ଆମ ଜିଲା ଖବର

କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨।୧୧(ନି.ପ୍ର.) ତାଳଚେରସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଦୁଇଦିନ ହେଲା କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି। ଫଳରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ,…

ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତାଳଚେର ବିଧାୟକ…

କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା

ଅନୁଗୋଳ ଅଫିସ, ୨।୧୧ ତୈଳ, ରନ୍ଧନ ଗ୍ୟାସ୍‌ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତକୁ ମୂଲ୍ୟ ବୃଦ୍ଧିର ଜୋରଦାର ପ୍ରତିବାଦ କରିଛି ଅନୁଗୋଳ ବିଜୁ ମହିଳା ସଙ୍ଗଠନ। ସୋମବାର ପୂର୍ବାହ୍ନରେ ଅନୁଗୋଳ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରା…

ସ୍ଥାଣୁ ପାଲଟିଛି ବ୍ରିଟ୍‌

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ୍‌)) ଜିଲାର ଏକ ପ୍ରମୁଖ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନକାରୀ ସଂସ୍ଥା। ରାସ୍ତାଘାଟଠାରୁ ଆରମ୍ଭ କରି ଆଲୋକୀକରଣ, ପାର୍କ ନିର୍ମାଣ ଓ ନବୀକରଣ, ନାଳନର୍ଦ୍ଦମା ନିର୍ମାଣ ସହ ଜିଲାରେ ହେଉଥିବା ଜମିବାଡ଼ି…

ଭଦ୍ରକ କାଳୀ ପୂଜା: ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ଭଦ୍ରକାଳୀ ପୀଠରେ ସପ୍ତମାତୃକା ବେଶ

ଭଦ୍ରକ ଅଫିସ, ୨ା୧୧- ଭଦ୍ରକର ଐତିହାସିକ କାଳୀପୂଜା ଗୁୁରୁବାର ଆରମ୍ଭ ହେବ। ଭଦ୍ରକ କାଳୀ ପୀଠରେ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଚରମ୍ପାରେ ମଧ୍ୟରାତ୍ରିରୁ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ। ଏବେ ମା’ଙ୍କ ପୂଜାକୁ…

ମହାଲିଙ୍ଗ କଲେଜରେ ପ୍ରଶାସନିକ ଟିମ୍‌

ଭବାନୀପାଟଣା/ଗୋଲାମୁଣ୍ଡା,୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ): ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ ତଦନ୍ତ କରିଛନ୍ତି ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ। ତାଙ୍କ ସହ ଜିଲା…

ମମିତା ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବି, ସ୍କୁଟି ଜବତ

ଭବାନୀପାଟଣା,୧।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ରବିବାର ସାରେ ଜବତ କରିଛି ସିନ୍ଧେକେଲା ପୋଲିସ। ମହାଲିଙ୍ଗରୁ ଏହି ୨ ଗାଡ଼ିକୁ ଜବତ କରି…

ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା

କୁଚିଣ୍ଡା,୧ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଏନ୍‌ଏସିର ୯ନଂ. ୱାର୍ଡରେ ରହୁଥିବା ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ବ୍ୟାଙ୍କ…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା

ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ପରିଦର୍ଶନ କରି ନ ଥିଲେ। ସୋମବାର ମନ୍ତ୍ରୀ…

୮ ଘଣ୍ଟା ବନ୍ଦ ରହିଲା ବରଗଡ଼

ବରଗଡ଼ ଅଫିସ୍‌,୧।୧୧: ବରଗଡ଼ ସହର ଉପକଣ୍ଠ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହେପାଜତରେ ମୃତ୍ୟୁ ଏବଂ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୋମବାର…

ଦୀପାବଳିରେ ବାଣଫୁଟାକୁ ଅନୁମତି: କେବଳ ଫୁଟିବ ଗ୍ରୀନ କ୍ରାକର

କଟକ ଅଫିସ,୧।୧୧: ଚଳିତ ବର୍ଷ ଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଛି। ତେବେ କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ ସୋମବାର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଲ ଓଡ଼ିଶା ଫାୟାର ଓ୍ବାର୍କସ ଡିଲରର୍ସ ଆସୋସିଏଶନ ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ…

ଦୀପାବଳି ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ ୧୪୪ ଧାରା

ପୁରୀ ଅଫିସ,୧।୧୧: ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ। ଏହି ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ। ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତମାନେ ବଡବଡୁଆ ଡାକିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?