ଆମ ଜିଲା ଖବର

ଦାଦନ ଶ୍ରମିକରୁ ଫ୍ୟାଶନ ଡିଜାଇନର

ରାୟଗଡ଼ା ଅଫିସ,୩ା୯: ପାଖରେ ପ୍ରତିଭା ସହ କିଛି କରିବାର ଇଚ୍ଛାଶକ୍ତି ଥିଲେ ସୁଯୋଗ ଆପେ ଆସେ। ଉପାନ୍ତ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳର ଅଜୟ ସୁନା ଏହା ପ୍ରମାଣିତ କରିଛନ୍ତି। ମା’, ବାପା ଆରପାରିକୁ ଚାଲିଯିବା ପରେ ଅଜୟ…

ମନ୍ଦିରରେ ପୂଜକ କଲେ ବଳାତ୍କାର ଉଦ୍ୟମ

ପାଇକମାଲ,୩।୯(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଲ ଦୁର୍ଗା ମନ୍ଦିର ପୂଜକ ଦିଗାମ୍ବର ଦେବତାଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ ଆସିଛି। ଏତଲାକୁ ଭିତ୍ତି କରି ପୋଲିସ ଦଫା ୩୭୬, ୫୧୧ରେ ଏକ ମାମଲା(ନଂ.୧୬୯/୨୧) ରୁଜୁ କରି ଅଭିଯୁକ୍ତ ପୂଜକ ଦିଗାମ୍ବରଙ୍କୁ ଗିରଫ କରିଛି।…

ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌: ୨୨ ଆହତ

ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।…

ଦୁର୍ଘଟଣାରେ ଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

ଢେଙ୍କିକୋଟ, ୩।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ସାନ୍ତରାପୁର ପଞ୍ଚାୟତ ରାଇବଣ ସାହି ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ହୋଇଛନ୍ତି। ମୃତକ ହେଲେ ସଦର ଥାନା…

ବର୍ଷା ଅଭାବ: ଚାଷଜମିରୁ ଫେରି ଘରେ ବିଷ ପିଇଲେ ଚାଷୀ

ବଲାଙ୍ଗୀର ଅଫିସ, ୩।୯: ଚାଷଜମିରୁ ଫେରି ଘରେ ବିଷ ପିଇ ଦେଇଥିଲେ ଚାଷୀ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲାର ତୁରେକେଲା ବ୍ଲକ ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ। ଉକ୍ତ ଗ୍ରାମର ରେଚକା…

ଦୁଇ ମହିଳା ପୋଲିସ ଅଫିସର ପାଇବେ ମୁଖ୍ୟମନ୍ତ୍ରୀ ପଦକ

ପୁରୁଷୋତ୍ତମପୁର,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଦୁଇ ମହିଳା ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରବା ସହ ପୁରସ୍କାର ପ୍ରଦାନ ନେଇ ମନୋନୀତ କରିଛନ୍ତି। ଦୁଇ ଅଫିସର ହେଲେ ପୁରୁଷୋତ୍ତମପୁର ଥାନାର ପୂର୍ବତନ ଏସ୍‌ଆଇ ତଥା ବର୍ତ୍ତମାନ ଭୂବନେଶ୍ବର କମିଶନରେଟ ପୋଲିସର ମର୍କତନଗର ଥାନାରେ…

ମହିଳାଙ୍କୁ ଗଣବଳାତ୍କାର, ଘରପୋଡ଼ି ମାମଲା: ଏସ୍‌ପି, ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

ବରଗଡ଼ ଅଫିସ,୩।୯: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣବଳାତ୍କାର ଏବଂ ଘରପୋଡ଼ି ମାମଲାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏପର୍ଯ୍ୟନ୍ତ ୭…

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

କାକଟପୁର,୩।୯(ଡି.ଏନ୍‌.ଏ.): ଦୀର୍ଘବର୍ଷ ପୂର୍ବେ ରାଜ୍ୟ ସରକାର ବସ ଯାତ୍ରୀମାନଙ୍କର ସୁବିଧା ପାଇଁ ପୂର୍ତ୍ତବିଭାଗ କାକଟପୁର ବ୍ଲକର ସୋମନାଥପୁର ଛକ, କଲେଜ ଛକ, ତହସିଲ ଛକ ଓ ମଲାମାଛ ଛକଠାରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରିଥିଲେ। ପରେ ରକ୍ଷଣାବେକ୍ଷଣ ନ କରିବାରୁ ତାହା…

ବିଦ୍ୟାଭାରତୀଙ୍କୁ ଜେରା ନ କରି ଫେରିଗଲା କ୍ରାଇମବ୍ରାଞ୍ଚ ଟିମ୍‌

ବାରିପଦା ଅଫିସ,୩ା୯: ବହୁଚର୍ଚ୍ଚିତ ଏଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୁରୁବାର କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ତନାଘନା ଜେରା କରିଥିଲା। ପ୍ରାୟ ସାଢ଼େ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚାରିଥିଲା ଟିମ୍‌। ଆଜି ପୁଣି ଥରେ ବିଦ୍ୟାଭାରତୀ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ…

ଚିଙ୍ଗୁଡ଼ିଚାଷ ଜୈବ ବିବିଧତା ନଷ୍ଟ କରୁଛି

ମହାକାଳପଡ଼ା,୩।୯ (ଡି.ଏନ୍‌.ଏ.): ଚିଙ୍ଗୁଡି ଘେରିରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଜଳରେ ମିଶିବାରୁ ବିଷ ପାଲଟୁଛି। ଏ ନେଇ ଜୀବଜନ୍ତୁ, ଜଙ୍ଗଲ ଓ ମୃତ୍ତିକା କ୍ଷୟ ହେବା ସହ ଜୈବବିବିଧତା ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉପକୂଳ…

କୁଶୁନୁପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ

ପଟ୍ଟାମୁଣ୍ଡାଇ,୩।୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ଏହାର ସୁଫଳ ମିଳିପାରୁନାହିଁ। ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ଯୋଜନାରେ ମଧ୍ୟ…

ଗୋଟିଏ ଗଛ ନାହିଁ, ୯ ଲକ୍ଷ ଟଙ୍କା ଚଳୁ

ମହାକାଳପଡ଼ା, ୩।୯ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତାପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିବା କାଗଜ ପତ୍ରରେ ଦର୍ଶାଯାଇଛି। କେବଳ ସୂଚନା ଫଳକରେ ବୃକ୍ଷ ରୋପଣ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?