Home Left

ସ୍ମାର୍ଟଫୋନ୍‌ ବ୍ୟାଟେରୀ-ଡାଟା ଶୀଘ୍ର ସରୁଛି କି, ହ୍ୟାକିଂ ପ୍ରତି ରୁହନ୍ତୁ ସତର୍କ…

ନୂଆଦିଲ୍ଲୀ,୧୨।୭: ଏବେ ଡିଜିଟାଲର ଯୁଗ। ପ୍ରତିଟି କାର୍ଯ୍ୟ ଅନ୍‌ଲାଇନ୍‌ରେ ସମ୍ପନ୍ନ ହେଉଛି। ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ରେ ଜିନିଷପତ୍ର କିଣା ସବୁ ସମ୍ଭବ ହେଉଛି। ଘରେ ବସି ସ୍ମାର୍ଟଫୋନ୍‌ ମାଧ୍ୟମରେ ସହଜରେ ଏହା କରାଯାଇ ପାରୁଛି। ତେବେ ଯଦି ସ୍ମାର୍ଟଫୋନ୍‌ର…

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ: ଓମ ବିର୍ଲା

ନୂଆଦିଲ୍ଲୀ,୧୨ ।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସୋମବାର ଲୋକ ସଭା ସ୍ପିକର ଓମ ବିର୍ଲା ଏହା କହିଛନ୍ତି । ଏଥିରେ ମୋଟ ୧୯ କାର୍ଯ୍ୟ ଦିବସ ରହିବ ।…

ନିୟମ ଉଲ୍ଲଂଘନ ଅଭିଯୋଗରେ ଜନପଥ ମାର୍କେଟ ସିଲ୍‌

ନୂଆଦିଲ୍ଲୀ,୧୨।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କରୋନା କଟକଣା କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଲଗାତର ଭାବେ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଯାହା କରୋନା ସଂକ୍ରମଣ ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି।…

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ଅପହଞ୍ଚ। ବିବାହରେ ବ୍ୟାଣ୍ଡ ପାର୍ଟିରେ ସେମାନେ ପିଞ୍ଜରା ଗାଡ଼ି ଭିତରେ ରହି ଡ୍ୟାନ୍ସ୍‌…

ବହୁତ ହେଲା ଘୃଣ୍ୟ ରାଜନୀତି, ଗୋଆ ଏବେ ପରିବର୍ତ୍ତନ ଚାହେଁ: କେଜରିୱାଲ

ନୂଆଦିଲ୍ଲୀ,୧୨ ।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏଥର ଆମ ଆଦମୀ ପାର୍ଟି(ଏଏପି) ଗୋଆରେ ନିର୍ବାଚନ…

ଏହି ବିଲେଇକୁ ଯିଏ ଦେଖୁଛି, ସେ ଘଡ଼ିଏ ଅଟକି ଚାହୁଁଛି; ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଜାପାନର ରାଜଧାନୀ ଟୋକିଓରେ ବହୁତଳ ପ୍ରାସାଦ ବିଶିଷ୍ଟ କୋଠାର ଏକ ଫ୍ଲୋରର ବାଲ୍‌କୋନିରେ ଏକ ବିଲେଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଲେଇଟିକୁ ଯିଏ ଦେଖୁଛି, ସେ ଘଡ଼ିଏ ଅଟକି ଚାହୁଁଛି। ଅସଲ କଥା ହେଲା ଏହା ପ୍ରକୃତ ବିଲେଇ ନୁହଁ। ଏହା…

ଖୁସି ଖବର ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ଉଇକେଟ କିପର-ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। କ୍ୱିଣ୍ଟନଙ୍କ ସ୍ତ୍ରୀ ଶାଶା ଡି କକ ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। କ୍ୱିଣ୍ଟନ ସୋସିଆଲ ମିଡିଆରେ…

ସାମ୍ନାକୁ ଆସିଲା ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଟେଲି ପରଦାକୁ ଫେରୁଛି ବେଶ୍‌ ଲୋକପ୍ରିୟ ସିରିୟଲ୍‌ ପବିତ୍ର ରିସ୍ତା। ପୁଣିଥରେ ମାନବ ଅର୍ଚ୍ଚନାଙ୍କୁ ଦେଖିପାରିବେ ଦର୍ଶକ। ହେଲେ ଚଳିତ ଥର ମାନବ ଭୂମିକାରେ ଅଭିନେତା ଶାହିର ଶେଖଙ୍କୁ ଦେଖିବାକୁ ମିଳିବ।…

ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୭(ବ୍ୟୁରୋ): ରାଜଧାନୀରେ ସୋମବାର ଦୁଇଟି କ୍ୟାନସର ହସ୍ପିଟାଲ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ ଅଞ୍ଚଳରେ ଥିବା ଇନ୍‌ଫୋସିଟି-୨ରେ ୨୦ରୁ ୨୫ ଏକର ଜମି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ହସ୍ପିଟାଲ ପାଇଁ ଚଳିତବର୍ଷ…

କରୋନାର ଦ୍ୱିତୀୟ ଲହରରେ ୪୦ ପ୍ରତିଶତରୁ ଅଧିକ ଯବାନଙ୍କ ଜୀବନ ଯାଇଛି

ନୂଆଦିଲ୍ଲୀ,୧୨ ।୭: କରୋନାର କରାଳ ରୂପ ଏବେବି ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛି । କାରଣ ଏହା କବଳରେ କିଏ କେତେବେଳେ ଆସିଯାଉଛନ୍ତି ତାହା ଜଣାପଡୁନି । କେହିବି ଏହା ପାଖରୁ ବର୍ତ୍ତି ଯାଇ ପାରୁ ନାହାନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ…

ଗର୍ଭବତୀଙ୍କ ପାଦ ଖସିଯିବାରୁ ଚାଲିଗଲା ପେଟରେ ଥିବା ଶିଶୁର ଜୀବନ; ମହିଳାଙ୍କୁ ମିଳିଲା ଏମତି ଦଣ୍ଡ

୨୯ ବର୍ଷୀୟା ଜଣେ ଗର୍ଭବତୀ ମହିଳାଙ୍କ ପାଦ ଖସିଯିବାରୁ ପେଟରେ ଥିବା ପିଲାଟାର ଜୀବନ ଚାଲିଗଲା। ଏନେଇ ମହିଳାଙ୍କୁ ୯ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଲା। ବର୍ତ୍ତମାନ ସେ ଜେଲ୍‌ରୁ ମୁକୁଳିଛନ୍ତି। ବାହାରକୁ ଆସି ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ,…

ଅଡିଟ ପରେ ଗଞ୍ଜାମରେ ବଢୁଛି ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାରୁ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ଘୋଷଣା ହୋଇଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri