ପାଇପ ଜଳ ଯୋଗାଣ ପ୍ରକଳ୍ପ: ଖର୍ଚ୍ଚ ଅଧିକ, କାମ କମ୍‌

ଯାଜପୁର ଅଫିସ,୧୯ା୧୧: ଯାଜପୁର ଜିଲାରେ ଗ୍ରାମାଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ଗତ ୨ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୬୪୪.୧୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ସେଥିମଧ୍ୟରୁ ଓଏମ୍‌ବିଏଡିସି (ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ)ରେ ୭୮.୭୮ କୋଟି, ବସୁଧା ଯୋଜନାରେ ୩୫.୭ କୋଟି, ଜେଜେଏମ୍‌ (ଜଳ ଜୀବନ ମିଶନ)ରେ ୭୫.୨୪ କୋଟି ଏବଂ ଆର୍‌ଆଇଡିଏଫ୍‌ (ରୁରାଲ ଇନଫାଷ୍ଟ୍ରକ୍ଚର ଡେଭଲପମେଣ୍ଟ ଫଣ୍ଡ) ୨୭୦.୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି କ୍ରମରେ ରାଜ୍ୟ ସରକାର ଶତାଧିକ ପିଡବ୍ଲ୍ୟୁଏସ୍‌ ଓ ମେଗା ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ହେଲେ ଜିଲାରେ ଅତ୍ୟାଧିକ ଠିକାଦାରୀ ରାଜନୀତି ଯୋଗୁ ଖର୍ଚ୍ଚ ତୁଳନାରେ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ରହିଛି। ଏବେ ବି ଶତାଧିକ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯେଉଁ କେତେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ସେଥିରେ ନିର୍ଦ୍ଧାରିତ ଲୋକମାନେ ପାନୀୟ ଜଳ ପାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଜିଲାର ପ୍ରାୟ ୮୫ ପ୍ରତିଶତ ଗ୍ରାମାଞ୍ଚଳ ବାସିନ୍ଦା ଏଯାଏ ପାଇପ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ଜରିଆରେ ସ୍ବଚ୍ଛଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଜିଲାର ୧୦ ଟି ବ୍ଲକରେ ୩,୭୮,୬୪୫ ପରିବାର ବାସ କରୁଛନ୍ତି। ସେହି ପରିବାରଗୁଡିକର ଜନସଂଖ୍ୟା ୧୭,୩୧,୯୫୦। ଏହି ପରିବାରଗୁଡିକ ମଧ୍ୟରୁ ପ୍ରାୟ ୪ ହଜାର ପରିବାରଙ୍କୁ ପାଇପ୍‌ ଦ୍ୱାରା ଜଳ ଯୋଗାଣ କରାଯାଇଛି। ବାକି ପରିବାର ନଳକୂପ ଓ ବିଭିନ୍ନ ଉସତ୍ରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଅବଶିଷ୍ଟ ପରିବାରଗୁଡିକୁ ୨୦୨୨ ସୁଦ୍ଧା ପାଇପ୍‌ ମାଧ୍ୟମରେ ଜଳଯୋଗାଣ କରିବାକୁ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଆର୍‌ଆଇଡିଏଫ୍‌, ଓଏମ୍‌ବିଏଡିସି, ବସୁଧା ଓ ଜଳ ଜୀବନ ମିଶନ ଯୋଜନାରେ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଗତ ୧୫ ତାରିଖରେ ଜଳଜୀବନ ମିଶନ ଯୋଜନାରେ ୬ଟି ପ୍ରକଳ୍ପକୁ ମଞ୍ଜୁର ମିଳିଛି। ଏଥିରେ ବରୀ ବ୍ଲକର ଅରିଲୋ ପାଇଁ ୧.୩୩ କୋଟି, ଏରଡା ପାଇଁ ୧.୧.୪୯ କୋଟି, କହରଗଣ୍ଡ ଓ ରତଲଙ୍ଗା ପାଇଁ ୧.୭୫ କୋଟି ଭାବେ ମୋଟ ୪.୫୯ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ବରୀ ବ୍ଲକର କୁମ୍ଭୁକା ପାଇଁ ୧.୩୫ କୋଟି, ଚକ୍ରପୁର ପାଇଁ ୧.୨ କୋଟି ଓ ରାୟପୁର ଏବଂ ପାଳପୁର ପାଇଁ ୧.୯୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ଏଥିରୁ ଗ୍ରାମ ପଞ୍ଚାୟତ ୧୦ ପ୍ରତିଶତ କିମ୍ବା ୧୦ ଲକ୍ଷ ଟଙ୍କା ବିନିଯୋଗ କରିବ ବୋଲି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଓଏମ୍‌ବିଏଡିିସିରେ ସୁକିନ୍ଦା ବ୍ଲକରେ ଚାଲିଥିବା ଗୋଟିଏ ମେଗା ପ୍ରକଳ୍ପ ୫ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସେହିପରି ଏଠାରେ ଦ୍ୱିତୀୟ ପ୍ରକଳ୍ପ ମଧ୍ୟ ମନ୍ଥର ଗତିରେ ଚାଲିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଭଳି ଭାବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରୀ ରାଜନୀତି ଯୋଗୁ ଏଯାଏ ଶତାଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ।
ସେହିପରି ପାଇପ୍‌ ବିଛା ନାମରେ ମଧ୍ୟ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଛି। ନିୟମ ଅନୁଯାୟୀ ଉନ୍ନତମାନର ପାଇପ ନ ଦେଇ ଅତି ନିମ୍ନମାନର ପାଇପ୍‌ ବ୍ୟବହାର କରାଯାଇଥିବା କେତେଜଣ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। କୋରେଇ ବ୍ଲକର ମଲାରିଆ ଗ୍ରାମରେ ଦୀର୍ଘଦିନ ହେଲା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି। ସେହିପରି ପଛିକୋଟ ପ୍ରକଳ୍ପ କାମ ୨ ବର୍ଷ ହେଲା ସରୁନି। ଏହି ପ୍ରକଳ୍ପରେ ନିମ୍ନମାନର ପାଇପ୍‌ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବାରୁ ତାହା ଦୀର୍ଘସ୍ଥାୟୀ ହେବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଫୋନରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri