କଚ୍ଛପ ଗତିରେ ଚାଲିଛି ରାଜପଥ ନିର୍ମାଣ

ଧର୍ମଶାଳା,୧୫ା୧୧(ଡି.ଏନ.ଏ.): ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ମନ୍ଥର ଗତିରେ କାମ କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜପଥର ଧର୍ମଶାଳା ବ୍ଲକ ଜାରକାଠାରେ ଏକ ଫ୍ଲାଇ ଓଭର ସାଙ୍ଗକୁ ବାଇପାସ୍‌ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଦେଢ଼ ବର୍ଷ ହେଲା ଜାରକା ଛକରେ ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ଏହା ଅଦ୍ୟାବଧି ଶେଷ ହୋଇ ପାରିନାହିଁ। ଫଳରେ ଜାରକା ଛକର ଉଭୟ ପାର୍ଶ୍ୱରେ ଥିବା ବାଇପାସ ରାସ୍ତାରେ ବ୍ୟାପକ ଗାଡ଼ି ଚଳାଚଳ କରୁଥିବାରୁ ତାହା ଖାଲଖମାରେ ଭର୍ତ୍ତି ହୋଇଗଲାଣି। ଏଠାରେ ଏହି ୧ କିମି ବାଇପାସ ରାସ୍ତା ଅତିକ୍ରମ କରିବାକୁ ଗାଡ଼ିଗୁଡିକୁ ୩୦ମିନିଟରୁ ଊର୍ଦ୍ଧ୍ୱ ଲାଗୁଛି। ତେଣେ ବାଇପାସ୍‌ ରାସ୍ତା କଡ଼ରେ ଡ୍ରେନ କାର୍ଯ୍ୟ ଅଧା ପନ୍ତରିଆ ଥିବାରୁ ରାସ୍ତା ସଂକୁଚିତ ହୋଇ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ସେହିପରି ଡ୍ରେନ୍‌ଗୁଡିକ ଆବଶ୍ୟକତାଠାରୁ ଅଧିକ ଉଚ୍ଚ କରିବା ଫଳରେ ଦୋକାନୀ ନିଜର ବ୍ୟବସାୟ ହରାଇବାକୁ ବସିଛନ୍ତି।
ଅନ୍ୟପଟେ ଏଠାକାର ଜନପ୍ରତିନିଧି ଓ ତହସିଲ ପ୍ରଶାସନ ସହ ଠିକା ସଂସ୍ଥାର ମଧୁ ଚନ୍ଦ୍ରିକା ଯୋଗୁ କାମ ବିଳମ୍ବ ହେଉଥିଲେ ବି କେହି ପ୍ରତିବାଦ କରୁ ନ ଥିବା ଅଭିଯୋଗ ହୋଇଛି। ଠିକା ସଂସ୍ଥା ପ୍ରତି କୌଣସି ଲଗାମ ନ ଥିବା ଯୋଗୁ ଉକ୍ତ ସଂସ୍ଥା ନିଜ ମନମାନିରେ କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସମ୍ପ୍ରସାରଣ କାର୍ଯ୍ୟ ଯୋଗୁ ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଫଳରେ ରାସ୍ତା ଉପରେ ଘଣ୍ଟାଘଣ୍ଟା ଧରି ଗାଡ଼ିଗୁଡ଼ିକ ଠିଆ ହୋଇରହୁଛି। ତେବେ ଜାତୀୟ ରାଜପଥର କାର୍ଯ୍ୟ ଯଦି ଏଭଳି ଚାଲିଛି ତେବେ ରାଜ୍ୟରେ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ କିଭଳି ଚାଲିଥିବା ତାହା ଏଥିରୁ ସହଜରେ ଅନୁମେୟ। ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସମ୍ପୃକ୍ତ ଠିକା ସଂସ୍ଥାକୁ ପ୍ରଶାସନ ପକ୍ଷରୁ ଦାଗିଦ କରା ନ ଗଲେ ଏହି କାର୍ଯ୍ୟ ସମାପ୍ତ ହେବାକୁ ଆହୁରି ୧ ବର୍ଷ ଲାଗିବ ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ଏ ଦିଗରେ ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ଧର୍ମଶାଳା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି। ଜିଲାପାଳ ଦୃଷ୍ଟି ନ ଦେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସମ୍ପୃକ୍ତ ଠିକା ସଂସ୍ଥାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?