Posted inTrending, ଖେଳ

ଟିମ୍‌ଇଣ୍ଡିଆକୁ ଦିନରେ ତାରା ଦେଖେଇଦେଲେ ହେନରୀ: କଲେ ରେକର୍ଡ ବର୍ଷା

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆକୁ ୨୪୪ ରନ୍‌ର ବଡ଼ ବ୍ୟବଧାନରେ ପରାଜୟ ବରଣ କରିବାକୁ ପଡ଼ିଛି। ନ୍ୟୁଜିଲାଣ୍ଡର ଏହି ବଡ଼ ବିଜୟର ନାୟକ ଥିଲେ ମ୍ୟାଟ ହେନରୀ ଓ ୱିଲ ୟଙ୍ଗ। ହେନରୀ ୨୭ ରନ ଦେଇ ୬ଟି ଉଇକେଟ ନେଇଥିବା ବେଳେ ୱିଲ ୟଙ୍ଗ ୧୨୫ ରନ୍‌ର ଶତକୀୟ ପାଳି ଖେଳିଥିଲେ।

୩୩୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ଘାତକ ବୋଲିଂ ପାଇଁ ମ୍ୟାଟ ହେନରୀଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା। ଭାରତ ବିପକ୍ଷରେ ଦିନିକିଆ କ୍ରିକେଟ୍‌ରେ ଦୁଇଥର ୫ ଉଇକେଟ ହଲ ହାସଲ କରିଥିବା ପ୍ରଥମ ନ୍ୟୁଜିଲାଣ୍ଡ ବୋଲର ହୋଇଛନ୍ତି ହେନରୀ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ପାଇଁ ଏହି ମ୍ୟାଚ୍‌ର ପ୍ରଥମ ଓଭର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଓଭରର ପ୍ରଥମ ବଲ୍‌ରେ ସେ ରୋହିତ ଶର୍ମାଙ୍କୁ ସ୍ଲିପ୍‌ରେ କ୍ୟାଚ ଆଉଟ କରାଇଥିଲେ। ଏହାପରେ ପଞ୍ଚମ ବଲ୍‌ରେ ବିରାଟ କୋହଲିଙ୍କୁ ବୋଲ୍ଡ କରିଥିଲେ। ଓଭରର ଶେଷ ବଲ୍‌ରେ  ଶ୍ରେୟସ ଆୟରଙ୍କୁ ମଧ୍ୟ ପାଭିଲିୟନ ଫେରାଇଥିଲେ।

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଦୁଇ ଅଭିଜ୍ଞ ବ୍ୟାଟର ଏହି ମ୍ୟାଚ୍‌ରେ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ। ୨୦୧୦ ପରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍‌ରେ ଉଭୟ ଖେଳାଳି ଶୂନରେ ଆଉଟ ହୋଇଥିବା ଦାବି କରାଯାଇଛି। ଏହି ମ୍ୟାଚ୍‌ରେ ୬ଟି ଉଇକେଟ ନେଇ ମ୍ୟାଟ ହେନରୀ ନିଜ ନାଁରେ ଏକାଧିକ ରେକର୍ଡ ଯୋଡ଼ିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଦିନିକିଆରେ ସର୍ବାଧିକ ଥର ୫ ଉଇକେଟ ହଲ ନେବା କ୍ଷେତ୍ରରେ ସେ ଟିମ ସାଉଦିଙ୍କୁ ପଛରେ ପକାଇଛନ୍ତି।

ଦିନିକିଆ କ୍ରିକେଟ୍‌ରେ ହେନରୀଙ୍କ ଏହା ଚତୁର୍ଥ ୫ ଉଇକେଟ ହଲ। ଅନ୍ୟପକ୍ଷରେ ଟିମ ସାଉଦି ତିନିଥର ଏହି ସଫଳତା ହାସଲ କରିଥିଲେ। ତେବେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୫ ଉଇକେଟ ହଲ ନେବାର ରେକର୍ଡ ଟ୍ରେଣ୍ଟ ବୋଲ୍ଟଙ୍କ ନାଁରେ ରହିଛି। ସେ ୬ ଥର ଏହି କାରନାମା କରିଛନ୍ତି।

