ଜଳଉତ୍ସରେ ପ୍ରଦୂଷଣ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ,୧୫ା୧୧: ରାଜ୍ୟର ୨୩ ଜିଲାରେ ୫୫ଟି ଜଳ ଉତ୍ସ ପ୍ରଦୂଷିତ। ତାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପକ୍ଷରୁ ଜଳଉତ୍ସ ବିଶୋଧନ ପାଇଁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଚେତିଛନ୍ତି। ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ପୃକ୍ତ ୨୩ ଜିଲାର ଜିଲାପାଳଙ୍କୁ ଆସନ୍ତା ୧୫ ତାରିଖ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉପରୋକ୍ତ ୨୩ ଜିଲା ମଧ୍ୟରେ କେନ୍ଦ୍ରାପଡ଼ା ଅଛି। ନିକଟରେ ଗରଦପୁର ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଦ୍ରୁତଗତିରେ ହ୍ରାସ ପାଇଥିବା ନେଇ ରାଜ୍ୟ ଭୂତଳ ଜଳ ବିଶେଷଜ୍ଞ ସୂଚନା ଦେଇଥିଲେ। ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାର ଚିହ୍ନଟ କରି ୨୦୧୯ରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ କାଗଜପତ୍ରରେ ସୀମିତ ରହିଛି। ଜଳଉତ୍ସ ପ୍ରଦୂଷଣ ରୋକିବା ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଜଳଉତ୍ସ ସଂରକ୍ଷଣ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ଜିଲା ଜନ ସୁରକ୍ଷା ମଞ୍ଚ ଦାବି କରିଛି। ଏହାକୁ ଜିଲାର ବହୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।
ଏ ସମ୍ପର୍କରେ ମଞ୍ଚର ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଜଳ ହିଁ ଜୀବନ। ଏହାର ସୁରକ୍ଷା ଆବଶ୍ୟକ। ହିନ୍ଦୁ ସଂସ୍କୃତିରେ ସାଧାରଣ ଚଳଣିଠାରୁ ପୂଜା ପାର୍ବଣରେ ଜଳର ଗୁରୁତ୍ୱ ଅଧିକ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଜଳ ଉତ୍ସର ପରିସମାପ୍ତି ଘଟାଉଛି। ପୂର୍ବରୁ ଥିବା ଜଳ ପଥ ଓ ଉତ୍ସକୁ ପୋତା ଯାଇ ଏବେ ଗୃହ ନିର୍ମାଣ ହେଉଛି। ସେହିପରି ପୂଜା ପାର୍ବଣରେ ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଜଳ ଉତ୍ସକୁ ପ୍ରଦୂଷିତ କରୁଛି। ଏହାବ୍ୟତୀତ ଅତ୍ୟାଧୁନିକ ଜୀବନ ଯାପନ ପାଇଁ ଦ୍ରୁତ ଶିଳ୍ପାୟନ ଯୋଗୁ ବର୍ଜ୍ୟବସ୍ତୁ ଜଳଉତ୍ସକୁ ନଷ୍ଟ କରୁଛି। ସହରରେ ଥିବା ୨୪ଟି ବଡ଼ ପୋଖରୀ ମଧ୍ୟରୁ ପ୍ରାୟ ୧୮ଟି ଏବେ ପୋତି ଦିଆଯାଇଛି। ଆଗାମୀ କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ପ୍ରଚଳିତ ଡଙ୍ଗାଭସା କାର୍ଯ୍ୟକ୍ରମ ପାଇଁ ଜଳଉତ୍ସ ଦେଖିବାକୁ ମିଳୁନାହିଁ। ଜଳଉତ୍ସର ସଂରକ୍ଷଣ ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀକୁ ଜଳଉତ୍ସ ଦିବସ ଭାବେ ପାଳନ କଲେ ସଚେତନତା ବୃଦ୍ଧି ପାଇବ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହି ଜିଲାରେ କୌଣସି ଖଣି ଅଥବା ଶିଳ୍ପ ନାହିଁ। ତେବେ ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏପରି କି ଏହି ଜଳ ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପକାଇଛି। ପଡ଼ୋଶୀ ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପ ଅନୁଷ୍ଠାନ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଉନାହାନ୍ତି। ଶିଳ୍ପ ବର୍ଜ୍ୟ ସାମଗ୍ରୀକୁ ନଦୀ ଜଳକୁ ଛାଡୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଚାଷ ଉପାନ୍ତ ଅଞ୍ଚଳରେ କୁଟୀର ଶିଳ୍ପ ପାଲଟିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ବର୍ଜ୍ୟ ରାସାୟନିକ ସାମଗ୍ରୀ ନାଳ, କେନାଲ ଓ ନଦୀ ମାଧ୍ୟମରେ ଛଡ଼ାଯିବା ଫଳରେ ସମୁଦ୍ରାଞ୍ଚଳ ପ୍ରଦୂଷିତ ହେଉଛି। ପୂଜା ପାର୍ବଣ ସମୟରେ ଏକ ସ୍ବତନ୍ତ୍ର ପୋଖରୀରେ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ପକାଯାଉ। ସେହିପରି ମୂର୍ତ୍ତି ଗଠନରେ ରାସାୟନିକ ଦ୍ରବ୍ୟ ବଦଳରେ ପରିବେଶ ଅନୁକୂଳ ଉପାଦାନ ବ୍ୟବହାର ହେଉ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଜଳଉତ୍ସ ସଂରକ୍ଷଣ ଜରୁରୀ। ଏଥିପାଇଁ ଜିଲାର ଜଳ ସଙ୍କଟ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁରୁଣା ଜଳଉତ୍ସର ପୁନରୁଦ୍ଧାର, ଭୂଗର୍ଭକୁ ବର୍ଷା ଓ ଉଦ୍‌ବୃତ୍ତ ଜଳ ପ୍ରେରଣ ସହିତ ବ୍ୟାପକ ଭାବେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ କେନ୍ଦ୍ରାପଡ଼ା ଜିଲାରେ କେବଳ କାଗଜପତ୍ରରେ ସୀମିତ ହୋଇଛି। ଅଭିଯାନର ଉଦ୍‌ଘାଟନ ପରେ ଏନେଇ ସଚେତନତା ସୃଷ୍ଟି ହୋଇପାରିନାହିଁ। ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜଳଉତ୍ସଗୁଡିକ ନଷ୍ଟ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗା ପ୍ରସାଦ ମହାରଣା କହିଛନ୍ତି, ଜଳଉତ୍ସ ପ୍ରଦୂଷଣ ମୁକ୍ତ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି। ଚିଙ୍ଗୁଡି ଘେରି ଉଚ୍ଛେଦ ସହ ବିଭିନ୍ନ ଯୋଜନାରେ ବନୀକରଣ ଓ ପୋଖରୀର ପୁନରୁଦ୍ଧାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?