କ୍ଷତିଭରଣା ଅର୍ଥ ଅଫିସର, ଠିକା ସଂସ୍ଥା ଦିଅନ୍ତୁ

କେନ୍ଦ୍ରାପଡ଼ା ଅଫିସ, ୧୯ା୧୧: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପକୁ ନେଇ କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଚିଠି ଚର୍ଚ୍ଚାରେ ଅଛି। ଗୁରୁବାର ଧରିତ୍ରୀରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ କ୍ଷତିଭରଣା ଅର୍ଥ ଗ୍ରାମ୍ୟ ଜଳଯୋଗାଣ ବିଭାଗର ତତ୍କାଳୀନ ଅଧିକାରୀ ଓ ଠିକା ସଂସ୍ଥା ଦିଅନ୍ତୁ ବୋଲି ମତ ମିଳିଛି। ଜଙ୍ଗଲ ନଷ୍ଟ କରି ନୂତନ ଜଙ୍ଗଲ ସୃଷ୍ଟିରେ ୧୦ ବର୍ଷ କମ୍‌ ସମୟ ସୀମା ବୋଲି ପରିବେଶବିତ୍‌, ବୁଦ୍ଧିଜୀବୀ ଓ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଅଭିଯୋଗ ଦାଖଲକାରୀ ପ୍ରକାଶ କରିଛନ୍ତି।
ଜିଲାର ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ରାଜସ୍ବ ଗ୍ରାମରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ୨୪୧ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୯ରେ ମଣିକୁଣ୍ଡାଠାରେ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ସ୍ଥାନ ଜଙ୍ଗଲ କିସମ ହୋଇଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳର ଆଳୟ ସାମନ୍ତରାୟ ଓ ସମ୍ପଦ ସ୍ବାଇଁ ଏନ୍‌ଜିଟିରେ ଆପତ୍ତି କରିଥିଲେ। ଏନ୍‌ଜିଟି ପକ୍ଷରୁ ପରିବେଶ ଓ ଜଙ୍ଗଲ ନଷ୍ଟ ହେଉଥିବା ଦର୍ଶାଇ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିଥିଲେ। ଏଥିସହ ଜଙ୍ଗଲ ନଷ୍ଟ ସମ୍ପର୍କରେ ତଦନ୍ତ କମିଟି ଗଠନ ସହ କେନ୍ଦ୍ର ପର୍ଯ୍ୟାବରଣ ବିଭାଗ ଅନୁମତି ନେବାକୁ ପ୍ରକଳ୍ପ ପ୍ରସ୍ତୁତ କର୍ତ୍ତା ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ ସ୍ଥାନ ବଦଳରେ ବଡ଼ପାଳଠାରେ ଜଙ୍ଗଲ ସୃଷି ପାଇଁ ଜମି ପ୍ରଦାନ ଅନୁମତି ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟକୁ ଚିଠି ହୋଇଥିଲା ା ପର୍ଯ୍ୟାବରଣ ମନ୍ତ୍ରଣାଳୟର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଅଧିକାରୀ ଜମି ବଦଳ ଓ ପ୍ରସ୍ତାବିତ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ଅନୁମତି ଦେଇଥିଲେ ମଧ୍ୟ ଚିଠି (ନଂ. ୫ ଓଆରବି/ ୪୪୫/ ୨୦୨୧/ବିଏଚୟୁ)ରେ ୩୦ଟି ସର୍ତ୍ତ ସହ କଟକ ସର୍କଲର ଜଳଯୋଗାଣ ବିଭାଗ ସହକାରୀ ମୁଖ୍ୟଯନ୍ତ୍ରୀଙ୍କୁ ଜଙ୍ଗଲ ସୃଷ୍ଟି ଓ ଜରିମାନା ବାବଦ ୮୪,୫୨,୬୦୪ ଟଙ୍କା କାମ୍ପା ଆକାଉଣ୍ଟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତଦନ୍ତ କମିଟି ଗଠନ କରାଯାଇ ଜଙ୍ଗଲ ନଷ୍ଟରେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ବନ ସଂରକ୍ଷଣ ୧୯୮୦ ଆଇନର ଧାରା ୩(କ) ଓ (ଖ)ରେ ଦଣ୍ଡ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଗତ ୧୬ ତାରିଖରେ କ୍ଷତିଭରଣା ବାବଦ ଅର୍ଥ ଦେବାକୁ କେନ୍ଦ୍ରାପଡ଼ା ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ କଟକ ସର୍କଲର ସହକାରୀ ମୁଖ୍ୟଯନ୍ତ୍ରୀଙ୍କୁ ଲେଖିଥିବା ଚିଠି (୫୯୩୫) ଏବେ ଚର୍ଚ୍ଚାର କାରଣ ହୋଇଛି। ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପୁରୁଣା ଜଙ୍ଗଲକୁ ବିଲୋପ କରି ୧୦ ବର୍ଷ ମଧ୍ୟରେ ନୂଆ ଜଙ୍ଗଲ ସୃଷ୍ଟି କରିବା ଏକ ହାସ୍ୟାସ୍ପଦ କଥା। ଜଙ୍ଗଲ କେବଳ ଗଛକୁ ବୁଝାଏ ନାହିଁ। ଏଠାରେ ଥିବା ପକ୍ଷୀଠାରୁ ଆରମ୍ଭ କରି ଜୀବଜନ୍ତୁ ଆଶ୍ରୟହୀନ ହୋଇପଡ଼ିବେ। ବିଶ୍ୱତାପନ ସମ୍ପର୍କରେ ଆମେ ଦୀର୍ଘ ଭାଷଣ ଦେଉଥିବା ବେଳେ ପ୍ରକୃତରେ ଏହାର ସୁରକ୍ଷା ଦେଇ ପାରୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କହିଛନ୍ତି, ଜଙ୍ଗଲ ନଷ୍ଟ କରିଥିବା ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ପକ୍ଷରୁ ଏହି କ୍ଷତି ଅର୍ଥ ଭରଣା ହେଲେ ସଚେତନତା ସୃଷ୍ଟି ହେବ। ପ୍ରକୃତି ଓ ପରିବେଶକୁ ନଷ୍ଟ ହେବା ପୂର୍ବରୁ ସରକାରୀ କର୍ମଚାରୀ ସଚେତନ ହେବେ। ନଚେତ୍‌ ଖରସ୍ରୋତା ନଦୀ ପାଣି ବିବାଦ ପରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା କରିଥିବା ସାମନ୍ତରାୟ ଓ ସ୍ବାଇଁ କହିଛନ୍ତି, କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟର ଚିଠିରେ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଅଛି। ଏହା ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜମି ବଦଳ କଥା ଉଠିବ। ଏ ନେଇ ଏନ୍‌ଜିଟି ଶୁଣାଣିରେ ତଥ୍ୟ ଉପସ୍ଥାପନ କରିବେ। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ବନ ସଂରକ୍ଷଣ ଆଇନ ଧାରା ୩(କ)ଓ (ଖ) ଅନୁଯାୟୀ ଭୁଲ୍‌ ସ୍ବୀକାର ପତ୍ରଠାରୁ ୧୫ ଦିନ ପର୍ଯ୍ୟନ୍ତ ଜେଲଦଣ୍ଡ ଅଛି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ୨.୫ ଲକ୍ଷ ଲୋକଙ୍କୁ ପାଣି ପରି ମୌଳିକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ରକଳ୍ପ ହୋଇଛି। ଏନ୍‌ଜିଟି ମାମଲା ଯୋଗୁ ପଡି ରହିଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆମର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri