ଜିଲା, ବ୍ଲକ ସୀମାନ୍ତରେ ବିକାଶ ଅପହଞ୍ଚ

ଯାଜପୁର ଅଫିସ,୧୫ା୧୧: ପ୍ରଶାସନିକ ଅବହେଳା କାରଣରୁ ଓଡ଼ିଶାର ଜିଲା ଓ ବ୍ଲକଗୁଡ଼ିକର ସୀମାନ୍ତ ଅଞ୍ଚଳକୁ ବିକାଶ ପହଞ୍ଚି ପାରିନାହିଁ। ବିଶେଷକରି ଗମନାଗମନ ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ସୁଦୃଢ଼ ରାସ୍ତା ଓ ପୋଲ ନିର୍ମାଣ ହୋଇ ପାରି ନ ଥିବାରୁ ସରକାରଙ୍କ ଅନେକ ଲୋକହିତକର ଯୋଜନାର ସୁଫଳ ପାଇବାରୁ ସମ୍ପୃକ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀ ବଞ୍ଚିତ ହେଉଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କେତେକ ଅଞ୍ଚଳରେ ଲୋକଙ୍କ ମନରେ ସ୍ବତନ୍ତ୍ର ଜିଲା ଗଠନ କରିବାକୁ ଦାବି ମଧ୍ୟ ହେଉଛି। ଏହିକ୍ରମରେ ଯାଜପୁର ଜିଲାର ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବଡ଼ଚଣା, ବରୀ, ଧର୍ମଶାଳା, ସୁକିନ୍ଦା, ଦାନଗଦି, କୋରେଇ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ୧୨ଟି ଆନ୍ତଃଜିଲା ଏବଂ ୮ଟି ଆନ୍ତଃ ବ୍ଲକ ସୀମାନ୍ତକୁ ସଂଯୋଗ କରୁ ନ ଥିବା ରାସ୍ତା ଚିହ୍ନଟ ହୋଇଛି। ଏଥିରେ ମୋଟ ୬୩ କି.ମି. ସୁଦୃଢ ରାସ୍ତା ନିର୍ମାଣ କରିବାକୁ ଆନୁମାନିକ ଭାବେ ୭୩.୭୭ କୋଟି ଟଙ୍କା ଅଟକଳ କରାଯାଇଛି। ଏହି ରାସ୍ତା ସବୁ ନିର୍ମାଣ କରାଗଲେ ସାଧାରଣ ଲୋକ ବିଶେଷ ଉପକୃତ ହେବେ।
ଯାଜପୁର ଜିଲାରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ ଏବଂ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ରହିଛି। ଯାଜପୁର ଡିଭିଜନ-୧ରେ ୯ଟି ସଂଯୋଗ ହେଉ ନ ଥିବା ଆନ୍ତଃଜିଲା ରାସ୍ତା ରହିଛି। ସେଥିମଧ୍ୟରେ କୋରେଇ ବ୍ଲକର ଗୋଦରାପାଳଠାରୁ କେନ୍ଦୁଝର ଜିଲାର ତରୁହଁା ୧ କି.ମି. ରାସ୍ତା ପାଇଁ ୫୦ ଲକ୍ଷ ଟଙ୍କା, ଓସ୍ତପାଳଠାରୁ ଖଜୁରିପଡ଼ା ୧ କି.ମି. ପାଇଁ ୫୦ ଲକ୍ଷ ଓ ଗୋଦରାପାଳଠାରୁ ପଦନା ୨ କି.ମି. ପାଇଁ ୧ କୋଟି, ମଥୁରାପୁର ବ୍ରିଜ୍‌ଠାରୁ କେନ୍ଦୁଝର ଜିଲା ଡିମିରିଆ ୧ କି.ମି. ରାସ୍ତାକୁ ୭୫ ଲକ୍ଷ, ପତ୍ରକଣାଠାରୁ ସାଇଁପାଳ ୩ କି.ମି. ରାସ୍ତାକୁ ୨.୨୫ କୋଟି ଓ ଗୋଦରାପାଳଠାରୁ ତରୁଆଁ ୨.୫ କି.ମି. ରାସ୍ତାକୁ ୧ କୋଟି ୮୭ ଲକ୍ଷ ୫୦ ହଜାର, ସୁକିନ୍ଦା ବ୍ଲକର ଦେଓଗଁାଠାରୁ କେନ୍ଦୁଝର ଜିଲା ଘସିପୁରା ବ୍ଲକର ବାଙ୍ଗରକୋଟା ୨.୫ କି.ମି. ପାଇଁ ୧.୨୫ କୋଟି ଟଙ୍କା, ଦଶରଥପୁର ବ୍ଲକ କଲ୍ୟାଣ(ଏନଏଚ-୨୦)ଠାରୁ ଭଦ୍ରକ ଜିଲା ଇଚ୍ଛାପୁର ପର୍ଯ୍ୟନ୍ତ ୬.୩୨ କି.ମି. ପାଇଁ ୫.୭ କୋଟି ଟଙ୍କା ଏବଂ ଆରଆଣ୍ଡବି ରାସ୍ତାଠାରୁ ଉଚ୍ଛବାଲି ୨.୪୯ କି.ମି. ରାସ୍ତା ପାଇଁ ୧ କୋଟି ୮୬ ଲକ୍ଷ ୭୫ ହଜାର ଟଙ୍କା ଅଟକଳ ହୋଇଛି। ସେହିପରି ଜାରକା ଡିଭିଜନ ପକ୍ଷରୁ ଧର୍ମଶାଳା ବ୍ଲକର ତରୁଅଙ୍ଗାଠାରୁ ଢେଙ୍କାନାଳ ଜିଲା ନେଥେକା ୧.୫ କି.ମି. ରାସ୍ତାକୁ ୭୦ ଲକ୍ଷ, ତେନ୍ତୋଲଠାରୁ ନିହଲପ୍ରସାଦ ୨.୫ କି.ମି. ରାସ୍ତା ପାଇଁ ୧.୩ କୋଟି ଓ ବଡ଼ଚଣା ବ୍ଲକ କଳକଳାଠାରୁ ଖଙ୍କିରା ୩ କି.ମି. ରାସ୍ତାକୁ ୧.୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାବାଦ୍‌ ଜିଲା ମଧ୍ୟରେ ଗୋଟିଏ ବ୍ଲକରୁ ଅନ୍ୟବ୍ଲକ ସୀମାନ୍ତକୁ ମଧ୍ୟ ଏଯାଏ ରାସ୍ତା ସଂଯୋଗ ନହେବା ବିଡ଼ମ୍ବନା ବୋଲି କୁହାଯାଉଛି। ଏଥିରେ ଦାନଗଦି ଓ ସୁକିନ୍ଦା ବ୍ଲକର ଡୁବୁରୀଠାରୁ ପାଟପୁର ରାସ୍ତା ଓ ଡୁବୁରୀ-ମଣ୍ଡପଡା, କୋରେଇ ଓ ରସୁଲପୁର ବ୍ଲକ ଭିକିପୁରଠାରୁ ପହଙ୍ଗା ରାସ୍ତା, କୋରେଇ ଓ ଦାନଗଦି ବ୍ଲକର ଏନଏଚ-୨୧୫ଠାରୁ ଗହିରାପୁଟୁଲି ରାସ୍ତା, କୋରେଇ ଓ ସୁକିନ୍ଦା ବ୍ଲକର ଜୋକଡିଆଠାରୁ ନେଳିବାଡି, ବରୀ ବ୍ଲକର ଏରଡ଼ାଠାରୁ ବୋଦୁଅ, ଦଶରଥପୁର ବ୍ଲକର ଅରେଇ-ଗୁହାଳିଠାରୁ ବଡ଼ସିଂଘରା ଏବଂ ବଡ଼ଚଣା ବ୍ଲକର ମଙ୍ଗରାଜପୁରଠାରୁ ପୋବଳ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?