Posted inଖେଳ

ଇସ୍ତଫା ଦେଲେ ଅଧିନାୟକ

ସିଡନୀ,୧୯।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ୍‌ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି। କଙ୍ଗାରୁ ଅଧିନାୟକ ପେନ୍‌ ଝିଅକୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ ହୋଇଛି। ୨୦୧୭ରେ, ପେନ ନିଜର ଅଶ୍ଳୀଳ ଫଟୋ ଏକ ଝିଅଙ୍କୁ ପଠାଇଥିଲେ, ଏହା ବ୍ୟତୀତ ସେ ସେହି ଝିଅକୁ ମଧ୍ୟ ଖରାପ ମେସେଜ୍‌ ମଧ୍ୟ ପଠାଇଥିଲେ। ସୋସିଆଲ ମିଡିଆରେ ତାଙ୍କ ମେସେଜ ଭାଇରାଲ ହେବା ପରେ କଙ୍ଗାରୁ ଅଧିନାୟକଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଛି। ନିକଟରେ, ନଭେମ୍ବର୧୭ରେ, ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଶେସ ସିରିଜ ପାଇଁ କଙ୍ଗାରୁ ଦଳ ଘୋଷଣା କରାଯାଇଥିଲା। ଦଳର ଅଧିନାୟକ ଟିମ ପେନ ଥିଲେ। ଅଶ୍ଲୀଳ ଫଟୋ ଏବଂ ମେସେଜ ଅଭିଯୋଗ ହେବା ପରେ ଟିମ ପେନ୍‌ଙ୍କ ସ୍ଥାନରେ ପ୍ୟାଟ କମିନ୍ସଙ୍କୁ ଅଷ୍ଟ୍ରେଲିଆର ଟେଷ୍ଟ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି...

ପଞ୍ଜାବ ପାଇଁ କର ଅବା ମର

ଶାରଜା, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପଞ୍ଜାବ...

ସେମିରେ କାଶ୍ୟପ

ଇଞ୍ଚିଅନ,୨୭।୯(ପିଟି):ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କୋରିଆ ଓପନ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ...

ଆର୍‌ସିବି ଜିତିଲା ଟସ୍‌, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ...

ଫିଫା ୱାର୍ଲଡ କପ୍‌ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ

ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍‌ବଲ ପାଓ୍ବାର ହାଉସ୍‌ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର ମ୍ୟାଚ୍‌ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି।...

ଇଣ୍ଡିଆନ ସୁପର ଲିଗ୍‌: ଫାଙ୍କା ଷ୍ଟାଡିୟମରେ ଏଟିକେ- ଚେନ୍ନାଇନ୍‌ ଫାଇନାଲ ଆଜି

ମାରଗାଓ, ୧୪।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ ଷଷ୍ଠ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ...

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର ଚତୁର୍ଥ ବିଜୟ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ଚତୁର୍ଥ...

ଚହଲ ହ୍ୟାଟ୍ରିକ୍‌ ନେବା ପରେ ସ୍ତ୍ରୀଙ୍କ ଥିଲା ଏମିତି ପ୍ରତିକ୍ରିୟା: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୯।୪: ଆଇପିଏଲ୍‌ ୨୦୨୨ରେ ରାଜସ୍ଥାନ ରୟାଲ୍ସ ବୋଲର୍‌ ୟୁଜଭେନ୍ଦ୍ର ଚହଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହ୍ୟାଟ୍ରିକ ନେଇଛନ୍ତି। ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ...

Advertisement
Archives

Model This Week