ଆମ ଜିଲା ଖବର

ପୁରୀରେ ନିରାମିଷ କାଫେଟେରିଆ

ପୁରୀ ଅଫିସ,୨।୪: ସ୍ବର୍ଗଦ୍ୱାର ପାଖରେ ଜିଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିଛି। ଓଡ଼ିଶା ଦିବସ ଅବସରରେ ଏହି ନିରାମିଷ କାଫେଟେରିଆକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି।…

କାର୍ଯ୍ୟକାରୀ ହେଲାନି କ୍ୟାବିନେଟ ନିଷ୍ପତ୍ତି

ଯାଜପୁର ଅଫିସ,୨ା୪: ସରକାରୀ ଚାକିରିରେ ଥାଇ ମୃତ୍ୟୁ ଘଟୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ପୁନଃ ଥଇଥାନ ସହାୟତା ବା ରିହାବିଲିଟେଶନ ଆସିଷ୍ଟାଣ୍ଟ (ଆର୍‌ଏ) ନିଯୁକ୍ତିରେ କେବଳ ଚତୁର୍ଥ ଶ୍ରେଣୀ ପଦବୀ ମିଳିବ ବୋଲି ୨୦୨୦ ଫେବୃୟାରୀ ୭ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ…

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ ଜେଏସ୍‌ଡବ୍ଲ୍ୟୁ ଖଣି ରାଜସ୍ବ ବାବଦକୁ ୧୮ହଜାର ୨୮୪କୋଟି ଟଙ୍କା ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ…

ଲାଭଦାୟକ ହେଉନି ଚିନାବାଦାମ ଚାଷ

ରସୁଲପୁର,୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ଚାଷୀ ପନିପରିବା, ତୈଳବୀଜ, ଡାଲିଜାତୀୟ ଓ ଆଖୁ ଭଳି ଅର୍ଥକରୀ ଫସଲ ଚାଷକୁ ଗୁରୁତ୍ୱ ଦିଅନ୍ତି। ଏହି ଅଞ୍ଚଳରେ ତୈଳବୀଜ ଜାତୀୟ ଫସଲ ମଧ୍ୟରୁ ଚିନାବାଦାମ ଚାଷ ଅଧିକାଂଶ କ୍ଷେତରେ କରାଯାଇଥାଏ। ଚଳିତବର୍ଷ ବ୍ଲକ ଅଞ୍ଚଳର…

ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ ପ୍ରାୟ ୩୭ ପ୍ରତିଶତ ଅଧିକ ଡଲ୍‌ଫିନ୍‌ (ମୋଟ୍‌ ୫୪୦) ରହିଥିବା ରିପୋର୍ଟ ଆସିଛି। ଦାଗଯୁକ୍ତ…

ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର

ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ ସଂଖ୍ୟକ ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର କରିଛି। ୨୦୨୦-୨୧ବର୍ଷରେ ୧୧୪.୫୫ ଏମ୍‌ଏମ୍‌ଟିଏ (ମିଲିଅନ…

ଭାଜପା ଛାଡ଼ିବେ ଜୟରାମ ପାଙ୍ଗୀ

କୋରାପୁଟ/ପଟ୍ଟାଙ୍ଗୀ,୨।୪(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟର ପୂର୍ବତନ ଏମ୍‌ପି ତଥା ଭାଜପାର ବରିଷ୍ଠ ସଦସ୍ୟ ଜୟରାମ ପାଙ୍ଗୀ ଦଳ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ଶୁକ୍ରବାର କୋଟିଆଠାରେ ଆୟୋଜିତ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଦଳ ଛାଡ଼ିବା ନେଇ ସେ କହିଥିଲେ। ଭାଜପା ରାଜ୍ୟ…

ୟୁନିଭର୍ସାଲ ୱାଲର୍‌ଡ ରେକଡର୍‌ସରେ ଶ୍ରେୟାଂଶୀ

ବିଶୋଇ,୨ା୪(ଡି.ଏନ.ଏ.): ମାତ୍ର ୨ ବର୍ଷ ୭ ମାସ ବୟସରେ ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସଓ ୩ ବର୍ଷ ବୟସରେ ଇଣ୍ଟରନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇବା ପରେ ଚଳିତ ୨୦୨୨ ବର୍ଷରେ ପୁଣି ଥରେ ୟୁନିଭର୍ସାଲ ୱାଲର୍‌ଡ ରେକର୍ଡସରେ…

ନାସାରେ ଗବେଷଣା କରିବେ ଓଡ଼ିଆ ଝିଅ କେ.ଗଙ୍ଗୋତ୍ରୀ

ନାରାୟଣପାଟଣା, ୨।୪(ଡି.ଏନ୍‌.ଏ.): ଆମେରିକାର ନାସାରେ ଗବେଷଣା କରିବେ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ବ୍ୟବସାୟୀ କେ. ଶାୟାରାଜୁଙ୍କ ଝିଅ କେ.ଗଙ୍ଗୋତ୍ରୀ। ନାସାର ଏକ ପ୍ରୋଜେକ୍ଟରେ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଛି। କେ.ଗଙ୍ଗୋତ୍ରୀ ସ୍ଥାନୀୟ ଇଂଲିଶ ମିଡିୟମ ଆଶା ପବ୍ଲିକ୍‌…

ମାଡ଼ ମାରିଥିବା ଶିକ୍ଷୟିତ୍ରୀ ସମେତ ୨ ନିଲମ୍ବିତ

କାଲିମେଳା,୨ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ହାଇସ୍କୁଲରେ ଦୁଇ ଶିକ୍ଷାଧିକାରୀଙ୍କ ସମ୍ମୁଖରେ ଜଣେ ଶିକ୍ଷକଙ୍କୁ ସେହି ସ୍କୁଲର ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାଡ଼ ମାରିଥିବା ସହକାରୀ ଶିକ୍ଷୟିତ୍ରୀ ଇଲା…

କୂଅ ଖୋଳୁଥିବାବେଳେ ବ୍ଲାଷ୍ଟିଂ: ଶ୍ରମିକ ମୃତ

ବୌଦ୍ଧ, ୧।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ କୂଅ ଖୋଳୁଥିବା ବେଳେ ବ୍ଲାଷ୍ଟିଂ ଯୋଗୁ ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରଭଙ୍ଗା ଥାନାର ଖରଭୂଇଁ ଗ୍ରାମର ସୁରେନ୍ଦ୍ର ବଗର୍ତ୍ତି (୩୦)। ଗ୍ରାମର…

ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା, ପ୍ରଧାନ ଶିକ୍ଷକ, ଓ୍ବାର୍ଡେନ ଥାନାରେ ଅଟକ

ସୁନ୍ଦରଗଡ଼/ଲେଫ୍ରିପଡା,୧।୪(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ହଷ୍ଟେଲ ଛାତରୁ ଶୁକ୍ରବାର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ପୋଲିସ ସ୍ପଷ୍ଟ କରି ନ ଥିଲେ ହେଁ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?