Posted inଫୁରସତ

ଏକାସାଙ୍ଗେ ତିନି କଳା ନାଗଙ୍କୁ ଏପରି ଦେଖି ଚକିତ ହେଉଛନ୍ତି ଲୋକେ

ଜଙ୍ଗଲର ଦୁନିଆ ମଧ୍ୟ ବଡ଼ ବିଚିତ୍ର। ବେଳେବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳେ, ଯାହା ଆଶ୍ଚର୍ଯ୍ୟ କରେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ। ବନ କର୍ମଚାରୀ, ବନ ସେବା ଅଧିକାରୀ କିମ୍ବା ବନ୍ୟଜନ୍ତୁ ପ୍ରେମୀମାନେ ଲୋକମାନଙ୍କୁ ଏହି ଦୁନିଆ ବିଷୟରେ ପରିଚିତ କରାଇ ଥାନ୍ତି। ଏହି କ୍ରମରେ ଏକ ଫଟୋ ଭାଇରାଲ ହେଉଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆପଣ ହୁଏତ ପୂର୍ବରୁ ଏପରି ଦୃଶ୍ୟ ଦେଖି ନ ଥିବେ।

ଫଟୋକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। କ୍ୟାପ୍‌ଶନ୍‌ରେ ସେ ଲେଖିଛନ୍ତି, ‘ଯେତେବେଳେ ତନୋଟି କଳା ନାଗ ଆପଣଙ୍କୁ ଏକ ସମୟରେ ଆଶୀର୍ବାଦ ଦିଅନ୍ତି’।

ଛବିରେ ଆପଣ ଦେଖିପାରିବେ କିପରି ତିନୋଟି କୋବ୍ରା ଜଙ୍ଗଲରେ ଏକାଠି ଫଣା ଟେକି ବସିଛନ୍ତି। ଚିତ୍ର ମହାରାଷ୍ଟ୍ରର ମେଲଘାଟରେ ଅବସ୍ଥିତ ହରିସାଲ ଜଙ୍ଗଲର। ଏହି ଚିତ୍ରକୁ ରାଜେନ୍ଦ୍ର ସେମାଲକର ତାଙ୍କ ଫେସବୁକ ପେଜ ‘ଇଣ୍ଡିଆନ ୱାଇଲ୍ଡ ଲାଇଫ’ରେ ୧୬ ନଭେମ୍ବରରେ ଶେୟାର କରିଥିଲେ। ଏହି ଚିତ୍ର ଦେଖିବା ପରେ କିଛି ବିଶେଷଜ୍ଞ କହିଛନ୍ତି ଯେ କଳା ନାଗଙ୍କୁ ଏପରି ଏକାଠି ଦେଖିବା ବହୁତ କ୍ୱଚିତ। ତେବେ ଏବେ ଏହି ଫଟୋଟି ଭାଇରାଲ ହେଉଥିବା ବେଳେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri