର ୨୪.୫୬ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…

ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ | ମୋହନା,୧୩।୬( ମନ୍ମଥ ମିଶ୍ର ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

ଖୁସି ଖବର: ଖୁବ ଶୀଘ୍ର ଖୋଲିବ ହର୍ମୁଜ; ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଲାଗିଲା ମୋହର? ରିପୋର୍ଟରେ ନୂଆ ଦାବି

ତେହରାନ,୧୩।୬: ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଖୁସି ଖବର। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ସମେତ ଅନେକ ଦେଶରେ ଅଶୋଧିତ ତୈଳ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri