ରାୟଗଡ଼ା ଅଫିସ/ବିଞ୍ଝାରପୁର/ କବିସୂର୍ଯ୍ୟନଗର/ ପଦ୍ମପୁର/ତେଲକୋଇ/ ବାଙ୍ଗିରିପୋଷି(ଡି.ଏନ.ଏ.)/ ନାଉଗଁା(ସ୍ବ.ପ୍ର.),୧୫।୧୧: ଚଳିତବର୍ଷର ଅସ୍ବାଭାବିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯାହା ବି ଧାନ ଓ ଅଣଧାନ ଫସଲ ବଞ୍ଚତ୍ଥିଲା ତାହା ଗତ ୩ ଦିନ ଧରି ଲଗାଣ ବର୍ଷାରେ ପ୍ରାୟ ଉଜୁଡ଼ିଯାଇଛି। ଏହାଦ୍ୱାରା ଋଣ ଶୁଝିବା ତ ଦୂରର କଥା ପରିବାର ପ୍ରତିପୋଷଣ ଚାଷୀମାନଙ୍କ ପାଇଁ ସମ୍ଭବ ହେବନାହିଁ। ସରକାର ତୁରନ୍ତ ସ୍ଥିତି ଅନୁଧ୍ୟାନ କରି କ୍ଷତିପୂରଣ ଏବଂ ଋଣ ଛାଡ଼ ଭଳି ପଦକ୍ଷେପ ଗ୍ରହଣ ନ କଲେ ଚାଷୀ ଆତ୍ମହତ୍ୟା ଭଳି ଘଟଣା ପୁଣି ରାଜ୍ୟରେ ଦେଖାଦେବ ବୋଲି ଆଶଙ୍କା କରାଯାଉଛି।
ରାୟଗଡ଼ା ଜିଲାରେ ଧାନ, କପା ଭଳି ବିଭିନ୍ନ ଫସଲ କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ଚାଷୀ ଧାନ କାଟି ଜମିରେ ରଖିଥିବା ବେଳେ ବର୍ଷାଜଳ ମାଡ଼ିଯାଇଛି। ଜିଲାରେ ୪୭ ହଜାର ହେକ୍ଟର ଜମିରେ ଧାନ ଏବଂ ୪୦ ହଜାର ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯାଇଛି। ଅମଳ ସମୟରେ ଲଗାଣ ବର୍ଷା ହେବାରୁ ଧାନ ଏବଂ କପା ଚାଷୀ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଧାନ ଏବେ ଗଜା ହେବା ପରିସ୍ଥିତିରେ ପହଞ୍ଚତ୍ଛି। ଆସନ୍ତା ୧୭ ତାରିଖରୁ ପୁଣି ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା ଥିବାରୁ ସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ରାୟଗଡ଼ା ବ୍ଲକ କତାପେଟା ନିକଟସ୍ଥ କଦମ୍ବରୀଗୁଡ଼ାର ଚାଷୀ ହୀନ ସାହୁ(୫୩) କହିଛନ୍ତି, ୧୪ ତାରିଖ ବେଳକୁ ବର୍ଷା ହେବ ବୋଲି ଶୁଣିଥିଲୁ। ତେଣୁ ୧୨ରେ ଧାନକାଟି ଜମିରେ ପକାଇଥିଲୁ। ବର୍ଷା ହେବା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତ ହେଉଥିଲୁ। ଏହା ପୂର୍ବରୁ ବର୍ଷା ହୋଇଯିବାରୁ ଆମେ ସମସ୍ୟାରେ ପଡ଼ିଯାଇଛୁ। ବର୍ଷା ନ କମିଲେ କିଛି ବି ଧାନ ପାଇବୁ ନାହିଁ ବୋଲି ସେ କହିଛନ୍ତି। ଗଁାର ଅନ୍ୟଜଣେ ଚାଷୀ ଜୟ ସ୍ବାମୀ କହିଛନ୍ତି, ଧାର, କରଜର ଫସଲ ଅଦିନିଆ ବର୍ଷା ଧୋଇନେଲା। ସରକାର କ୍ଷତି ଆକଳନ କରି ସହାୟତା ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।
ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ବହୁ ଜମିରେ ପାଚିଲା ଧାନ ଉପରେ ବର୍ଷାପାଣି ଛିଡ଼ା ହୋଇଛି। କଲ୍ୟାଣପୁର ପଞ୍ଚାୟତର ରୁଦ୍ରପୁର, ଫତେପୁର ପଞ୍ଚାୟତର ନାଉପାଳ ଓ କାହ୍ନାପୁର ଗ୍ରାମରେ ଚାଷୀମାନେ ଆଗୁଆ ଫଳୁଥିବା ଧାନ ଚାଷ କରିଛନ୍ତି। ଏହି ଅଞ୍ଚଳରେ ପ୍ରଥମେ କମ୍‌ ବୃଷ୍ଟିପାତ ଯୋଗୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀ ଧାର କରଜ କରି ବିଭିନ୍ନ ଉପାୟରେ କ୍ଷେତକୁ ପାଣିଆଣି ଧାନ ବଞ୍ଚାଇଥିଲେ। ପରେ ଲଗାଣ ବର୍ଷା ଓ ବନ୍ୟା ପାଣିରୁ ଧାନକୁ ବଞ୍ଚାଇବା ପାଇଁ ଚାଷୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଚାଷୀ ଦିନରାତି ଏକ କରି ବହୁ ଅର୍ଥ ଓ ଶ୍ରମ ଖର୍ଚ୍ଚ କରି କ୍ଷେତରେ ଧାନ ଫଳାଇଥିଲେ। କ୍ଷେତରେ ପାଚିଲା ଧାନ କଟାହୋଇ ପଡିଥିବା ବେଳେ ଅଦିନିଆ ବର୍ଷା ଯୋଗୁ ତାହା ଗଜା ହୋଇଛି।
ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ରହିଛି ଆଦିବାସୀ ବହୁଳ ବାଙ୍ଗିରିପୋଷି ବ୍ଲକ। ଏଠାକାର ଲୋକେ ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫସଲ କରିଥାନ୍ତି। ବର୍ତ୍ତମାନ ଧାନ କାଟିବା ସମୟରେ ଚାଲିଛି ଲଗାଣ ବର୍ଷା। ବହୁ ହେକ୍ଟର ଜମିରେ ପାଚିଲା ଧାନ ରହିଥିଲା ବେଳେ ଆଉ କିଛି ଧାନ କଟା ହୋଇ ବିଲରେ ପଡ଼ିଛି। ସେଗୁଡ଼ିକ ନଷ୍ଟ ହେଉଥିବା ଦେଖି ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଆଗକୁ ପୁଣି ବର୍ଷା ହେବା ଆଶଙ୍କା ଥିବାରୁ ଚାଷୀମାନେ ଘୋର ଚିନ୍ତାରେ ରହିଛନ୍ତି।
କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳରେ ଧାନ ଗଛଗୁଡ଼ିକ ବର୍ଷାପାଣିରେ ଶୋଇପଡ଼ିଛି। ଅନେକ ଚାଷୀ ପାଚିଲା ଧାନକୁ ନିଜ ନିଜ ଖଳାରେ ସାଇତି ଥିବାବେଳେ ତାହା ମଧ୍ୟ ଗଜା ହୋଇଯାଇଛି। ଫସଲର ଶେଷ ମୁହୂର୍ତ୍ତରେ ଏଭଳି ଦୁର୍ବିପାକରେ କୃଷକମାନେ ସର୍ବହରା ହୋଇଯାଇଛନ୍ତି। ଚାଷୀ ଭଦ୍ରସେନ ପ୍ରଧାନ କୃଷି ବିଭାଗ ଅଧିକାରୀଙ୍କୁ ଡାକି ଆଣି ତାଙ୍କ ଖଳାରେ ଥିବା ଧାନ ଗଜାକୁ ଦେଖାଇବା ସହିତ ଅନ୍ୟ ଚାଷୀଙ୍କ ସମସ୍ୟା ଦର୍ଶାଇଛନ୍ତି। ଏ ସମ୍ପର୍କରେ କୃଷି ବିଭାଗ ଅଧିକାରୀ ଆର. କେ. ହଁାସଦା କହିଛନ୍ତି, ଚଳିତ ବର୍ଷ ଧାନ ଚାଷ ଠିକ୍‌ ରହିଥିଲା। ହେଲେ ଅକସ୍ମାତ୍‌ ବର୍ଷା ଯୋଗୁ ଚାଷୀ ଅଡୁଆରେ ପଡିଛନ୍ତି। ଏହାର ତୁରନ୍ତ ତଦନ୍ତ କରି ଜିଲା କୃଷି ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ।
ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକରେ ଚଳିତ ବର୍ଷ ୭ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ଗତ ସେପ୍ଟେମ୍ବରରେ ଚାଷୀ ଧାନ ରୁଆ କାମ ସାରି ଅମଳକୁ ଅପେକ୍ଷା କରିଥିଲେ। ମାତ୍ର ପ୍ରବଳ ବର୍ଷାରେ ତାହା ନଷ୍ଟ ହୋଇଯାଇଥିଲା। ପରେ ଚାଷୀମାନେ ତଳି ଯୋଗାଡ କରି ପୁନର୍ବାର ରୁଆ ପକାଇଥିଲେ। ଏବେ ପୁଣିଥରେ ଲଗାଣ ବର୍ଷା ଯୋଗୁ ପାଣିରେ ପାଚିଲା ଧାନଗୁଡ଼ିକ ବୁଡ଼ିରହିଛି। ଗତ ଲଗାଣ ବର୍ଷାରେ ରାଜସ୍ବ ବିଭାଗ ଓ କୃଷି ବିଭାଗ ପକ୍ଷରୁ ଯୁଗ୍ମ ଭାବେ କ୍ଷୟକ୍ଷତିର ଆକଳନ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଚାଷୀଙ୍କୁ କୌଣସି ସହାୟତା ରାଶି ମିଳିପାରିନାହିଁ ବୋଲି ଧାନ ଚାଷୀ ନିରଞ୍ଜନ ସ୍ବାଇଁ, ଅଲେଖ ବିଶ୍ୱାଳ, ଚତୁର୍ଭୁଜ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ବ୍ଲକର ପରିବା ଚାଷୀମାନେ କୋବି, ବାଇଗଣ, ଆଳୁ, ବିଲାତି, ଧନିଆ, ମୂଳା ଓ ବିନସ୍‌ ଆଦି ଶୀତଦିନିଆ ଫସଲ ଲଗାଇ ଅମଳକୁ ଅପେକ୍ଷା କରିଥିଲେ। ମାତ୍ର ବର୍ଷା ଯୋଗୁ ଚାରା ନଷ୍ଟ ହୋଇଯାଇଛି ବୋଲି ଚାଷୀ ଶଙ୍କର ମଲ୍ଲିକ, ବିଶ୍ୱଜିତ୍‌ ମହାନ୍ତି, ପରେଶ ମଲ୍ଲିକ ପ୍ରମୁଖ ଦୁଃଖର ସହ କହିଛନ୍ତି। ଚାଷୀମାନେ ବିଭିନ୍ନ ସେବା ସମବାୟ ସମିତି ଓ ବ୍ୟାଙ୍କ ଆଦିରୁ ରୁଣ କରି ଧାନ ଓ ଅଣଧାନ ଚାଷ କରଥିବା ବେଳେ ଏବେ ଟଙ୍କା କିପରି ଶୁଝିବେ ସେନେଇ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସହ ସଂଯୋଜକ ଅଶୋକ ସ୍ବାଇଁ ଓ ସୁବାସ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି। ଏସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ କହିଛନ୍ତି, ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ।
ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକରେ ଧାନ ଚାଷ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ବାଘୁଆ, ଧନେଇ, ବାଙ୍କୁଆ ଓ ଭେରେଣ୍ଡା ଅବବାହିକାର ଢୋବ ଅଞ୍ଚଳର ୧୨ ପଞ୍ଚାୟତ ଓ ଏନ୍‌ଏସିରେ ଅମଳ ହେବାକୁ ଥିବା ଧାନ ଏବଂ ଅମୁହଁା ବୁଣାଯାଉଥିବା ବିରି, ମୁଗ ଆଦି ଫସଲ ଉଜୁଡ଼ିଯାଇଛି। ପ୍ରତି ପଞ୍ଚାୟତରେ କୃଷି ଗ୍ରାମସେବକ ନ ଥିବାବେଳେ ଏବେ କୃଷକ ସାଥୀମାନଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ କ୍ଷୟକ୍ଷତିର ଆକଳନ ଲାଗି ସ୍ଥାନୀୟ ତହସିଲଦାର, ଆରଆଇ ଓ କୃଷି ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଠିକ କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ଲଗାଣ ବର୍ଷା ଯୋଗୁ ରୋଗ ପୋକ ଫସଲ ନଷ୍ଟ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଫଳରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଏବେ ମାଟିଆଗୁଣ୍ଡି ପୋକ ପ୍ରାଦୁର୍ଭାବ ଦେଖାଦେଇଛି। ଶତାଧିକ ହେକ୍ଟର ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ପାଚି ଆସୁଥିବା ସମୟରେ ଏହି ପୋକ ଧାନ ଖାଇ ସଫା କରି ଦେଉଛନ୍ତି। ବ୍ଲକରେ ୨୯ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଛି। ଚଳିତବର୍ଷ ସାରର କଳାବଜାର ହେତୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏବେ ଅଦିନିଆ ବର୍ଷା ଏବଂ ପୋକ ଦାଉ ସାଧୁଛି। ବଜାରରୁ ମିଳୁଥିବା କୀଟନାଶକ ପ୍ରୟୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏପରି ଦୁର୍ଦ୍ଦିନ ବେଳେ ଗ୍ରାମ କୃଷି କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ସେ ବିଭାଗର ପରାମର୍ଶ ନେଇ ନିର୍ଦ୍ଧାରିତ ଔଷଧ ଦୋକାନରୁ କୀଟନାଶକ କିଣିବାକୁ କହିଛନ୍ତି। ଏହାସହ ଗ୍ରାମ କୃଷି କର୍ମଚାରୀଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ରାୟଗଡ଼ା ଜିଲାର କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ପଚରା ଯିବାରୁ ଜିଲା କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ କହିଛନ୍ତି ଯେ, ମାତ୍ର ୧୭ ମିଲିମିଟର ବର୍ଷା ହୋଇଛି। ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ। ଚାଷୀ ଧାନ କାଟି ଜମିରେ ପକାଇବା ସେମାନଙ୍କ ଦୋଷ। ପ୍ରାକୃତିକ ଦୁର୍ବିପାକ ବ୍ୟତୀତ ଏଭଳି ପରିସ୍ଥିତିରେ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?