କେନ୍ଦ୍ର, ରାଜ୍ୟକୁ କୋର୍ଟ ନୋଟିସ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଶୁକ୍ରବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ), ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଟାଟା କମ୍ପାନୀ, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି), ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଏବଂ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମେଘନାଦ ପାଚେରିର ଶହେ ମିଟର ପରିଧି ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ ଓ ଖନନ ବିରୋଧରେ ପୁରୀ ଓକିଲ ସଂଘ ପକ୍ଷରୁ କୋର୍ଟରେ ଦେୱାନୀ ମକଦ୍ଦମା ଦାଏର କରାଯାଇଥିଲା। ଏ ନେଇ ମାମଲା ନଂ. ୧୭୯/୨୨ ରୁଜୁ ହୋଇଥିଲା। ଏହି ମାମଲାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଜୁନ୍‌ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉକ୍ତ ଦିନ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନେ ହାଜର ହୋଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣ ବିରୋଧରେ ପୁରୀ ଓକିଲ ସଂଘ ତରଫରୁ ଗତ ଏପ୍ରିଲ ୨୦ରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ରେ ମକଦ୍ଦମା ଦାଏର କରାଯାଇଥିଲା। ଆମ୍‌ସାର୍‌ ଆକ୍ଟ-୧୯୫୮ର ଉଲ୍ଲଂଘନ କରି ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା କମ୍ପାନୀ, ଓବିସିସି ଭଳି ଅଂଶୀଦାରମାନେ ପ୍ରକଳ୍ପ କାର୍ଯ୍ୟରେ ସାମିଲ ଥିବା ମକଦ୍ଦମାରେ ଉଲ୍ଲେଖ ରହିଛି। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ବେଆଇନ ହୋଇଥିବାବେଳେ ଏଏସ୍‌ଆଇ, ଏନ୍‌ଏମ୍‌ଏ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗକୁ ଅଣଦେଖା କରାଯାଇଛି। ଖୋଲାଖୋଲି ଭାବେ ଆଇନ ଉଲ୍ଲଂଘନ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଣୁ ସମସ୍ତଙ୍କୁ ପକ୍ଷଭୁକ୍ତ କରି ଦେୱାନୀ ମାମଲା ହୋଇଛି। ଦେୱାନୀ ଆଇନ ଧାରା ୯୧ ଓ ଅର୍ଡର ରୁଲ୍‌ ୮ରେ ୧୧ ଜଣଙ୍କୁ ପ୍ରତିବାଦୀ ଭାବେ ପକ୍ଷଭୁକ୍ତ କରାଯାଇଛି। ଜିଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା ପ୍ରୋଜେକ୍ଟ ଏମ୍‌ଡି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ, ଓବିସିସି, ଏଏସ୍‌ଆଇ ଡିଜି, ପୁରୀ ଏଏସ୍‌ଆଇର ସଂରକ୍ଷଣ ସହାୟକ, ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ, ଏନ୍‌ଏମ୍‌ଏ, କେନ୍ଦ୍ର ସଂସ୍କୃତି ବିଭାଗ ଏବଂ ପୁରୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ବାଦୀ (ପ୍ଲେଟିଫ) ଭାବେ ପୁରୀ ବାର୍‌ ଆସୋସିଏସନ୍‌, ଲୋକନାଥ ସୁଆର, କାଶୀନାଥ ଖୁଣ୍ଟିଆ ଓ ବିଶ୍ୱନାଥ ଦାସ ରହିଛନ୍ତି। ଏଥିରେ ମଧ୍ୟବର୍ତ୍ତୀକାଳୀନ ଆବେଦନରେ ରାଜ୍ୟ ସରକାର, ଟାଟା, ଓବିସିସି, ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରି କାମ ବନ୍ଦ ପାଇଁ ଆଇନଜୀବୀ ସଂଘ ନିବେଦନ କରିଥିଲା। ଅନୁମତି ବିନା ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କୋର୍ଟଙ୍କ ହସ୍ତକ୍ଷେପ ଏକାନ୍ତ ଜରୁରୀ ବୋଲି ଓକିଲ ସଂଘ କର୍ମକର୍ତ୍ତା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ଓକିଲ ସଂଘ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇ ପ୍ରଥମେ ପ୍ରକଳ୍ପ ଖନନ ସ୍ଥଳୀ ପରିଦର୍ଶନ କରାଯାଇଥିଲା। ଏହାପରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲା ଆଧାରରେ ଅଭିଯୋଗ ଦାଖଲ ନ ହେବାରୁ ସଂଘ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲା। ଏସ୍‌ପିଙ୍କ ସହଯୋଗ ନ ମିଳିବା ପରେ ଏନେଇ ଏସ୍‌ଡିଜେଏମ୍‌ କୋର୍ଟରେ ମକଦ୍ଦମା ଦାଏର କରାଯାଇଥିଲା। ଏସମ୍ପର୍କରେ ସଂଘର ସଦସ୍ୟ ତଥା ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ କରାଯାଇଛି। ଏଏସ୍‌ଆଇ ବାରମ୍ବାର ଓବିସିସି, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ନିର୍ମାଣ ରୋକିବା ପାଇଁ କହିଥିଲେ ମଧ୍ୟ କେହି ଖାତିର କରିନାହାନ୍ତି। ସେହିଭଳି ଆମ୍‌ସାର୍‌ ଆକ୍ଟ-୧୯୫୮ ୩୦(ଏ) ଅନୁଯାୟୀ ବେଆଇନ ନିର୍ମାଣ ବିରୋଧରେ ମକଦ୍ଦମା କରିବାର ପ୍ରାବଧାନ ଥିଲେ ମଧ୍ୟ ଏଏସ୍‌ଆଇ ଏଭଳି ପଦକ୍ଷେପ ନେଇନାହିଁ। ଏଣୁ ସମସ୍ତଙ୍କୁ ପ୍ରଶ୍ନ କରାଯିବାର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟ ମାମଲାକୁ ଗ୍ରହଣ କରିଥିବାରୁ ଓକିଲ ସଂଘ ତାହାକୁ ସ୍ବାଗତ କରୁଛି ବୋଲି ରାୟଗୁରୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?