ଆମ ଜିଲା ଖବର

ପ୍ରଶାସନ ନ ଶୁଣିବାରୁ ଛତିଶଗଡ଼ ମୁହାଁ ହେଲେ ସୀମାନ୍ତବାସୀ

ବରଗଡ଼ ଅଫିସ୍‌,୨୮।୨: ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚର୍ଦ୍ଦାପାଲି ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଅଞ୍ଚଳବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ସେବା ଠିକ୍‌ ଭାବେ ମିଳିପାରୁନାହିଁ। ଏଭଳି ଅଭିଯୋଗ ନେଇ ବାରମ୍ବାର ସ୍ଥାନୀୟ…

ସରକାରୀ କର୍ମଚାରୀଙ୍କ ଘରୁ ମିଳିଲା ୭ କୁଇଣ୍ଟାଲ ଗଞ୍ଜେଇ

ଉମରକୋଟ,୨୮।୨: ଉମରକୋଟ ପୋଲିସ ଗଞ୍ଜେଇ ରଖିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥ ତାଙ୍କ ଭାଇ ରମାକାନ୍ତ ସମରଥ, ସୁବାସ ଚନ୍ଦ୍ର ମାଝି ଓ ଝରିଗାଁର ବାସୁଦେବ ନାୟକ। ଅଭିଯୁକ୍ତଙ୍କ ମଧ୍ୟରେ…

୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଧରାପଡ଼ିଲେ ନକଲି ମାଓବାଦୀ

ଭବାନୀପାଟଣା,୨୮।୨: ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲା ବିଷମକଟକ ଥାନା ଝିଗିରି ଗ୍ରାମର ପୁରନ୍ଦର…

ଗରିବ ଛାତ୍ରଙ୍କୁ ବହି ବାଣ୍ଟିଲେ ଜିଲାପାଳ

ପୁରୁଷୋତ୍ତମପୁର,୨୮।୨(ଡିଏନଏ): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଜଉଗଡ଼ ମହୋତ୍ସବର ତଦାରଖ ଲାଗି ଯାଇଛନ୍ତି। ଏହି ସମୟରେ ଅଞ୍ଚଳର ଗରିବ ଶ୍ରେଣୀର ଛାତ୍ରଙ୍କୁ ବିଭିନ୍ନ ପ୍ରକାରର ବହି ବଣ୍ଟନ କରିଛନ୍ତି। ଏଭଳି କାର୍ଯ୍ୟ କରି ଜିଲାପାଳ ଏକ ଉଦାହରଣ ସୃଷ୍ଟି…

ମହିଳାଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ବାପା

ଖୋର୍ଦ୍ଧା ଅଫିସ୍‌,୨୮।୨: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲାରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଶ୍ରଦ୍ଧାଞ୍ଜଳି ରାଉତରାୟ(୨୫)। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିିତ୍ସାଳୟକୁ ପଠାଇଛି। ସୂଚନାଯୋଗ୍ୟ,…

ଲ୍ୟାମ୍ପ କର୍ମଚାରୀଙ୍କୁ କାର୍ଯ୍ୟଳୟରେ ତାଲା ପକାଇ ଧାରଣାରେ ବସିଲେ ଚାଷୀ

ପାଟଣା,୨୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ସମବାୟ ସମିତି କେନ୍ଦେଇ ପଶି ଶାଖା ଅଧୀନର ୨୨ ଜଣ ଚାଷୀ ଧାନ ବିକ୍ରିକରି ନ ପାରିବାରୁ ଲ୍ୟାମ୍ସ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ରେ ବସିଛନ୍ତି। ଏଥି ସହ ଉତ୍ତ୍ୟକ୍ତ ଚାଷୀମାନେ…

କୃଷି ଆଇନକୁ ବିରୋଧ, ଉଲଗୁଲାନ୍‌ ଶପଥ ଯାତ୍ରାରେ ଭୁବନେଶ୍ବର ବାହାରିଲେ ଚାଷୀ

ବରଗଡ଼ ଅଫିସ,୨୮।୨: କେନ୍ଦ୍ରସରକାରଙ୍କ ୩ ନୂଆ କୃଷି ଆଇନ୍‌କୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଏହି କ୍ରମରେ ରବିବାର ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସ ଅବସରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ନେତୃତ୍ୱରେ…

ବେଆଇନ ଇଟାଭାଟି ଭାଙ୍ଗିଲେ ତହସିଲଦାର

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରାଜସ୍ବ ଫାଙ୍କି ବେଆଇନ ଭାବରେ ଇଟାଭାଟି କରି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛନ୍ତି। ଏହାକୁ ନେଇ ୪୦ ଜଣ ଇଟାଭାଟି ମାଲିକଙ୍କୁ ଜରିମାନା ଧାର୍ଯ୍ୟ କରାଯାଇଛି। ମାତ୍ର ଏହାକୁ କିଛି ମାଲିକ ଖାତିର…

ଜେଲରୁ ୨ କଏଦୀ ଫେରାର

ଆର.ଉଦୟଗିରି,୨୮।୨(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ସବ୍‌ଜେଲରୁ ଶନିବାର ୨ କଏଦୀ ଚମ୍ପଟ୍‌ ମାରିଥିଲେ। ସେମାନେ ହେଲେ ଅଡ଼ବା ଗ୍ରାମର କରୁଣାକର ଗମାଙ୍ଗ ଏବଂ ପୁରୀ ଜିଲା ବ୍ରହ୍ମଗିରିର ଶରତ କୁମାର ଦେଓ। ଗଞ୍ଜେଇ ଚାଲାଣ ମାମଲା ନଂ. ୫୬/୨୦ ଅନୁଯାୟୀ ଗିରଫ…

କେବେ ସରିବ ଏହି ରାସ୍ତା ନିର୍ମାଣ, ବଢୁଛି ଅସନ୍ତୋଷ

ଗଞ୍ଜାମ,୨୮।୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୯ ନଂ ଓ୍ବାର୍ଡର ବରପଲି ଗ୍ରାମର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଉ ମାତ୍ର ଦିନ କେଇଟା ପରେ ଗ୍ରାମରେ ଥିବା ମହାଦେବ…

ଗ୍ରାମବାସୀଙ୍କୁ କାଠପୋଲ ଭରସା

ଗଞ୍ଜାମ,୨୮।୨(ଡି.ଏନ୍‌‌.ଏ.) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଗ୍ରାମର ୪୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ଯିବା ଆସିବା ପାଇଁ ଏକମାତ୍ର କାଠ ପୋଲ ଭରସା ପାଲଟିଛି। ଗ୍ରାମଟି ସମୁଦ୍ର କୂଳରେ ଅବସ୍ଥିତ ହୋଇଥିବା ବେଳେ ପାଲୁର ସାହେବ କେନାଲ…

ବରଗଛରେ ଝୁଲୁଛି ମୃତଦେହ

ବଲାଙ୍ଗୀର ଅଫିସ,୨୮।୨: ବଲାଙ୍ଗୀର ରେଲଓ୍ବେ ଷ୍ଟେଶନ କ୍ଲବ ନିକଟ ଏକ ବରଗଛରେ ରବିବାର ସକାଳେ ଗାମୁଛାରେ ଫାଶୀ ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri