ମା’ କୋଳକୁ ଫେରିଲା ହସ୍ପିଟାଲରୁ ଚୋରି ଶିଶୁ

ସୋନପୁର,୨୨।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶନିବାର ସକମାଳେ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ରବିବାର ମିଳିଛି। ଜନ୍ମଦାତ୍ରୀ ସନ୍ତୋଷିନୀଙ୍କ ନିକଟରୁ ସେ ସ୍ତନ୍ୟପାନ କରିଛି। ଶିଶୁକୁ କୋଳରେ ପାଇଲା ପରେ ସନ୍ତୋଷିନୀଙ୍କ ମନରେ ଖୁସି ଭରିଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ପେଶାଲ ନ୍ୟୁ ବର୍ନ କେୟାର ୟୁନିଟ୍‌(ଏସ୍‌ଏନସିୟୁ)ରେ ଶିଶୁ ଚିକିତ୍ସିତ ହେଉଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ସୋନପୁର ବ୍ଲକ ଅର୍ଜୁନପୁର-ଶରଧାପାଲି ରାସ୍ତାର ପ୍ରତାପପୁର ନିକଟସ୍ଥ ପଡିଆରୁ ମଧ୍ୟାହ୍ନ ସାଢେ ୧୧ଟାରେ ଶିଶୁକୁ ଉଦ୍ଧାର କରାଯାଇଛି। ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇ ପୋଲିସ ପିସିଆର ଭ୍ୟାନ୍‌ ଯୋଗେ ଶିଶୁକନ୍ୟାଙ୍କୁ ଆଣି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗିରଫ ଭୟରେ ଚୋରି କରିଥିବା ମହିଳା ଶିଶୁକନ୍ୟାକୁ ଏଠାରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି। ତେବେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଠାବ କରିପାରିନି।

ବୀରମହାରାଜପୁର ବ୍ଳକ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ସ୍ତ୍ରୀ ସନ୍ତୋଷିନୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ସକାଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ପ୍ରସୂତି ଓ ସ୍ତ୍ରୀ ବିଭାଗରେ ଶଯ୍ୟା ଅଭାବ ଯୋଗୁ ସେ ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ। ସନ୍ତୋଷିନୀ ନିଜ ମା’ ବୌଦ୍ଧ ଜିଲା ଋଷିବନ୍ଧ ଗ୍ରାମର ପାନ୍ତି ଜାଲଙ୍କ କୋଳରେ ଶିଶୁ କନ୍ୟାକୁ ଦେଇ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଜଣେ ଅଚିହ୍ନା ମହିଳା ଶିଶୁ କନ୍ୟାଙ୍କୁ ଟିକା ଦେବାକୁ କହି ପାନ୍ତିଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ସେ ଶିଶୁକୁ ଧରିବେ ବୋଲି କହି ଚୋରି କରି ନେଇଥିବା ପାନ୍ତି ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ଶିଶୁ ଚୋରି ହୋଇଥିବା ଜଣାପଡ଼ିବା ପରେ ସନ୍ତୋଷିନୀ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିଥିଲା। ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ, ଜଣେ ଅଚିହ୍ନା ମହିଳା ପାନ୍ତିଙ୍କ ନିକଟରୁ ଶିଶୁକନ୍ୟାକୁ ନେଇ ଚିକିତ୍ସାଳୟ ସମ୍ମୁଖକୁ ଯାଇଥିଲେ। ପରେ ଜଣେ ଯୁବକ ବାଇକ୍‌ରେ ଆସି ମହିଳାଙ୍କୁ ବସାଇ ଚାଲି ଯାଇଥିଲେ। ଏହି ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ଶିଶୁ କନ୍ୟାଙ୍କ ବାପା ଗଜେନ୍ଦ୍ର ଓ ଆଈ ପାନ୍ତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସନ୍ତୋଷିନୀ ଉଦ୍ଧାର ଶିଶୁ କନ୍ୟାଙ୍କୁ ନିଜର କହି ଆପଣେଇ ନେଇଛନ୍ତି। ତେବେ ପୋଲିସ ହସ୍ତାନ୍ତର କରିଥିବା ଶିଶୁ ୩ରୁ ୪ ଦିନର। ନିୟମ ଅନୁଯାୟୀ ସନ୍ତୋଷିନୀଙ୍କ ଗର୍ଭରୁ ଜନ୍ମିତ ଶିଶୁ କନ୍ୟାର ଫୁଟ୍‌ପ୍ରିଣ୍ଟ ଉଦ୍ଧାର ହୋଇଥିବା ଶିଶୁର ଫୁଟ୍‌ପ୍ରିଣ୍ଟ ସହିତ ମେଳ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନନ୍ଦ କିଶୋର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri