କଚ୍ଛପ ଗତିରେ ଚାଲିଛି ରାଜପଥ ନିର୍ମାଣ

ଧର୍ମଶାଳା,୧୫ା୧୧(ଡି.ଏନ.ଏ.): ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ମନ୍ଥର ଗତିରେ କାମ କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜପଥର ଧର୍ମଶାଳା ବ୍ଲକ ଜାରକାଠାରେ ଏକ ଫ୍ଲାଇ ଓଭର ସାଙ୍ଗକୁ ବାଇପାସ୍‌ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଦେଢ଼ ବର୍ଷ ହେଲା ଜାରକା ଛକରେ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ଏହା ଅଦ୍ୟାବଧି ଶେଷ ହୋଇ ପାରିନାହିଁ। ଫଳରେ ଜାରକା ଛକର ଉଭୟ ପାର୍ଶ୍ୱରେ ଥିବା ବାଇପାସ ରାସ୍ତାରେ ବ୍ୟାପକ ଗାଡ଼ି ଚଳାଚଳ କରୁଥିବାରୁ ତାହା ଖାଲଖମାରେ ଭର୍ତ୍ତି ହୋଇଗଲାଣି। ଏଠାରେ ଏହି ୧ କିମି ବାଇପାସ ରାସ୍ତା ଅତିକ୍ରମ କରିବାକୁ ଗାଡ଼ିଗୁଡିକୁ ୩୦ମିନିଟରୁ ଊର୍ଦ୍ଧ୍ୱ ଲାଗୁଛି। ତେଣେ ବାଇପାସ୍‌ ରାସ୍ତା କଡ଼ରେ ଡ୍ରେନ କାର୍ଯ୍ୟ ଅଧା ପନ୍ତରିଆ ଥିବାରୁ ରାସ୍ତା ସଂକୁଚିତ ହୋଇ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ସେହିପରି ଡ୍ରେନ୍‌ଗୁଡିକ ଆବଶ୍ୟକତାଠାରୁ ଅଧିକ ଉଚ୍ଚ କରିବା ଫଳରେ ଦୋକାନୀ ନିଜର ବ୍ୟବସାୟ ହରାଇବାକୁ ବସିଛନ୍ତି।
ଅନ୍ୟପଟେ ଏଠାକାର ଜନପ୍ରତିନିଧି ଓ ତହସିଲ ପ୍ରଶାସନ ସହ ଠିକା ସଂସ୍ଥାର ମଧୁ ଚନ୍ଦ୍ରିକା ଯୋଗୁ କାମ ବିଳମ୍ବ ହେଉଥିଲେ ବି କେହି ପ୍ରତିବାଦ କରୁ ନ ଥିବା ଅଭିଯୋଗ ହୋଇଛି। ଠିକା ସଂସ୍ଥା ପ୍ରତି କୌଣସି ଲଗାମ ନ ଥିବା ଯୋଗୁ ଉକ୍ତ ସଂସ୍ଥା ନିଜ ମନମାନିରେ କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଫଳରେ ରାସ୍ତା ଉପରେ ଘଣ୍ଟାଘଣ୍ଟା ଧରି ଗାଡ଼ିଗୁଡ଼ିକ ଠିଆ ହୋଇରହୁଛି। ତେବେ ଜାତୀୟ ରାଜପଥର କାର୍ଯ୍ୟ ଯଦି ଏଭଳି ଚାଲିଛି ତେବେ ରାଜ୍ୟରେ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ କିଭଳି ଚାଲିଥିବା ତାହା ଏଥିରୁ ସହଜରେ ଅନୁମେୟ। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ଠିକା ସଂସ୍ଥାକୁ ପ୍ରଶାସନ ପକ୍ଷରୁ ଦାଗିଦ କରା ନ ଗଲେ ଏହି କାର୍ଯ୍ୟ ସମାପ୍ତ ହେବାକୁ ଆହୁରି ୧ ବର୍ଷ ଲାଗିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ଏ ଦିଗରେ ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ଧର୍ମଶାଳା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି। ଜିଲାପାଳ ଦୃଷ୍ଟି ନ ଦେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସମ୍ପୃକ୍ତ ଠିକା ସଂସ୍ଥାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri