ଆଜିଠୁ ଖୋଲିବ ଆଦର୍ଶ ବିଦ୍ୟାଳୟ, ଯିବାକୁ ରାସ୍ତା ନାହିଁ

ବିଞ୍ଝାରପୁର,୧୫ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଉତ୍ତରକୁଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ହୋଇନି। ଫଳରେ ରବିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଅଭିଭାବକଙ୍କୁ ବୁଝାଶୁଝା କରିବାସହ ବିଦ୍ୟାଳୟଠାରୁ ମୁଖ୍ୟ ରାସ୍ତାକୁ ସରକାରୀ ଜମି ଲାଗିଛି। ଉକ୍ତ ଜମିରେ ସ୍ଥାୟୀ ରାସ୍ତା ହେବ ବୋଲି କହିଥିଲେ। ତେବେ ସୋମବାର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପାଖକୁ ଯାଇ କିଭଳି ଶୀଘ୍ର ରାସ୍ତା ହେବ ସେନେଇ ଆଲୋଚନା କରିଛନ୍ତି। ସେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାସହ ବିଧାୟିକାଙ୍କ ପାଖକୁ ଯିବାକୁ ୯ ଅଭିଭାବକଙ୍କୁ ମନୋନୀତ କରିଛନ୍ତି।
ସୋମବାର ରାଜ୍ୟର ସମସ୍ତ ବିଦ୍ୟାଳୟର ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ। ଏନେଇ ସରକାର ଘୋଷଣା କରିଥିବା ବେଳେ ଉତ୍ତରକୁଳ ଆଦର୍ଶ ବିଦ୍ୟାଳୟରେ ପାଠପଢ଼ାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨ବର୍ଷ ପୂର୍ବେ ବିଦ୍ୟାଳୟ ନିର୍ମାଣ ସରିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟାଳୟକୁ ଯିବାପାଇଁ ରାସ୍ତା ହୋଇନି। ବିଦ୍ୟାଳୟ ଯିବାକୁ ହେଲେ ଗୋଟିଏ ପଟେ ଆଣ୍ଠୁଏ ପାଣି, ଅନ୍ୟପଟରେ ଗଲେ ଜଣେ ଲୋକଙ୍କ ପାଚେରି ଟପି ଯିବାକୁ ପଡୁଛି। ଆଉଏକ ସରକାରୀ ଜମି ବିଦ୍ୟାଳୟକୁ ଲାଗିଥିବା ବେଳେ ସେ ରାସ୍ତାରେ ପାଣି କାଦୁଅ ଓ ଘାସ ବଣ ରହିଛି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ବିଦ୍ୟାଳୟକୁ ବିଦ୍ୟୁତ୍‌ ସଂଯୋଗ ଓ ପାନୀୟଜଳର ବ୍ୟବସ୍ଥା କରାଯାଇ ନାହିଁ। ଏଠାରେ ଷଷ୍ଠ ଶ୍ରେଣୀରେ ୬୯ ଓ ସପ୍ତମ ଶ୍ରେଣୀରେ ୫୯ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଅଧ୍ୟକ୍ଷଙ୍କୁ ମିସାଇ ମୋଟ ୪ ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ଯାହାକି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଯଥେଷ୍ଟ ହେବନି ବୋଲି ବିଦ୍ୟାଳୟ ତରଫରୁ ଡକାଯାଇଥିବା ଅଭିଭାବକ-ଶିକ୍ଷକ ବୈଠକରେ ଅଭିଭାବକ କହିଛନ୍ତି। ଏପରି କି ରାସ୍ତା ନ ହେଲା ପର୍ଯ୍ୟନ୍ତ କେତେଜଣ ଅଭିଭାବକ ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛପଟୁ ପିଟିଲା ବୋଲେରୋ, ଚାଲିଗଲା ୨ ଜୀବନ

ପାଟଣା,୧୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନଂ. ଜାତୀୟ ରାଜପଥ ତୁରୁମୁଙ୍ଗାସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ରବିବାର...

ଧାନ କିଣାରେ ଅନିୟମିତତା

ପଦ୍ମପୁର,୨୫।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ନେଇ ଚାଷୀମାନେ ଶୁକ୍ରବାର ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜିଲା...

ଦନ୍ତା ଆକ୍ରମଣରେ ମହିଳାଙ୍କ ଗୋଡ଼ ଦୁଇଖଣ୍ଡ

ସାତମାଇଲ, ୨୦।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡରେ ହାତୀ-ମଣିଷ ସଂଘର୍ଷରେ ଲାଗୁନାହିଁ ଅଙ୍କୁଶ। ଶୌଚ ହେବାକୁ ଯାଇଥିବାବେଳେ ହିଂସ୍ର ଦନ୍ତା କଚାଡ଼ି ଦେବାରୁ ନୂଆବଗ ପଞ୍ଚାୟତ...

ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର...

ଖୁଦୁରୁକୁଣୀ ପୂଜାରେ ଅଘଟଣ: ପୋଖରୀକୁ ବାଲୁକା କରିବାକୁ ଯାଇ ବୁଡିଗଲେ ୬ ଯୁବତୀ

ଜଗତ୍‌ସିଂହପୁର ଅଫିସ,୮।୯: ଜଗତ୍‌ସିଂହପୁର ଜିଲା ସ୍ଥାନୀୟ ପାଟେଣୀ ଗାଁ ପୋଖରୀରେ ବୁଡି ରବିବାର ୬ ଯୁବତୀ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ଶୁଭସ୍ମିତା...

ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା: କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ବାଲେଶ୍ୱର ଅଫିସ, ୨୫।୮: ବାଲେଶ୍ବର ଜିଲା ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲପମ୍ପରେ ସୋମବାର ରାତିରେ ୩ ଦୁର୍ବୃତ୍ତ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରିଛନ୍ତି। ଏହା...

ପୁନରୁଦ୍ଧାର ହେଉନି ନାଗସରା ପୋଖରୀ

ହାଟଡିହୀ, ୭ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ନାଗସରା ପୋଖରୀ ବହୁବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୋଖରୀଟି ଧୀରେ ଧୀରେ...

ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା ଅର୍ଥ ଫେରାଇଲା ବ୍ୟାଙ୍କ

ଅନୁଗୋଳ ଅଫିସ୍‌, ୧୬ା୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣାରେ ସମ୍ପୃକ୍ତ ବ୍ୟାଙ୍କ ଟଙ୍କା ଫେରାଇଛି। ବ୍ୟାଙ୍କ ପକ୍ଷରୁ ୫୯ ଲକ୍ଷ ୪୧ହଜାର ୪୮୧ଟଙ୍କା...

Advertisement
Archives

Model This Week