ରାତିଅଧିଆ ଢାବା-ହୋଟେଲରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଜିଲା ପୋଲିସ ଏବଂ ପ୍ରଶାସନ ତରଫରୁ ଗୁରୁବାର ରାତିରେ ଜିଲାର ବିଭିନ୍ନ ଢାବା ଓ ହୋଟେଲରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରାଯାଇଛି। ଏଥିମଧ୍ୟରେ ବିଅର, ହ୍ୟୁସ୍କି, ନିବ୍‌ ଆଦି ବ୍ରାଣ୍ଡର ମଦ ରହିଛି। ଏନେଇ ଜିଲାର ବିଭିନ୍ନ ଥାନାରେ ମୋଟ ୧୫ ମାମଲା ହୋଇଥିବା ଜଣାପଡିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଢାବା ଓ ହୋଟେଲ ମାଲିକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା ପରେ କେତେକ ସର୍ତ୍ତମୂଳକ ନୋଟିସ ଜାରି କରି ଛାଡିଦେଇଛି। ପୋଲିସ ଏଭଳି ରାତିଅଧିଆ ଚଢାଉ କରିବା ଫଳରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଢାବା ଓ ହୋଟେଲମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଢାବା ଓ ହୋଟେଲମାନଙ୍କରେ ବେଆଇନ ମଦ କାରବାର ଚାଲିଥିବାବେଳେ ଏହାକୁ ରୋକିବାପାଇଁ ଏସ୍‌ପି ରାହୁଲ ଜୈନ ଜିଲାର ସମସ୍ତ ଥାନା ଓ ଫାଣ୍ଡିକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ପିଙ୍କ ଏହି ନିର୍ଦ୍ଦେଶକ୍ରମେ ପୋଲିସର ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରକଁର ଅଜବ୍‌ ନୀତି:ଖରା ଝାଉରେ ସିଝୁଛନ୍‌ ଅଙ୍ଗନଓ୍ବାଡିର ଛାତ୍ରୀଛାତ୍ର

ଜାମଟିକ୍ରା, ୨୨।୫ (ଡି.ଏନ.ଏ):  ମୁଡ଼ଫଟା ଖରା ତାତିର ଲାଗି ରାଏଜ୍‌ ସରକାର ସବୁ ସରକାରୀ ବେସରକାରୀ ସ୍କୁଲ, କଲେଜ ଛୁଟି ଘୋଷନା କରିଛନ୍‌। ହେଲେ ମହିଳା...

ୟୁକ୍ରେନରେ ଫସିଛନ୍ତି ଶତାଧିକ ଓଡ଼ିଆ ଛାତ୍ରୀଛାତ୍ର

କଟକ ଅଫିସ,୧ା୪: ୟୁକ୍ରେନରେ ଶତାଧିକ ଓଡ଼ିଆ ଡାକ୍ତରୀ ଛାତ୍ରୀଛାତ୍ର ଫସି ରହିଛନ୍ତି। ଲକଡାଉନ୍‌ ଘୋଷଣା ବଳବତ୍ତର ଥିବାରୁ ସେଠାରେ ଜୀବନଯାପନ ମୁସ୍କିଲ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ...

ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ...

୩ କୋଠରିରେ ଚାଲିଛି ୮ ଶ୍ରେଣୀ

ବଅଁରପାଳ,୧୮।୧ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ କଲଣ୍ଡାପାଳ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ୩ଟି କୋଠରିରେ...

୧୫ ଟନ୍‌ ଚୋରା ରଡ଼ ଜବତ

ଭାପୁର,୧୨।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ପୋଲିସ ରବିବାର ଗୋବିନ୍ଦପ୍ରସାଦ ଗ୍ରାମ ନିକଟରେ ଚଢାଉ କରି ୧୫ ଟନ୍‌ ଚୋରା ଲୁହା ରଡ଼ ଜବତ...

ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଓଡ଼ାପଡ଼ା, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ...

ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ

କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ...

କେମିକାଲ ମିଶା ରଙ୍ଗ ବିକି ଦୋକାନୀ ଗିରଫ

ବାଲେଶ୍ୱର ଅଫିସ,୨୯।୩: କୀଟନାଶକ ମିଶା ରଙ୍ଗ ବିକ୍ରି ଅଭିଯୋଗରେ ବାଲେଶ୍ୱର ଜିଲା ସହଦେବ ଖୁଣ୍ଟା ଥାନା ପୋଲିସ ସୋମବାର ଜଣେ ଦୋକାନୀଙ୍କୁ ଗିରଫ କରିଛି। ସୂଚନା...

Advertisement
Archives

Model This Week