ଉଜୁଡ଼ିବାକୁ ବସିଛି ପାଚିଲା ଧାନ

ପଟ୍ଟାମୁଣ୍ଡାଇ/ଆଳି,୧୫ା୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ପାଚିଲା ଧାନ କ୍ଷେତକୁ ଉଜାଡି ଦେବା ଆଶଙ୍କା ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚାଷ ହୋଇଥିବା ଧାନ ଫସଲ ହୋଇଥିଲା। ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ଅନାବୃଷ୍ଟି କାରଣରୁ ଗଜା ମରୁଡି ଓ ଫସଲହାନୀ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଅଣ ଜଳସେଚିତ ଚାଷ ଜମିରେ ରୁଆପୋତା କରିବା ପାଇଁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ପାଣି ପମ୍ପ ଓ ଅନ୍ୟ ବ୍ୟବସ୍ଥାରେ ଜମିକୁ ପାଣି ମଡାଇ ଫସଲ କରିଥିଲେ। ପରେ ଲଗାଣ ବର୍ଷା ଚାଷ ଜମି ବୁଡି ରହିବାରୁ ଧାନ ତଳିଗୁଡିକ ଅଧିକାଂଶ ଚାଷ ଜମିରେ ନଷ୍ଟ ହୋଇଯାଇଥିଲା। ଚାଷୀମାନେ ଧାରକରଜ କରି ପୁଣି ତଳି ପକାଇ ନଷ୍ଟ ହୋଇଥିବା ଚାଷ ଜମିରେ ଆଉ ଥରେ ରୁଆ କାର୍ଯ୍ୟ କରିଥିଲେ। ଚାଷ ସମୟ ଗଡି ଯାଉଥିବାରୁ ପଛରେ ଫସଲ ରୁଆପୋତା କାରଣରୁ ଚାଷ ଜମିରେ ଅଧିକ ପରିମାଣରେ ସାର ଓ ଔଷଧ ପ୍ରୟୋଗ କରିବାକୁ ଚାଷୀମାନେ ବାଧ୍ୟ ହୋଇଥିଲେ। ଫଳରେ ଚାଷୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା। କିନ୍ତୁ ଅଦିନିଆ ବର୍ଷାରେ ପାଚିଲା ଧାନ ବିଲରେ ବର୍ଷା ପାଣି ଜମି ରହିଛି। ଅନ୍ୟପକ୍ଷରେ ପାଣି ପାଗ ବିଭାଗ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ସୂଚନା ଦେବା ପରେ ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡା ସମେତ ତାତନା, ମଠସାହ, ବେଲତଳ,ମାଟିଆ,ନରସିଂହପୁର, ଡିଆପଡା,ବଡମୁଳବସନ୍ତ, ନୀଳକଣ୍ଠପୁର, ଛେଦରା, ଗୁଣୁପୁର ଆଦି ଚାଷ ଜମିରେ ଫସଲହାନୀ ଆଶଙ୍କା ଦେଖା ଦେଇଛି। ପଟ୍ଟାମୁଣ୍ଡାଇର ଧୋୟାଅଞ୍ଚଳରେ ଥିବା ଚାଷ ଜମିରେ ମଧ୍ୟ ଅଦିନିଆ ବର୍ଷା ପାଣି ଜମି ରହି ବ୍ୟାପକ ବିରି ଓ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ସେହିପରି ଆଳି ଅଞ୍ଚଳରେ ବର୍ଷା ଯୋଗୁ ଶତାଧିକ ଏକର ଚାଷଜମିର ଧାନ ଫସଲ ନଷ୍ଟ ହୋଇଯାଇଛି। ଆଉ ଦିନ କେତେଟା ପରେ ଚାଷୀମାନେ ଧାନ ଅମଳ କରିଥାନ୍ତେ। ଚଳିତବର୍ଷ ଆରମ୍ଭରୁ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ପରେ ବନ୍ୟାର ପ୍ରକୋପ, ବନ୍ୟା କମିବା ପରେ ଚାଷୀମାନେ ନିଜ ଫସଲକୁ ରକ୍ଷା କରିବାକୁ ଲାଗି ପଡ଼ିଥିଲେ। କ୍ଷେତରେ ଧାନ ଫସଲ ଦେଖି ଚାଷୀମାନେ ମନରେ ଖୁସି ବ୍ୟକ୍ତ କରିଥିଲେ। ଲଘୁଚାପ ଜନିତ ବର୍ଷା ସେମାନଙ୍କ ଖୁସିକୁ ବର୍ଷା ଜଳରେ ଭସେଇ ନେଇଛି। ତେଣୁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷକୁ ମୁଖ୍ୟ ବେଉସା କରି ଚଳୁଥିବା ଚାଷୀମାନେ କିପରି ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ମ୍ରିୟମାଣ। ସେବା ସମବାୟ ସମିତି ଓ ବିଭିନ୍ନ ସଂସ୍ଥାରୁ ଋଣ ଆଣି ସେମାନେ ଚାଷ କରିଥିଲେ। ଫସଲ ଅମଳ ପରେ ଏହାକୁ ବିକ୍ରି କରି ଋଣ ଶୁଝି ଥାନ୍ତେ। ଏବେ କୃଷି ବୀମାର ଯେଉଁ ନିୟମ ହୋଇଛି, ତାହା ବି ଚାଷୀମାନଙ୍କୁ ବଞ୍ଚେଇ ପାରିବ ନାହିଁ। ଅବସ୍ଥା ଏପରି ହୋଇଛି ଯେ ସରକାର ଏ ବିଷୟରେ ଧ୍ୟାନ ନ ଦେଲେ କିଛି ଚାଷୀଙ୍କ ଦୁର୍ଦ୍ଦଶା ବଢିଯିବ। ଆଳିର ଭେଡା, ଲୁଣି ଭେଡା ଓ ଧୋୟାଞ୍ଚଳର ଫସଲ ପାଚି ଆସୁଥିବା ବେଳେ ଏହି ବର୍ଷା ଚାଷ ଜମିରେ ରହି ସବୁ ବିଗାଡି ଦେଇଛି। ବ୍ଲକର ୩୪ ପଞ୍ଚାୟତର ଶତାଧିକ ଏକର ଚାଷ ଜମିରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏ ନେଇ ବାଟିପଡା ଅଞ୍ଚଳର ଚାଷୀ ଅର୍ଜୁନି ବେହୁରା, ମୁରଲୀ ସ୍ବାଇଁ, ଲକ୍ଷ୍ମଣ ସାହୁ, ନରହରି ବେହେରା, ବିନ ମୁଦୁଲି, ଅଲେଖ ସ୍ବାଇଁ, ଖଗେଶ୍ୱର ମୁଦୁଲି, ସୁନାକର ସେଠୀ, ପ୍ରଫୁଲ୍ଲ ସେଠୀ ପ୍ରମୁଖ କୁହନ୍ତି, ସେମାନେ ଚାଷ ଉପରେ ନିର୍ଭର କରିଥାନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଋଣରେ ଟଙ୍କା ନେଇ ଚାଷରେ ଲଗାଇଛନ୍ତି। ଚାଷ ଜମି ଲଘୁଚାପ ବର୍ଷା ଯୋଗୁ ବୁଡି ରହିବାରୁ ଅମଳ ହେବା ଅସମ୍ଭବ। ଅମଳ ନ ହୋଇପାରିଲେ କିପରି ପରିବାର ଚଳାଇବେ ଓ ଋଣ ଶୁଝିବେ ତାହା ଚିନ୍ତାର କାରଣ ପାଲଟିଛି। ତେଣୁ ପ୍ରଶାସନିକ ଅଧିକାରୀ ଘଟଣାକୁ ଅନୁଧ୍ୟାନ କରି ସେମାନଙ୍କର ଋଣ ଛାଡ଼ କରିବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri