ଆମ ଜିଲା ଖବର

ଆଜିଠୁ ପୁରୀରେ ଗଡ଼ିବ ‘ମୋ ବସ୍‌’

ପୁରୀ ଅଫିସ,୧।୪: ପୁରୀ ବାସୀଙ୍କ ପାଇଁ ଖୁସି ଖବର । ଶ୍ରୀକ୍ଷେତ୍ରରେ ଶୁକ୍ରବାରଠୁ ‘ମୋ ବସ୍‌’ ଚାଲିବ। ପ୍ରଥମ ପର୍ଯ୍ୟାୟରେ ସହର ମଧ୍ୟରେ ଦୁଇଟି ରୁଟରେ ମୋ ବସ୍‌ ଚଳାଚଳ କରିବ । ‘ମୋ ବସ୍‌’ସେବା ବଳିଆପଣ୍ଡା ରୋଡ ଓ ଷ୍ଟେସନକୁ…

ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ

ଭଞ୍ଜନଗର,୧ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ବାମୀ ତଥା ଯୁବ ବିଜେଡି ନେତା ହିମାଂଶୁ ଶେଖର ବାରିକଙ୍କ ଗୁରୁବାର ବିଳମ୍ବିତ ରାତିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କର କେଉଁଭଳି ପରିସ୍ଥିତିରେ ମୃତ୍ୟୁ ଘଟିଛି…

ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି। ହେଲେ ବିଭାଗୀୟ ଅବହେଳା ଯୋଗୁ ଏବେ ଜିଲାର ବିଭିନ୍ନ ଜଙ୍ଗଲ ଜଳୁଥିବା ଦେଖାଯାଉଛି। ସମ୍ବଲପୁର…

ଶର୍ମିଷ୍ଠାଙ୍କୁ ସ୍ପଟ୍‌କୁ ନେଲା କ୍ରାଇମବ୍ରାଞ୍ଚ, ହୋଇପାରେ ସିନ୍‌ ରିକ୍ରିଏଶନ

କଟକ ଅଫିସ,୧ା୪: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାର ଆଜି ହେଉଛି ଚତୁର୍ଥ ଦିନ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇ ସାରିଥିବା ବେଳେ ଯେଉଁ ମେମୋରି ଚିପ ପାଇଁ ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି…

ମାନ୍ୟତା ସତ୍ତ୍ୱେ ବିକାଶ ହୋଇପାରିନି

ଖୋର୍ଦ୍ଧା ଅଫିସ,୧ା୪: ଖୋର୍ଦ୍ଧା ଜିଲା ଗଠନ ହେବାର ଇତି ମଧ୍ୟରେ ୨୯ବର୍ଷ ପୂର୍ତ୍ତିହେଲାଣି। ଏହାର ଭୌଗୋଳିକ, ଐତିହାସିକ, ରାଜନୈତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ପର୍ଯ୍ୟାଲୋଚନା କଲେ ଏହା ଗୌରବମୟ ଗାଥାର ପରିଚୟ ବହନ କରିଥାଏ। ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ମାଟିର ଅବଦାନ…

୭ବର୍ଷ ହେବ ସରୁନି ଓଭରବ୍ରିଜ୍‌ କାମ

ଜଟଣୀ,୧ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରର ସୀତାରାମ ଛକ ଆନ୍ଧ୍ର ବ୍ୟାଙ୍କ ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଓଭରବ୍ରିଜ କାର୍ଯ୍ୟ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟକୁ ପ୍ରାୟ ୭ବର୍ଷ ଚାଲିଥିବା ବେଳେ କାର୍ଯ୍ୟ ଶେଷ…

୩୫ ହଜାର ଟଙ୍କା ପାଇଁ ଧରା ପଡ଼ିଲେ

ଲୋଇସିଂହା,୧।୪(ଡି. ଏନ. ଏ ): ୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ତହସିଲ ମୁଖ୍ୟ କିରାଣୀ କିଶୋରୀ ଖରସେଲ। ଜୈନେକ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ…

ବ୍ରାଉନସୁଗାର ମାଫିଆଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ

ପୁରୀ ଅଫିସ,୧।୪: ପୁରୀରେ ବ୍ରାଉସୁଗାର ସମେତ ନିଶା କାରବାର ବଢ଼ି ଚାଲିଥିବା ବେଳେ ପୁରୀ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ପୁରୀ ସମେତ ଜିଲାରେ ବ୍ରାଉନସୁଗାର କାରବାର ଚଲାଉଥିବା ଜଣେ ବଡ଼ ବେପାରୀଙ୍କୁ ପୋଲିସ କାବୁ କରିଛି। ସେ ହେଲେ…

ଶର୍ମିଷ୍ଠା ମାନିଲେନି, ରଞ୍ଜନ ସତ କହିଲେ

ଭୁବନେଶ୍ୱର(ବ୍ୟୁରୋ)/କଟକ(ଅଫିସ୍‌) ୧।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା ଜାରି ରଖିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା…

ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ଉନ୍ନୟନ ଯୋଜନା

କେନ୍ଦ୍ରାପଡା ଅଫିସ, ୧ା୪: ରାଜ୍ୟ ସରକାର ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରିଥିଲେ। ଏହି ଜିଲା ମାନ୍ୟତାକୁ ଇତିମଧ୍ୟରେ ୨୯ ବର୍ଷ ବିତିବ। ଜିଲା ଗଠନ ପରେ ଏହାର…

ଏସ୍‌ଓଏସ୍‌ଏସ୍‌ ସଂସ୍ଥା ଓଡ଼ିଶା ମୁଖ୍ୟ ଗିରଫ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୧।୪(ବ୍ୟୁରୋ): ସକ୍ସେସ୍‌ ଅନ୍‌ଲାଇନ୍‌ ସର୍ଭିସ୍‌ ସିଷ୍ଟମ୍‌ (ଏସ୍‌ଓଏସ୍‌ଏସ୍‌) ଚିଟଫଣ୍ଡ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଳ୍ୟୁ (ଅର୍ଥନେତିକ ଅପରାଧ ଶାଖା) ଟିମ୍‌ ବ୍ରହ୍ମପୁର ଲୋଚାପଡ଼ା ରାମକୃଷ୍ଣନଗର ତୃତୀୟ ଲାଇନ୍‌ରେ ରହୁଥିବା ଶାଖା ପରିଚାଳକଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ…

ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା: ବିନା ତଦନ୍ତରେ ଯୁବକ ଗିରଫ ଅଭିଯୋଗ

ଦଶରଥପୁର,୧ା୪(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ତହସିଲ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ବାଲିଘାଟରୁ ମଙ୍ଗଳବାର ବେଆଇନ ଭାବେ କେତେକ ଟ୍ରାକ୍ଟର ବାଲି ଉଠାଉଥିଲେ। ଖବର ପାଇ ତହସିଲଦାର ଅବିନାଶ ବିଶ୍ୱଜିତ୍‌ ସେଠୀ ଚଢ଼ାଉ କରିଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?