Home Left

ଅମୂଲ ପରେ ଏବେ ମଦର ଡାଏରୀ ବଢ଼ାଇଲା ଦୁଗ୍ଧ ଜାତୀୟ ଖାଦ୍ୟର ଦାମ୍‌

ନୂଆଦିଲ୍ଲୀ,୧୦।୭: ଅମୂଲ ପରେ ଏବେ ମଦର ଡାଏରୀ ଦିଲ୍ଲୀ ଏନ୍‌ସିଆରରେ ସମସ୍ତ ଦୁଗ୍ଧ ଜାତୀୟ ଖାଦ୍ୟର ମୂଲ୍ୟ ବୃଦ୍ଧି କରିଛି। ପ୍ରତି ଲିଟର ପିଛା ଦୁଗ୍ଧର ମୂଲ୍ୟ ୨ଟଙ୍କା ବୃଦ୍ଧି କରିଛି ମଦର ଡାଏରୀ। ଜୁଲାଇ ୧୧ରୁ ଏହି ନୂଆ ଦର…

ମାତ୍ର ୨୨ ମିନିଟ୍‌ରେ ୫୦ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ଓ୍ବାଶିଂଟନ: ଆମେରିକାର ପଶ୍ଚିମ ମିଶିଗାନ ସହରର ଜଣେ ମହିଳାଙ୍କ ଖାଦ୍ୟ ପ୍ରତି ଏତେ ରୁଚି ଯେ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମହିଳା ଜଣକ ମାତ୍ର ୨୨ ମିନିଟ୍‌ରେ ୫୦ ହଟ୍‌ ଚିଲି ଡଗ୍‌ ଖାଇ ରେକର୍ଡ ସୃଷ୍ଟି କରିଛନ୍ତି। ସବୁଠୁ…

କୁଟାରେ ତିଆରି ଚପଲ

ଶ୍ରୀନଗର: ଚମଡ଼ା କିମ୍ବା ପ୍ଲାଷ୍ଟିକରେ ଚପଲ ତିଆରି ହେଉଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ ପାରମ୍ପରିକ ଶୈଳୀରେ କୁଟାରେ ଏବେ ବି ଚପଲ ତିଆରି କରୁଛନ୍ତି କଶ୍ମୀରର ଅବଦୁଲ ସମାଦ୍‌ ଗାନି। ଉତ୍ତର କଶ୍ମୀର ବାନ୍ଦିପୋରା ଜିଲାର କେହନୁଶା ଗାଁର…

କରୋନାର ତୃତୀୟ ଲହର ପାଇଁ ଦାୟୀ ରହିବେ ସାଧାରଣ ଜନତା!

ନୂଆଦିଲ୍ଲୀ,୧୦ ।୭: ଯଦି ଦେଶରେ କରୋନାର ତୃତୀୟ ଲହର ଆସିବ ତେବେ ଏଥିପାଇଁ ସାଧାରଣ ଜନତାଙ୍କୁ ଦାୟୀ କରାଯାଇପାରେ । ଆଇଏଏନ୍‌ଏସ୍‌-ସି-ଭୋଟର-ସର୍ଭେ ଅନୁସାରେ ୫୭ ପ୍ରତିଶତ ଲୋକଙ୍କ ମତ ହେଉଛି ସାଧାରଣ ଜନତା କରୋନା ନିୟମ ପାଳନ କରୁ ନ ଥିବାରୁ…

ବାଘଛାଲ ଜବତ, ୪ ଅଭିଯୁକ୍ତ ଗିରଫ

ଭବାନୀପାଟଣା,୧୦ା୭(ଡି.ଏନ୍‌.ଏ.): କଳାହାଣ୍ଡି ଓ୍ବାଇଲ୍ଡ ଲାଇଫ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ ବାଘ ଛାଲ ଜବତ ହେବା ସହ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଟିମ୍‌ ଦକ୍ଷିଣ ବନଖଣ୍ଡ ଶଗଡ଼ା ଅଞ୍ଚଳରୁ ୩ ଚିତାବାଘ ଛାଲ…

୨୫ କେଜିର ଲଲିପପ୍‌

ନୂଆଦିଲ୍ଲୀ: ଲଲିପପ୍‌ ପୁଣି ୨୫ କିଲୋଗ୍ରାମର। ଏକଥା ହୁଏତ କେହି ଭାବି ପାରୁ ନ ଥିବେ। କିନ୍ତୁ ଏମିତି ଏକ ଲଲିପପ୍‌ ତିଆରି କରିଛନ୍ତି ଜଣେ ୟୁଟ୍ୟୁବର ଫିରୋଜ ଚୁଟିପୁରା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଦ୍ୟ ପ୍ରସ୍ତୁତିକୁ…

