ପାଇପ ଜଳ ଯୋଗାଣ ପ୍ରକଳ୍ପ: ଖର୍ଚ୍ଚ ଅଧିକ, କାମ କମ୍‌

ଯାଜପୁର ଅଫିସ,୧୯ା୧୧: ଯାଜପୁର ଜିଲାରେ ଗ୍ରାମାଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ଗତ ୨ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୬୪୪.୧୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେଥିମଧ୍ୟରୁ ଓଏମ୍‌ବିଏଡିସି (ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ)ରେ ୭୮.୭୮ କୋଟି, ବସୁଧା ଯୋଜନାରେ ୩୫.୭ କୋଟି, ଜେଜେଏମ୍‌ (ଜଳ ଜୀବନ ମିଶନ)ରେ ୭୫.୨୪ କୋଟି ଏବଂ ଆର୍‌ଆଇଡିଏଫ୍‌ (ରୁରାଲ ଇନଫାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ) ୨୭୦.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ଶତାଧିକ ପିଡବ୍ଲ୍ୟୁଏସ୍‌ ଓ ମେଗା ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ହେଲେ ଜିଲାରେ ଅତ୍ୟାଧିକ ଠିକାଦାରୀ ରାଜନୀତି ଯୋଗୁ ଖର୍ଚ୍ଚ ତୁଳନାରେ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ରହିଛି। ଏବେ ବି ଶତାଧିକ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯେଉଁ କେତେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ସେଥିରେ ନିର୍ଦ୍ଧାରିତ ଲୋକମାନେ ପାନୀୟ ଜଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଜିଲାର ପ୍ରାୟ ୮୫ ପ୍ରତିଶତ ଗ୍ରାମାଞ୍ଚଳ ବାସିନ୍ଦା ଏଯାଏ ପାଇପ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ଜରିଆରେ ସ୍ବଚ୍ଛଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାର ୧୦ ଟି ବ୍ଲକରେ ୩,୭୮,୬୪୫ ପରିବାର ବାସ କରୁଛନ୍ତି। ସେହି ପରିବାରଗୁଡିକର ଜନସଂଖ୍ୟା ୧୭,୩୧,୯୫୦। ଏହି ପରିବାରଗୁଡିକ ମଧ୍ୟରୁ ପ୍ରାୟ ୪ ହଜାର ପରିବାରଙ୍କୁ ପାଇପ୍‌ ଦ୍ୱାରା ଜଳ ଯୋଗାଣ କରାଯାଇଛି। ବାକି ପରିବାର ନଳକୂପ ଓ ବିଭିନ୍ନ ଉସତ୍ରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଅବଶିଷ୍ଟ ପରିବାରଗୁଡିକୁ ୨୦୨୨ ସୁଦ୍ଧା ପାଇପ୍‌ ମାଧ୍ୟମରେ ଜଳଯୋଗାଣ କରିବାକୁ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଆର୍‌ଆଇଡିଏଫ୍‌, ଓଏମ୍‌ବିଏଡିସି, ବସୁଧା ଓ ଜଳ ଜୀବନ ମିଶନ ଯୋଜନାରେ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଗତ ୧୫ ତାରିଖରେ ଜଳଜୀବନ ମିଶନ ଯୋଜନାରେ ୬ଟି ପ୍ରକଳ୍ପକୁ ମଞ୍ଜୁର ମିଳିଛି। ଏଥିରେ ବରୀ ବ୍ଲକର ଅରିଲୋ ପାଇଁ ୧.୩୩ କୋଟି, ଏରଡା ପାଇଁ ୧.୧.୪୯ କୋଟି, କହରଗଣ୍ଡ ଓ ରତଲଙ୍ଗା ପାଇଁ ୧.୭୫ କୋଟି ଭାବେ ମୋଟ ୪.୫୯ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ବରୀ ବ୍ଲକର କୁମ୍ଭୁକା ପାଇଁ ୧.୩୫ କୋଟି, ଚକ୍ରପୁର ପାଇଁ ୧.୨ କୋଟି ଓ ରାୟପୁର ଏବଂ ପାଳପୁର ପାଇଁ ୧.୯୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥିରୁ ଗ୍ରାମ ପଞ୍ଚାୟତ ୧୦ ପ୍ରତିଶତ କିମ୍ବା ୧୦ ଲକ୍ଷ ଟଙ୍କା ବିନିଯୋଗ କରିବ ବୋଲି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଓଏମ୍‌ବିଏଡିିସିରେ ସୁକିନ୍ଦା ବ୍ଲକରେ ଚାଲିଥିବା ଗୋଟିଏ ମେଗା ପ୍ରକଳ୍ପ ୫ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସେହିପରି ଏଠାରେ ଦ୍ୱିତୀୟ ପ୍ରକଳ୍ପ ମଧ୍ୟ ମନ୍ଥର ଗତିରେ ଚାଲିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଭଳି ଭାବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରୀ ରାଜନୀତି ଯୋଗୁ ଏଯାଏ ଶତାଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ।
ସେହିପରି ପାଇପ୍‌ ବିଛା ନାମରେ ମଧ୍ୟ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଛି। ନିୟମ ଅନୁଯାୟୀ ଉନ୍ନତମାନର ପାଇପ ନ ଦେଇ ଅତି ନିମ୍ନମାନର ପାଇପ୍‌ ବ୍ୟବହାର କରାଯାଇଥିବା କେତେଜଣ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। କୋରେଇ ବ୍ଲକର ମଲାରିଆ ଗ୍ରାମରେ ଦୀର୍ଘଦିନ ହେଲା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି। ସେହିପରି ପଛିକୋଟ ପ୍ରକଳ୍ପ କାମ ୨ ବର୍ଷ ହେଲା ସରୁନି। ଏହି ପ୍ରକଳ୍ପରେ ନିମ୍ନମାନର ପାଇପ୍‌ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବାରୁ ତାହା ଦୀର୍ଘସ୍ଥାୟୀ ହେବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଫୋନରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?