ସମୁଦ୍ର ଜୁଆର ମାଡ଼ରେ ଲୁଣା ନଦୀବନ୍ଧରେ ଘାଇ

ମହାକାଳପଡ଼ା, ୨୨ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଲୁଣା ନଦୀ ବନ୍ଧର ଏକ ନମ୍ବର କ୍ରିକ୍‌ ନିକଟରେ କେତେଜଣ ଲୋକ ଜାଲ ବସାଇ ମାଛ ଧରୁଥିଲେ। ଏହାଦ୍ୱାରା ନଦୀ ବନ୍ଧ ଦୁର୍ବଳ ହୋଇଯାଇଥିଲା। ସମୁଦ୍ର ଉଚ୍ଚ ଜୁଆର ମାଡରେ ଲୁଣାନଦୀ ବନ୍ଧରେ ଶନିବାର ଘାଇ ସୃଷ୍ଟି ହୋଇଛି। ଫଳରେ ଶତାଧିକ ଏକର ପାଚିଲା ଧାନ ଲୁଣା ପାଣିରେ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ, ଲୁଣାନଦୀ ବନ୍ଧର ଭିତରପାର୍ଶ୍ୱରେ ୧୨ ଶହ ଏକର ଓ ୮ ଶହ ଏକର ଅଞ୍ଚଳରେ କେତେଜଣ ମତ୍ସଜୀବୀ ଦୀର୍ଘବର୍ଷ ଧରି ପୋଖରୀ ଖୋଳି ଚିଙ୍ଗୁଡି ଚାଷ କରୁଛନ୍ତି। ଫଳରେ ସମୁଦ୍ର ଜଳକୁ ଏହି କ୍ରିକ୍‌ ମାଧ୍ୟମରେ ଚିଙ୍ଗୁଡି ଚାଷୀମାନେ ଘେରିରେ ପାଣି ପୂରାଇଥାନ୍ତି। ପରବର୍ତ୍ତୀ ସମୟରେ ଚିଙ୍ଗୁଡି ଚାଷୀ ମାଛ ଧରିବା ପରେ ଏହି କ୍ରିକ ଦ୍ୱାରା ରାସାୟନିକ ଜଳ ନଦୀ ଓ ସମୁଦ୍ରକୁ ଛାଡ଼ିଥାନ୍ତି ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଲଘୁଚାପ ପ୍ରଭାବ ଓ ପୂର୍ଣ୍ଣିମା ଯୋଗୁ ସମୁଦ୍ର ଉଚ୍ଚ ଜୁଆର ପାଣି କୂଳ ଲଂଘିଛି। ଘାଇ ଯୋଗୁ ଶତାଧିକ ଏକର ଚାଷ ଜମିରେ ବ୍ୟାପକ ପରିମାଣରେ ଧାନ ଫସଲ ଉଜୁଡ଼ି ଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଲୁଣା ଘେରି ବନ୍ଧରେ ଘାଇକୁ ବନ୍ଧାଇବାକୁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆଳିସ୍ଥିତ ଲୁଣାନଦୀ ତଟବନ୍ଧ ବିଭାଗ ନିର୍ବାହୀଯନ୍ତ୍ରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରେ ଯୁଦ୍ଧକାଳୀନ ଭିତ୍ତିରେ ଘେରି ବନ୍ଧ ଘାଇ ବନ୍ଧା ଯିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ହିନ୍ଦୋଳ,୩୦।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ରଶ୍ମି ରଞ୍ଜନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ...

ବାର୍‌ହା ଆକ୍ରମଣରେ ୨ ଗୁରୁତର

ଲଖନପୁର,୧୦।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା କନକତୋର ପଞ୍ଚାୟତର ଲୁହାବଗା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି ।...

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌...

ଦେଢ ବର୍ଷ ହେଲା ବସ୍ତ୍ର ବିତରଣ କେନ୍ଦ୍ରରେ ପଡ଼ିଛି ତାଲା

ବଡବିଲ, ୧୧।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ତହସିଲ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ବ୍ୟବହାର ଉପଯୋଗୀ ବସ୍ତ୍ର ଓ ଆସବାବପତ୍ର ଦାତାଙ୍କ ଠାରୁ ଗ୍ରହଣ କରାଯାଇ ଗରିବ...

ଦୂରହେବ ଦୀର୍ଘ ଦଶନ୍ଧିର ଦୁଃଖ

ଭବାନୀପାଟଣା,୧୯।୫(ସ୍ବ.ପ୍ର.): ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବାକୁ ସରକାର ରାସ୍ତା ଓ ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ...

ପ୍ରାର୍ଥୀଙ୍କୁ ନେଇ ଛକାପଞ୍ଝା, ଆଜି ନାମାଙ୍କନ

ଦିଗପହଣ୍ଡି,୩୦ା୫(ଡି.ଏନ୍‌.ଏ.): ଦିଗପହଣ୍ଡିରେ ପ୍ରାଥମିକ ସେବା ସମବାୟ ସମିତି ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୧୫ ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ଲାଗି...

୧୩୧ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଭଦ୍ରକ ଅଫିସ,୧ା୪- ଭଦ୍ରକ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜିଲାର ୧୩୧ଟି ପଞ୍ଚାୟତରେ ସୋମବାର ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ...

ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର,୪।୧(ବ୍ୟୁରୋ): ସୋମବାର ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର। ସକାଳ ୯.୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ...

Advertisement
Archives

Model This Week