ଏହା ସହିତ ଭାରତ ବିପକ୍ଷରେ ଦିନିକିଆରେ ଦୁଇଥର ୫ ଉଇକେଟ ହଲ ନେବାରେ ହେନରୀ ପ୍ରଥମ ନ୍ୟୁଜିଲାଣ୍ଡ ବୋଲର ହୋଇଛନ୍ତି। ମ୍ୟାଟ ହେନରୀ ନିଜର ପ୍ରଥମ ୬ ଓଭରରେ ମାତ୍ର ୧୬ ରନ ଦେଇ ୩ଟି ଉଇକେଟ ନେଇଥିଲେ। ସେହିପରି କାଇଲ ଜାମିସନ ୬ ଓଭରରେ ମାତ୍ର ୧୨ ରନ ବ୍ୟୟ କରି ଗୋଟିଏ ଉଇକେଟ ହାସଲ କରିଥିଲେ। ମାଥ୍ୟୁ ଫିସର ୭ ଓଭରରେ ୩୧ ରନ ଦେଇ ୩ଟି ଉଇକେଟ ନେଇଥିଲେ।

ତେବେ ଏହି ପରାଜୟ ସତ୍ତ୍ୱେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି। ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ ନଭେମ୍ବର ୧୫ ତାରିଖରେ ସେହି ବେ ଓଭାଲ ଷ୍ଟାଡିୟମରେ ଖେଳାଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ଇଣ୍ଡିଆ ସହ ହୋଇଛି ବଡ଼ ଧୋକା: ୩୩୩ ରନ ହୋଇଥିବା ପିଚ୍‌ରେ ଭାରତ ୮୯ରେ ଅଲଆଉଟକୁ ନେଇ ମୁହଁ ଖୋଲିଲେ ଶ୍ରେୟସ ଆୟର

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଯେଉଁ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୩୩ ରନ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ପାଟ୍ରୋଲିଂବେଳେ କାର୍‌ ଅଟକାଇଲା ପୋଲିସ, ଭିତରେ ଏତେ ଗଞ୍ଜେଇ ଦେଖି ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଘର ଲୋକଙ୍କ ଭୟରେ ଜଙ୍ଗଲକୁ ପଳାଇଥିଲେ ୪ ଦଶମ ଶ୍ରେଣୀ ଛାତ୍ର, ଆଉ ତା’ପରେ…

ବଲାଙ୍ଗୀର,୧୩।୧୧: ବଲାଙ୍ଗୀର ସହର ଉପକଣ୍ଠ ଜଙ୍ଗଲରୁ ଶୁକ୍ରବାର ୪ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମସ୍ତ ଛାତ୍ର ଲଳିତନଗର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା…

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଦିନିକିଆରେ ଏମିତି ରେକର୍ଡ କଲେ ଶ୍ରେୟସ, ଅଧିନାୟକ ଡେବ୍ୟୁରେ ଶୂନରେ ଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଡେବ୍ୟୁ ଖରାପ ରହିଥିଲା। କିନ୍ତୁ ଦିନିକିଆରେ ତାଙ୍କ ଡେବ୍ୟୁ ଏହାଠାରୁ ମଧ୍ୟ ଅଧିକ ନିରାଶାଜନକ…

ଧୋକା ଦେଲେ ବିରାଟ-ରୋହିତ: ODIରେ ଭାରତକୁ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ, ମାତ୍ର ଏତିକି ରନ୍‌ରେ ଅଲଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ୨୪୪ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ୩୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ଭାରତୀୟ…

ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା, କାହିଁକି ଜାଣନ୍ତୁ…

ଜୁରିଚ୍‌,୧୩ା୧୧: ଆସନ୍ତା ସପ୍ତାହରେ କାତାରରେ ୧୭ବର୍ଷରୁ କମ୍‌ ବାଳକ ଫିଫା ବିଶ୍ୱକପ୍‌ ଖେଳାଯିବାକୁ ଥିବା ବେଳେ ସୁରକ୍ଷାଗତ କାରଣ ଦର୍ଶାଇ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ର ଫୁଟ୍‌ବଲ ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?