ଭିଏଟ୍‌ନାମର ‘ଟାର୍ଜନ’

ଜଙ୍ଗଲୀ ଜନ୍ତୁଙ୍କ ମନର ପରିଭାଷାକୁ ପଢ଼ିପାରୁଥିବା ଏକ କାଳ୍ପନିକ ଚରିତ୍ର ‘ଟାର୍ଜନ’, ଯାହାକୁ ନେଇ ବିଭିନ୍ନ ଭାଷାରେ ନିର୍ମାଣ କରାଯାଇଛି ଏକାଧିକ ସିନେମା। ଏସବୁ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଛାଡ଼ିଛି ସ୍ବତନ୍ତ୍ର ଛାପ। ହେଲେ ଭିଏଟ୍‌ନାମର ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ…

ମୁମ୍ବାଇରୁ ଆସିଲା ୧୭ ପ୍ୟାକେଟ୍‌ ରୁପା ଚାଦର

ପୁରୀ ଅଫିସ,୧୦ା୭: ଶ୍ରୀମନ୍ଦିରର ୮ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ନୀଳାଦ୍ରି ଭକ୍ତନିବାସରେ ପ୍ରାଥମିକ ପର୍ଯ୍ୟାୟରେ ୩ ଦ୍ୱାରର କାର୍ଯ୍ୟ ଆରମ୍ଭ ହୋଇଛି। ଜୟବିଜୟ, ବେହରଣ ଓ କଳାହାଟ ଦ୍ୱାରର ନିର୍ମାଣ ଚାଲିଛି। ଉତ୍କଳୀୟ କଳା, ସଂସ୍କୃତି ଓ ପରମ୍ପରାର…

ମଣ୍ଡପ ବାହାରେ ‘ବାବୁ-ବାବୁ’ ଚିତ୍କାର କରୁଥିଲେ ପ୍ରେମିକା, ହେଲେ ଭିତରେ ସିନ୍ଦୁର ପିନ୍ଧାଇବାରେ ବ୍ୟସ୍ତ ରହିଲେ ଲିଭ୍‌ଇନ୍‌ ପ୍ରେମିକ…

ହୋଶଙ୍ଗାବାଦ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଏକ ବିବାହ ଚାଲିଥିବା ବେଳେ ମଣ୍ଡପ ବାହାରେ ଜଣେ ଯୁବତୀଙ୍କ ‘ବାବୁ-ବାବୁ’ ଚିତ୍କାର ଶୁଣି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭିତରେ ବିବାହ ଚାଲିଥିଲା। ଏଣୁ ବାହାରେ ଯୁବତୀଙ୍କ ଏଭଳି ଆଚରଣରୁ ଘଟଣା ବିଷୟରେ ଅନୁମାନ କରିବାକୁ…

ଆଜି ୧୦ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ଟିକା ଅଭାବ ଯୋଗୁ ରାଜ୍ୟରେ ଟିକାକରଣରେ ବାଧା ସୃଷ୍ଟି ହେଉଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏବେ ଲକ୍ଷେ ଟପୁନି ଟିକାଦାନ। ସେପଟେ ରାଜ୍ୟରେ ଏବେମାତ୍ର ୫୯,୯୨୦ ଡୋଜ୍‌ କୋଭିଶିଲ୍ଡ ଟିକା ଗଚ୍ଛିତ ରହିଥିବାବେଳେ ଏହା…

କୃଷି ଯୋଜନା ଜଗିବେ ଯୁଗ୍ମ ସ୍କ୍ବାଡ୍‌

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷିଭିତ୍ତିକ ଯୋଜନାର ସଫଳ ରୂପାୟନ, ଯାଞ୍ଚ ଏବଂ ତଦାରଖ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ବାଡ୍‌ ଗଠନ କରାଯାଇଛି। ଏଥିରେ କୃଷି, ଉଦ୍ୟାନ କୃଷି…

ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ମିଳିଲା ସ୍ବୀକୃତି: ଆରମ୍ଭ ହେବ ନାମଲେଖା

ପୁରୁଷୋତ୍ତମପୁର,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ସ୍ବୀକୃତି ମିଳିଛି। ଯାହାଦ୍ବାରା ଚଳିତ ବର୍ଷ (୨୦୨୧-୨୨) ଶିକ୍ଷା ବର୍ଷରେ ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri