ଉଜୁଡ଼ିବାକୁ ବସିଛି ପାଚିଲା ଧାନ

ପଟ୍ଟାମୁଣ୍ଡାଇ/ଆଳି,୧୫ା୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ପାଚିଲା ଧାନ କ୍ଷେତକୁ ଉଜାଡି ଦେବା ଆଶଙ୍କା ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚାଷ ହୋଇଥିବା ଧାନ ଫସଲ ହୋଇଥିଲା। ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ଅନାବୃଷ୍ଟି କାରଣରୁ ଗଜା ମରୁଡି ଓ ଫସଲହାନୀ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଅଣ ଜଳସେଚିତ ଚାଷ ଜମିରେ ରୁଆପୋତା କରିବା ପାଇଁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ପାଣି ପମ୍ପ ଓ ଅନ୍ୟ ବ୍ୟବସ୍ଥାରେ ଜମିକୁ ପାଣି ମଡାଇ ଫସଲ କରିଥିଲେ। ପରେ ଲଗାଣ ବର୍ଷା ଚାଷ ଜମି ବୁଡି ରହିବାରୁ ଧାନ ତଳିଗୁଡିକ ଅଧିକାଂଶ ଚାଷ ଜମିରେ ନଷ୍ଟ ହୋଇଯାଇଥିଲା। ଚାଷୀମାନେ ଧାରକରଜ କରି ପୁଣି ତଳି ପକାଇ ନଷ୍ଟ ହୋଇଥିବା ଚାଷ ଜମିରେ ଆଉ ଥରେ ରୁଆ କାର୍ଯ୍ୟ କରିଥିଲେ। ଚାଷ ସମୟ ଗଡି ଯାଉଥିବାରୁ ପଛରେ ଫସଲ ରୁଆପୋତା କାରଣରୁ ଚାଷ ଜମିରେ ଅଧିକ ପରିମାଣରେ ସାର ଓ ଔଷଧ ପ୍ରୟୋଗ କରିବାକୁ ଚାଷୀମାନେ ବାଧ୍ୟ ହୋଇଥିଲେ। ଫଳରେ ଚାଷୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା। କିନ୍ତୁ ଅଦିନିଆ ବର୍ଷାରେ ପାଚିଲା ଧାନ ବିଲରେ ବର୍ଷା ପାଣି ଜମି ରହିଛି। ଅନ୍ୟପକ୍ଷରେ ପାଣି ପାଗ ବିଭାଗ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ସୂଚନା ଦେବା ପରେ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡା ସମେତ ତାତନା, ମଠସାହ, ବେଲତଳ,ମାଟିଆ,ନରସିଂହପୁର, ଡିଆପଡା,ବଡମୁଳବସନ୍ତ, ନୀଳକଣ୍ଠପୁର, ଛେଦରା, ଗୁଣୁପୁର ଆଦି ଚାଷ ଜମିରେ ଫସଲହାନୀ ଆଶଙ୍କା ଦେଖା ଦେଇଛି। ପଟ୍ଟାମୁଣ୍ଡାଇର ଧୋୟାଅଞ୍ଚଳରେ ଥିବା ଚାଷ ଜମିରେ ମଧ୍ୟ ଅଦିନିଆ ବର୍ଷା ପାଣି ଜମି ରହି ବ୍ୟାପକ ବିରି ଓ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ସେହିପରି ଆଳି ଅଞ୍ଚଳରେ ବର୍ଷା ଯୋଗୁ ଶତାଧିକ ଏକର ଚାଷଜମିର ଧାନ ଫସଲ ନଷ୍ଟ ହୋଇଯାଇଛି। ଆଉ ଦିନ କେତେଟା ପରେ ଚାଷୀମାନେ ଧାନ ଅମଳ କରିଥାନ୍ତେ। ଚଳିତବର୍ଷ ଆରମ୍ଭରୁ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ପରେ ବନ୍ୟାର ପ୍ରକୋପ, ବନ୍ୟା କମିବା ପରେ ଚାଷୀମାନେ ନିଜ ଫସଲକୁ ରକ୍ଷା କରିବାକୁ ଲାଗି ପଡ଼ିଥିଲେ। କ୍ଷେତରେ ଧାନ ଫସଲ ଦେଖି ଚାଷୀମାନେ ମନରେ ଖୁସି ବ୍ୟକ୍ତ କରିଥିଲେ। ଲଘୁଚାପ ଜନିତ ବର୍ଷା ସେମାନଙ୍କ ଖୁସିକୁ ବର୍ଷା ଜଳରେ ଭସେଇ ନେଇଛି। ତେଣୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷକୁ ମୁଖ୍ୟ ବେଉସା କରି ଚଳୁଥିବା ଚାଷୀମାନେ କିପରି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ମ୍ରିୟମାଣ। ସେବା ସମବାୟ ସମିତି ଓ ବିଭିନ୍ନ ସଂସ୍ଥାରୁ ଋଣ ଆଣି ସେମାନେ ଚାଷ କରିଥିଲେ। ଫସଲ ଅମଳ ପରେ ଏହାକୁ ବିକ୍ରି କରି ଋଣ ଶୁଝି ଥାନ୍ତେ। ଏବେ କୃଷି ବୀମାର ଯେଉଁ ନିୟମ ହୋଇଛି, ତାହା ବି ଚାଷୀମାନଙ୍କୁ ବଞ୍ଚେଇ ପାରିବ ନାହିଁ। ଅବସ୍ଥା ଏପରି ହୋଇଛି ଯେ ସରକାର ଏ ବିଷୟରେ ଧ୍ୟାନ ନ ଦେଲେ କିଛି ଚାଷୀଙ୍କ ଦୁର୍ଦ୍ଦଶା ବଢିଯିବ। ଆଳିର ଭେଡା, ଲୁଣି ଭେଡା ଓ ଧୋୟାଞ୍ଚଳର ଫସଲ ପାଚି ଆସୁଥିବା ବେଳେ ଏହି ବର୍ଷା ଚାଷ ଜମିରେ ରହି ସବୁ ବିଗାଡି ଦେଇଛି। ବ୍ଲକର ୩୪ ପଞ୍ଚାୟତର ଶତାଧିକ ଏକର ଚାଷ ଜମିରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏ ନେଇ ବାଟିପଡା ଅଞ୍ଚଳର ଚାଷୀ ଅର୍ଜୁନି ବେହୁରା, ମୁରଲୀ ସ୍ବାଇଁ, ଲକ୍ଷ୍ମଣ ସାହୁ, ନରହରି ବେହେରା, ବିନ ମୁଦୁଲି, ଅଲେଖ ସ୍ବାଇଁ, ଖଗେଶ୍ୱର ମୁଦୁଲି, ସୁନାକର ସେଠୀ, ପ୍ରଫୁଲ୍ଲ ସେଠୀ ପ୍ରମୁଖ କୁହନ୍ତି, ସେମାନେ ଚାଷ ଉପରେ ନିର୍ଭର କରିଥାନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଋଣରେ ଟଙ୍କା ନେଇ ଚାଷରେ ଲଗାଇଛନ୍ତି। ଚାଷ ଜମି ଲଘୁଚାପ ବର୍ଷା ଯୋଗୁ ବୁଡି ରହିବାରୁ ଅମଳ ହେବା ଅସମ୍ଭବ। ଅମଳ ନ ହୋଇପାରିଲେ କିପରି ପରିବାର ଚଳାଇବେ ଓ ଋଣ ଶୁଝିବେ ତାହା ଚିନ୍ତାର କାରଣ ପାଲଟିଛି। ତେଣୁ ପ୍ରଶାସନିକ ଅଧିକାରୀ ଘଟଣାକୁ ଅନୁଧ୍ୟାନ କରି ସେମାନଙ୍କର ଋଣ ଛାଡ଼ କରିବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?