ମା’ କୋଳକୁ ଫେରିଲା ହସ୍ପିଟାଲରୁ ଚୋରି ଶିଶୁ

ସୋନପୁର,୨୨।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ସକମାଳେ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ରବିବାର ମିଳିଛି। ଜନ୍ମଦାତ୍ରୀ ସନ୍ତୋଷିନୀଙ୍କ ନିକଟରୁ ସେ ସ୍ତନ୍ୟପାନ କରିଛି। ଶିଶୁକୁ କୋଳରେ ପାଇଲା ପରେ ସନ୍ତୋଷିନୀଙ୍କ ମନରେ ଖୁସି ଭରିଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ପେଶାଲ ନ୍ୟୁ ବର୍ନ କେୟାର ୟୁନିଟ୍‌(ଏସ୍‌ଏନସିୟୁ)ରେ ଶିଶୁ ଚିକିତ୍ସିତ ହେଉଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ସୋନପୁର ବ୍ଲକ ଅର୍ଜୁନପୁର-ଶରଧାପାଲି ରାସ୍ତାର ପ୍ରତାପପୁର ନିକଟସ୍ଥ ପଡିଆରୁ ମଧ୍ୟାହ୍ନ ସାଢେ ୧୧ଟାରେ ଶିଶୁକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇ ପୋଲିସ ପିସିଆର ଭ୍ୟାନ୍‌ ଯୋଗେ ଶିଶୁକନ୍ୟାଙ୍କୁ ଆଣି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗିରଫ ଭୟରେ ଚୋରି କରିଥିବା ମହିଳା ଶିଶୁକନ୍ୟାକୁ ଏଠାରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଠାବ କରିପାରିନି।

ବୀରମହାରାଜପୁର ବ୍ଳକ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ସ୍ତ୍ରୀ ସନ୍ତୋଷିନୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପ୍ରସୂତି ଓ ସ୍ତ୍ରୀ ବିଭାଗରେ ଶଯ୍ୟା ଅଭାବ ଯୋଗୁ ସେ ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ। ସନ୍ତୋଷିନୀ ନିଜ ମା’ ବୌଦ୍ଧ ଜିଲା ଋଷିବନ୍ଧ ଗ୍ରାମର ପାନ୍ତି ଜାଲଙ୍କ କୋଳରେ ଶିଶୁ କନ୍ୟାକୁ ଦେଇ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଜଣେ ଅଚିହ୍ନା ମହିଳା ଶିଶୁ କନ୍ୟାଙ୍କୁ ଟିକା ଦେବାକୁ କହି ପାନ୍ତିଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ସେ ଶିଶୁକୁ ଧରିବେ ବୋଲି କହି ଚୋରି କରି ନେଇଥିବା ପାନ୍ତି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ଶିଶୁ ଚୋରି ହୋଇଥିବା ଜଣାପଡ଼ିବା ପରେ ସନ୍ତୋଷିନୀ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଥିଲା। ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ, ଜଣେ ଅଚିହ୍ନା ମହିଳା ପାନ୍ତିଙ୍କ ନିକଟରୁ ଶିଶୁକନ୍ୟାକୁ ନେଇ ଚିକିତ୍ସାଳୟ ସମ୍ମୁଖକୁ ଯାଇଥିଲେ। ପରେ ଜଣେ ଯୁବକ ବାଇକ୍‌ରେ ଆସି ମହିଳାଙ୍କୁ ବସାଇ ଚାଲି ଯାଇଥିଲେ। ଏହି ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଶିଶୁ କନ୍ୟାଙ୍କ ବାପା ଗଜେନ୍ଦ୍ର ଓ ଆଈ ପାନ୍ତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସନ୍ତୋଷିନୀ ଉଦ୍ଧାର ଶିଶୁ କନ୍ୟାଙ୍କୁ ନିଜର କହି ଆପଣେଇ ନେଇଛନ୍ତି। ତେବେ ପୋଲିସ ହସ୍ତାନ୍ତର କରିଥିବା ଶିଶୁ ୩ରୁ ୪ ଦିନର। ନିୟମ ଅନୁଯାୟୀ ସନ୍ତୋଷିନୀଙ୍କ ଗର୍ଭରୁ ଜନ୍ମିତ ଶିଶୁ କନ୍ୟାର ଫୁଟ୍‌ପ୍ରିଣ୍ଟ ଉଦ୍ଧାର ହୋଇଥିବା ଶିଶୁର ଫୁଟ୍‌ପ୍ରିଣ୍ଟ ସହିତ ମେଳ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri