Posted inଫୁରସତ

ବିଶ୍ୱର ସବୁଠୁ ଭୟଙ୍କର ପାର୍କ

ଆମେରିକାର ଏକ ପାର୍କ ବର୍ତ୍ତମାନ ଭୟଙ୍କର ସ୍ଥାନ ପାଲଟିଛି। ଏହି ପାର୍କ ଏକଦା ଲୋକମାନଙ୍କର ପ୍ରିୟ ଥିଲା। ପ୍ରବଳ ଜନଗହଳି ଲାଗି ରହୁଥିଲା। ପାର୍କରେ ଥିବା ଅନେକ ଜିନିଷକୁ ଦେଖିବା ପାଇଁ ଆସିଥାନ୍ତି। କିନ୍ତୁ ଏବେ ଏହା ଏକ ଭୟଙ୍କର ସ୍ଥାନ ପାଲଟିଛି। ଏଠାରେ ବେଳେବେଳେ ଆଲୋକ ଦେଖାଯାଏ ତ ଆଉ କେତେବେଳେ ଅଜବ ଶବ୍ଦ ଶୁଣାଯାଏ। ଏହି ଥିମ୍‌ ପାର୍କକୁ ବିଦ୍ୟୁତ୍‌ ଯୋଗାଣ ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଛି। ଲୋକମାନେ ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି। ସମ୍ପ୍ରତି ଏହି ଥିମ୍‌ ପାର୍କର ଭୟାନକ ଚିତ୍ର ସାମ୍ନାକୁ ଆସିଛି। ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରୁଥିବା ଜଣେ ନିର୍ମାତା ଏହାର ଫଟୋ ଶେୟାର କରିଛନ୍ତି।

ଯୁକ୍ତରାଷ୍ଟ୍ରର ନିଉ ଅର୍ଲିଅନ୍ସରେ ଥିବା ସିକ୍ସ ଫ୍ଲାଗସ୍‌ ଥିମ୍‌ ପାର୍କରେ ସର୍ବଦା ଜନଗହଳି ହେଉଥିଲା। କିନ୍ତୁ ୨୦୦୫ରେ ହୋଇଥିବା ବାତ୍ୟା ଏହି ପାର୍କକୁ ନଷ୍ଟ କରି ଦେଇଥିଲା। ସେବେଠାରୁ ଏହା ବନ୍ଦ ହୋଇଯାଇଥିଲା। ଆଜି ବି ଜିନିଷଗୁଡ଼ିକ ସେଠାରେ ବିଛାଡ଼ି ହୋଇରହିଛି। ଏହି ପାର୍କ ଝଡ଼ରେ ନଷ୍ଟ ହୋଇଥିବାବେଳେ ବନ୍ୟାରେ ୨୦ ଫୁଟ ପାଣି ପଶି ଯାଇଥିଲା। ଯେଉଁଥିପାଇଁ ସବୁକିଛି ନଷ୍ଟ ହୋଇଯାଇଥିଲା।

ଏଠାରେ ହୋଇଥିବା ବାତ୍ୟାରେ ପ୍ରାୟ ୧୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭୂମିହୀନ ହୋଇଥିଲେ। ଆଜିଯାଏ ବି ଲୋକମାନେ ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି।

କୁହାଯାଏ, ବାତ୍ୟାରେ ପ୍ରାଣ ହରାଇଥିବା ଆତ୍ମାଗୁଡ଼ିକ ଏହି ପାର୍କରେ ଘୂରି ବୁଲୁଛି। ବହୁ ବର୍ଷ ଧରି ଏଠାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ମାତ୍ର ରାତି ହେଲେ ଉଜ୍ଜ୍ୱଳ ଆଲୋକ ଦେଖାଯାଉଛି। ମଝିରେ ମଝିରେ ଅଜବ ଧ୍ୱନି ଶୁଣିବାକୁ ମିଳୁଛି। ଏହା ବିଶ୍ୱର ସବୁଠୁ ଭୟଙ୍କର ପାର୍କ।


Enter your email to get our daily news in your inbox.

All Right Reserved By Dharitri.Com

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri