ଏହି ବଲିଉଡ୍‌ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍‌

ଭାରତୀୟ ମହିଳା କ୍ରିକେଟର୍‌ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‌ ଖେଳୁଛନ୍ତି। ନିକଟରେ ସେ କପିଲ ଶର୍ମାଙ୍କ କମେଡି ଶୋ’ରେ ନଜର ଆସିଥିଲେ। ତାଙ୍କ ସାଥୀ କ୍ରିକେଟର ହରମାନପ୍ରୀତ କୌର, ବେଦା କ୍ରିଷ୍ଣାମୂର୍ତ୍ତି ଏବଂ ଝୁଲନ ଗୋସ୍ବାମୀ ମଧ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ସମୟରେ ମିଥାଲି ନିଜ ବିବାହକୁ ନେଇ ଏକ ମଜାଦାର କଥା କହିଥିଲେ। ବଲିଉଡ ଅଭିନେତାଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କପିଲଙ୍କ ପ୍ରଶ୍ନରେ ମିଥାଲି କହିଥିଲେ କାହାକୁ ବିବାହ କରିବାକୁ ମୋର ମନ ନାହିଁ, ଯାହାକୁ ପସନ୍ଦ କରେ ସେ ବିବାହିତ, ମୁଁ ଅମିର ଖାନଙ୍କୁ ବିବାହ କରିବାକୁ ଚାହୁଁଥିଲି ବୋଲି ସେ କହିଛନ୍ତି।
ମିଥାଲି ନିଜ ଖେଳ ସହିତ ନିଜ ତଥା ଦେଶର ନାମ ବୃଦ୍ଧି କରିଛନ୍ତି। କିନ୍ତୁ କ୍ରୀଡା ତାଙ୍କର ପ୍ରଥମ ପ୍ରେମ ନ ଥିଲା। ପିତାଙ୍କ ଜିଦ୍‌ରେ ସେ କ୍ରିକେଟର ହୋଇଥିଲେ। ସେ ନାଚିବାକୁ ପସନ୍ଦ କରୁଥିଲେ। ସେ ପିଲାଦିନରୁ ନୃତ୍ୟଶିଳ୍ପୀ ହେବାକୁ ଚାହୁଁଥିଲେ। ସେ ଭାରତନାଟ୍ୟମରେ ମଧ୍ୟ ତାଲିମ ନେଇଛନ୍ତି। ମିଥାଲିଙ୍କ ଭାଇ ଏବଂ ପିତା ମଧ୍ୟ ପୂର୍ବତନ କ୍ରିକେଟର ଥିଲେ।
ଡିସେମ୍ବର ୩, ୧୯୮୨ରେ ରାଜସ୍ଥାନର ଯୋଧପୁରରେ ଜନ୍ମ ହୋଇଥିବା ମଥାଲି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏତେ ବୟସ ହୋଇଥିଲେ ମଧ୍ୟ ବିବାହ ନ କରିବାର କାରଣ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର। ଏକ ସାକ୍ଷାତକାରରେ ମିତାଲି ଏହି ରହସ୍ୟ ପ୍ରକାଶ କରିଛନ୍ତି। ସେ କହିଥିଲେ, ବହୁ ପୂର୍ବରୁ, ଯେତେବେଳେ ମୁଁ ବହୁତ ଛୋଟ ଥିଲି, ବିବାହ ଚିନ୍ତା ମୋ ମନକୁ ଆସିଥିଲା, କିନ୍ତୁ ଏବେ ଯେତେବେଳେ ମୁଁ ବିବାହିତ ଲୋକଙ୍କୁ ଦେଖେ, ସେତେବେଳେ ଏହି ଚିନ୍ତା ମୋ ମନକୁ ଆସେ ନାହିଁ । ମୁଁ ଅବିବାହିତ ହୋଇ ବହୁତ ଖୁସି ଅଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରେସଲର ସୁମିତ ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ, ୫ା୬ (ପି.ଟି.): ଟୋକିଓ ଅଲିମ୍ପିକ୍ସ ହେବାକୁ ଆଉ କିଛି ସପ୍ତାହ ବାକି ରହିଥିବାବେଳେ ଏଥିରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ସୁମିତ୍‌ ମଲିକ ଡୋପ୍‌...

ଆଇସିସି ଚେୟାରମ୍ୟାନଶିପ୍‌: ବାର୍‌କ୍ଲେ ଓ ଖ୍ବାଜା ପ୍ରାର୍ଥୀ

ନୂଆଦିଲ୍ଲୀ, ୨୦ା୧୦ (ପି.ଟି.): ଶଶାଙ୍କ ମନୋହରଙ୍କ ସ୍ଥାନରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଚେୟାରମ୍ୟାନ ପଦବୀ ପାଇଁ କେବଳ ଦୁଇ ଜଣ ଯଥା ନ୍ୟୁଜିଲାଣ୍ଡ କ୍ରିକେଟ...

ପୂର୍ବତନ କ୍ରିକେଟରଙ୍କ ପୁଅ ଗାଡ଼ି ଧକ୍କାରେ ମହିଳା ଗୁରୁତର

ମୁମ୍ବାଇ,୮।୧- ପୂର୍ବତମ ଭାରତୀୟ କ୍ରିକେଟର ସବା କରିମଙ୍କ ପୁଅ ଫିଦେଲଙ୍କ ଗାଡ଼ି ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ମହିଳାଙ୍କୁ ମେଡିକାଲରେ...

ଏହି ଅଭିନେତାଙ୍କ ପ୍ୟାଣ୍ଟର ଡୋର ଟାଣିଦେଲେ ରାଖୀ ସାୱନ୍ତ: ରାଗରେ ନିଆଁ ହେଲେ ସ୍ତ୍ରୀ

ବିଗ ବସ୍‌-୧୪ରେ ନୂଆ ବିବାଦ ଦେଖାଦେଇଛି। ଏହାର ସୂତ୍ରଧର ପାଲଟିଛନ୍ତି ରାଖୀ ସାୱନ୍ତ। ଶୋ’ର ଅନ୍ୟତମ ପ୍ରତିଯୋଗୀ ଅଭିନବ ଶୁକ୍ଲାଙ୍କ ପ୍ରେମରେ ସେ ପାଗଳପ୍ରାୟ ହୋଇଯାଇଛନ୍ତି।...

ଆଖିବୁଜିଲେ ଏ.ଆର ରେହମାନଙ୍କ ମା’

ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର ରେହମାନଙ୍କ ମା’ କରିମା ବେଗମଙ୍କର ସୋମବାର ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ।...

ସାର୍କ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ କୁନି ପୁଅ

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ନିଜ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି।...

ଇସ୍ରାଏଲ ଫିଲ୍ମ ମେକର ନାଦବ ଲାପିଡଙ୍କ ଉପରେ ବର୍ଷିଲେ ଅଶୋକ ପଣ୍ଡିତ, କହିଲେ ୭ ଲକ୍ଷ କଶ୍ମିରୀ ପଣ୍ଡିତଙ୍କର ହୋଇଛି ଅପମାନ

ନୂଆଦିଲ୍ଲୀ,୨୯ ।୧୧: ଗୋଆରେ ଆୟୋଜିତ ୫୩ ତମ ଇଣ୍ଟନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଦେଶ ଓ ବିଦେଶର ବହୁ ଫିଲ୍ମ ସ୍କ୍ରିନିଂ କରାଯାଇଛି । ଏଥିରେ...

୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…

ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ...

Advertisement
Archives

Model This Week