ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲା ବିଜେପୁର-ପଦ୍ମପୁର ରାସ୍ତା ଏବଂ ଭଟଲି-ଅମ୍ବାଭୋନା ରାସ୍ତାରେ ରବିବାର ପୃଥକ ଭାବେ ୨ଟି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି।

ଭୋର୍‌ରେ ବିଜେପୁର-ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ କାଠପଟା ବୋଝେଇ ଏକ ପିକଅପ୍‌ ଭ୍ୟାନ(ନଂ.ଓଆର୧୫ଜି ୩୧୫୧) ରାସ୍ତା ପାର୍ଶ୍ୱରେ ଥିବା ଏକ ଇଟା ଗଦା ଉପରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ତାଲପଦର ଗ୍ରାମର ଗଦନ ସାହୁ ଏବଂ କାର୍ତ୍ତିକ ବାଗ। ଖବର ପାଇ ମେଲଛାମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପଠାଯାଇଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଆସୁଥିବା କାଠପଟା କେଉଁଠୁ ଆସି କେଉଁଠାକୁ ଯାଉଥିଲା, ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଏହା ଚୋରା ଚାଲାଣ ହେଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ଅଧିକ ତଦନ୍ତ କରୁଛି।

ସେହିପରି ଅପରାହ୍ନରେ ଭଟଲି-ଅମ୍ବାଭୋନା ରାସ୍ତାର ସୁକୁଡ଼ାରେ ଏକ ବାଇକ୍‌(ନଂ.ଓଡ଼୦୮ଏଚ୍‌ ୯୧୭୦) ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ହେଲେ ବରଗଡ଼ ଗଣପତି ହୋଟେଲ ପଛପଟ ନୂଆଖୁଲିପଡ଼ାର ଆୟୁଷ ଅଗ୍ରୱାଲ(୨୨) ଓ ନୂଆପଡ଼ା ଜିଲା କୋମନା ଥାନା କଣ୍ଡେତୋରା ଗ୍ରାମର ପ୍ରିୟାଂଶୁ ପଣ୍ଡା(୨୨) । ଉଭୟେ ବାଇକ୍‌ ଯୋଗେ ଅମ୍ବାଭୋନା କେଦାରନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା। ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ...

ମୋବାଇଲ ଚାର୍ଜ କରିବା ହେଲା କାଳ: ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା,୧୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମୋବାଇଲ ଚାର୍ଜ କଲାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ...

ଚାଲିବ ୧୦ ସ୍ବତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ୍‌: ରାଜକୀୟ ଆତିଥ୍ୟ ପାଇବା ସହ ପର୍ଯ୍ୟଟନସ୍ଥଳୀ ବୁଲିବେ ଯାତ୍ରୀ

ଭୁବନେଶ୍ୱର, ୨୭ା୧୦(ବ୍ୟୁରୋ): ରାଜସ୍ବ ବୃଦ୍ଧି ସହ ବିଳାସପୂର୍ଣ୍ଣ ସେବା କ୍ଷେତ୍ରକୁ ଆହୁରି ଆଗକୁ ନେବାକୁ ଭାରତୀୟ ରେଳପଥ ନୂଆ ପଦକ୍ଷେପ ଗ୍ରହଣ କରିଛି। ଯାତ୍ରୀଙ୍କୁ ରାଜକୀୟ...

ବିନା ମାସ୍କରେ ତାରାତାରିଣୀ ମନ୍ଦିର ପ୍ରବେଶ ମନା

ଛତ୍ରପୁର,୧୭ା୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପର୍ବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ...

କରୋନା କଟକଣାକୁ ବେଖାତିର: ସାକ୍ଷୀଗୋପାଳରେ ମନ୍ଦିର ଠାରୁ ମାଛ ମାର୍କେଟ ସବୁଠି ଲୋକଙ୍କ ଭିଡ଼

ସାକ୍ଷୀଗୋପାଳ, ୧୫।୪(ଡି.ଏନ୍‌. ଏ.): ବିଶ୍ବ ମହାମରୀ କରୋନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ନୂଆ ନୂଆ...

CORONAVIRUS UPDATE: ରାଜ୍ୟରେ ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ସଂଖ୍ୟା ୬ ହଜାର ଟପିଲା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୯୮ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୦ ଲୋକାଲ୍‌ କେସ୍‌ ରହିଛି। ଏହାକୁ...

ଠିକାଦାରଙ୍କ ଘରୁ ୧୫ଭରି ଗହଣା, ୩ଲକ୍ଷ ଟଙ୍କା ଚୋରି

ବ୍ରହ୍ମପୁର ଅଫିସ,୨୧।୬(ଡି.ଏନ୍‌.ଏ.)- ବୈଦ୍ୟନାଥପୁର ଥାନା ଅନନ୍ତନଗରରେ ଶୁକ୍ରବାର ରାତିରେ ଜଣେ ଠିକାଦାରଙ୍କ ଘରୁ ଚୋରି ହୋଇଛି। ଠିକାଦାର କେ. ଦୀପସାଗର ସନ୍ଧ୍ୟାରେ ସ୍ତ୍ରୀଙ୍କ ସହ ଶାଳକଙ୍କ...

ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା: ଶିକ୍ଷା ସହିତ ବୃକ୍ଷରୋପଣ ଉଦ୍ୟମ

ଆନନ୍ଦପୁର,୨୩। ୯(ସ୍ବ.ପ୍ର.)- ଛାତ୍ର ଜୀବନରେ ଜଣେ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ୍‌ ଲାଭ କରିଛନ୍ତି ଶିକ୍ଷାବିତ୍‌ ଦେବାଶିଷ। ଏବେ ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା।...

Advertisement
Archives

Model This Week