
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କଇଁଛକୁ ଦେଖିବାକୁ ମିଳୁଛି। କଇଁଛଟି ବ୍ରାଣ୍ଡ ନିୟ୍ୟୁ ସାଇନ୍ସ ଲ୍ୟାବ୍କୁ ଉଦ୍ଘାଟନ କରୁଛି। ଲାଗିଥିବା ଏକ ପତ୍ରକୁ ସେ ତାର ପାଟିରେ ଛିଣ୍ଡାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Tortoise opening the brand new science lab…
Can anything be more innovative?Via buitengebieden pic.twitter.com/IoTjhVujTs
— Susanta Nanda IFS (@susantananda3) November 21, 2021